ମଟନ୍‌ ନାହିଁ ତ ବାହାଘର ନାହିଁ; ଜିଦି ଭାବୀସ୍ୱାମୀଙ୍କୁ କେମିତି ମିଳିଲା ଜବାବ, ପଢ଼ନ୍ତୁ ଏହି ରିପୋର୍ଟ

ମୁଜାଫରନଗର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ବେଆଇନ କଂସେଇଖାନା ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରଭାବ ଏକ ବାହାଘର ଉପରେ ପଡ଼ିଛି। ନିକଟରେ ଖବର ଆସିଛି ବରେଲି ଜିଲ୍ଲାର କୁଲହିଡ଼ିରୁ। ବରଯାତ୍ରୀଙ୍କୁ ମଟନ୍‌ ପରସା ନ ଯିବାରୁ ସେମାନେ ଫେରି ଯାଇଛନ୍ତି। କୁଲହିଡ଼ି ଗାଁର ଏକ ପରିବାରରେ ଝିଅ ବାହାଘରର ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ବରଯାତ୍ରୀଙ୍କୁ ମଧ୍ୟ ଖୁବ୍‌ ଚର୍ଚ୍ଚା କରାଯାଇଥିଲା।  ତେବେ ଭୋଜିରେ କେବଳ ନିରାମିଷ ଖାଦ୍ୟ ପରସା ଯିବାରୁ ଖପା ହୋଇଯାଇଥିଲେ ବରଯାତ୍ରୀ। ରାଗି […]

p

p

Rakesh Mallick
  • Published: Friday, 28 April 2017
  • Updated: 28 April 2017, 01:05 PM IST

Sports

Latest News

ମୁଜାଫରନଗର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ବେଆଇନ କଂସେଇଖାନା ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରଭାବ ଏକ ବାହାଘର ଉପରେ ପଡ଼ିଛି। ନିକଟରେ ଖବର ଆସିଛି ବରେଲି ଜିଲ୍ଲାର କୁଲହିଡ଼ିରୁ। ବରଯାତ୍ରୀଙ୍କୁ ମଟନ୍‌ ପରସା ନ ଯିବାରୁ ସେମାନେ ଫେରି ଯାଇଛନ୍ତି।

କୁଲହିଡ଼ି ଗାଁର ଏକ ପରିବାରରେ ଝିଅ ବାହାଘରର ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ବରଯାତ୍ରୀଙ୍କୁ ମଧ୍ୟ ଖୁବ୍‌ ଚର୍ଚ୍ଚା କରାଯାଇଥିଲା।  ତେବେ ଭୋଜିରେ କେବଳ ନିରାମିଷ ଖାଦ୍ୟ ପରସା ଯିବାରୁ ଖପା ହୋଇଯାଇଥିଲେ ବରଯାତ୍ରୀ। ରାଗି ଯାଇଥିଲେ ଓ କହିଥିଲେ  ମାଂସ ନାହିଁ ତ ବାହାଘର ନାହିଁ ।

ଝିଅ ଘର ପକ୍ଷରୁ ବର ପକ୍ଷକୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ବର ପକ୍ଷ ସେମାନଙ୍କ କଥା ନ ଶୁଣିବାରୁ ପଞ୍ଚାୟତ ବୈଠକ ବସିଥିଲା। ବୈଠକରେ କନ୍ୟା ବରକୁ ବିବାହ କରିବାକୁ ମନା କରି ଦେଇଥିଲେ। ଏହାପରେ ବାହାଘରରେ ଯୋଗ ଦେବାକୁ ଆସିଥିବା ଜଣେ ଅତିଥି କନ୍ୟାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ  କନ୍ୟା ସ୍ୱୀକାର କରିବା ପରେ ପଞ୍ଚାୟତ ମଧ୍ୟ ଏହି ବିବାହକୁ ସହମତି ପ୍ରକାଶ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos