ମିନି ୱାର୍ଲ୍ଡ ଟରଣ୍ଟୋ: ଯେଉଁଠି ୧୪୦ ଭାଷାରେ କଥା ହୁଅନ୍ତି ଲୋକ, ମିଳେ ସବୁ ଦେଶର ଖାଦ୍ୟ

ଟରଣ୍ଟୋ: କାନାଡାର ପ୍ରସିଦ୍ଧ ସହର ଟରଣ୍ଟୋ। ଯାହାକୁ ଲୋକେ ମିନି ୱାର୍ଲ୍ଡ ମଧ୍ୟ କହିଥାନ୍ତି। କାରଣ ଏଠାରେ ପ୍ରାୟ ସବୁ ଦେଶର ଲୋକେ ବାସ କରନ୍ତି। ମଜାଦାର କଥା ହେଲା ଏଠାରେ ଲୋକେ ୧୪୦ ପ୍ରକାର ଭାଷାରେ କଥାବାର୍ତ୍ତା କରନ୍ତି। ଏହାଠାରୁ ଆହୁରି ବଡ଼ କଥା ହେଉଛି, ଏଠାରେ ସବୁ ଦେଶର ଖାଦ୍ୟ ମିଳିଥାଏ। ଏହି ମିନି ୱାର୍ଲ୍ଡକୁ ନେଇ ଆମର ବିଶେଷ ଉପସ୍ଥାପନା। ୧୪୦ ଭାଷାରେ ଲୋକେ କଥା ହୁଅନ୍ତି ଟରଣ୍ଟୋରେ ଛୋଟ ଭାରତ, ଲିଟିଲ […]

toronto

toronto

Rakesh Mallick
  • Published: Friday, 22 September 2017
  • Updated: 22 September 2017, 06:49 PM IST

Sports

Latest News

ଟରଣ୍ଟୋ: କାନାଡାର ପ୍ରସିଦ୍ଧ ସହର ଟରଣ୍ଟୋ। ଯାହାକୁ ଲୋକେ ମିନି ୱାର୍ଲ୍ଡ ମଧ୍ୟ କହିଥାନ୍ତି। କାରଣ ଏଠାରେ ପ୍ରାୟ ସବୁ ଦେଶର ଲୋକେ ବାସ କରନ୍ତି। ମଜାଦାର କଥା ହେଲା ଏଠାରେ ଲୋକେ ୧୪୦ ପ୍ରକାର ଭାଷାରେ କଥାବାର୍ତ୍ତା କରନ୍ତି। ଏହାଠାରୁ ଆହୁରି ବଡ଼ କଥା ହେଉଛି, ଏଠାରେ ସବୁ ଦେଶର ଖାଦ୍ୟ ମିଳିଥାଏ। ଏହି ମିନି ୱାର୍ଲ୍ଡକୁ ନେଇ ଆମର ବିଶେଷ ଉପସ୍ଥାପନା।

୧୪୦ ଭାଷାରେ ଲୋକେ କଥା ହୁଅନ୍ତି

ଟରଣ୍ଟୋରେ ଛୋଟ ଭାରତ, ଲିଟିଲ ଇଟଲୀ, ଗ୍ରିକ୍‌ ଟାଉନ, ଚାଇନା ଟାଉନ ଓ ପର୍ତ୍ତୃଗାଲ ୱେଲାଜ ଅଛି। ଏଠାରେ ୟୁରୋପ, ଆଫ୍ରିକା, ଏସିଆ ଓ ଲାଟିନ୍‌ ଆମେରିକାର ଲୋକେ ବସବାସ କରନ୍ତି। ବିଦେଶ ଗଲେ ଆମକୁ ଇଂରାଜୀ କିମ୍ବା ସେ ଦେଶର ଭାଷାରେ କଥା ହେବାକୁ ପଡିଥାଏ। ହେଲେ ଏଠାକୁ ଆସୁଥିବା ଲୋକେ ନିଜ ଦେଶର ଭାଷାରେ କଥା ହୋଇଥାନ୍ତି। କାରଣ ଏଠାରେ ଆପଣ ସବୁ ଦେଶର ଲୋକଙ୍କୁ ପାଇବେ। କୁହାଯାଏ ପ୍ରାୟ ୧୪୦ଟି ଭାଷାରେ ଏଠାରେ ଲୋକେ କଥା ହୋଇଥାନ୍ତି। ଏହାସହ ସବୁ ଦେଶର ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ।

torontoମିଳେ ସବୁ ଦେଶର ଖାଦ୍ୟ

ଏଠାରେ ପ୍ରାୟ ସବୁ ଦେଶ ଲୋକେ ରହୁଥିବାରୁ ଆପଣ ଯେଉଁ ଦେଶର ଖାଦ୍ୟ ଖାଇବାକୁ ଚାହିଁବେ ସହଜରରେ ପାଇଯିବେ। ଚାଇନିଜଠାରୁ ଆରମ୍ଭ କରି ଆଫ୍ରିକା, ପୂର୍ବ ଏସିଆରୁ ନେଇ ଆମେରିକା ଓ ଭାରତୀୟ ଖାଦ୍ୟର ଆନନ୍ଦ ନେଇପାରିବେ। ମଜାଦାର କଥା ହେଲା ଅନ୍ୟ କେଉଁଠି ନ ପାଇଲେ ବି ଏଠାରେ ଆପଣଙ୍କୁ ଇଥିଓପିଆ ଭଳି ଦେଶର ଖାଦ୍ୟ ମିଳିଯିବ।

ସମୁଦ୍ର ନାହିଁ, ହେଲେ ବିଚ୍‌ର ମଜା ନିଆରା

ଟରଣ୍ଟୋ ସହର କୌଣସି ସମୁଦ୍ର କୂଳରେ ନାହିଁ। ହେଲେ ଏଠାରେ ଆପଣ ବିଚ୍‌ର ମଜା ନେଇ ପାରିବେ। ଏଠାରେ ଥିବା ହ୍ରଦ୍‌ରେ ଆପଣ ଏହି ମଜା ନେଇପାରିବେ। ଏହି ହ୍ରଦର କୂଳକୁ ଏପରି ବିକଶିତ କରାଯାଇଛି ଯାହା କୌଣସି ସମୁଦ୍ର କୂଳରେ ବସି ମଜା ନେବାଠାରୁ କମ ନୁହେଁ। ଏଠାରେ ବହୁତ ଗୁଡିଏ ପାର୍କ ରହିଛି ଯାହା ଆପଣ ନିଶ୍ଚିତ ଦେଖିବାକୁ ପସନ୍ଦ କରିବେ। ଏହାସହ ପ୍ରକୃତି ସହ ଜୋଡୁଥିବା ରାସ୍ତାରେ ବୁଲିବାର ମଜା ନିଆରା। ବଡ଼ ସହରରେ ମିଳୁଥିବା ସମସ୍ତ ସୁବିଧା ଏଠାରେ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos