ଘରେ ମା’ ବିକୁଥିଲେ ମଦ, ରାଜୁ ପାଠ ପଢ଼ି ହେଲା କଲେକ୍ଟର

ମୁମ୍ୱାଇ: ପାଠ ପଢ଼ିବା ପାଇଁ ନାହିଁ ଆବଶ୍ୟକ ସମ୍ୱଳ, ଆବଶ୍ୟକ ଭିତ୍ତିଭୂମି ନାହିଁ ତେଣୁ ପାଠ ପଢ଼ିବା କଷ୍ଟକର। ପାଠ ପଢ଼ିବା ବେଳେ ଏଭଳି କିଛି କହି ନିଜ ସ୍ୱପ୍ନକୁ ଅଧୁରା ରଖିଥିବା ବ୍ୟକ୍ତିଙ୍କ ପାଇଁ ଏବେ ମହାରାଷ୍ଟ୍ରର କଲେକ୍ଟର ଡକ୍ଚର ରାଜେନ୍ଦ୍ର ଭାରୁଡ ଉଦାହରଣ। ଘରେ ନଥିଲା ପଢ଼ିବା ପାଇଁ ଏକାନ୍ତ କୋଠରୀ କି ଆବଶ୍ୟକ ସରଞ୍ଜାମ। ଯେଉଁ ଘରେ ରହୁଥିଲେ ସେହି ଘର ଭିତରେ ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ମା’ ବିକ୍ରି କରୁଥିଲେ […]

IAS-RAJENDRA

IAS-RAJENDRA

Subhransu Sekhar
  • Published: Friday, 13 March 2020
  • Updated: 13 March 2020, 06:22 PM IST

Sports

Latest News

ମୁମ୍ୱାଇ: ପାଠ ପଢ଼ିବା ପାଇଁ ନାହିଁ ଆବଶ୍ୟକ ସମ୍ୱଳ, ଆବଶ୍ୟକ ଭିତ୍ତିଭୂମି ନାହିଁ ତେଣୁ ପାଠ ପଢ଼ିବା କଷ୍ଟକର। ପାଠ ପଢ଼ିବା ବେଳେ ଏଭଳି କିଛି କହି ନିଜ ସ୍ୱପ୍ନକୁ ଅଧୁରା ରଖିଥିବା ବ୍ୟକ୍ତିଙ୍କ ପାଇଁ ଏବେ ମହାରାଷ୍ଟ୍ରର କଲେକ୍ଟର ଡକ୍ଚର ରାଜେନ୍ଦ୍ର ଭାରୁଡ ଉଦାହରଣ। ଘରେ ନଥିଲା ପଢ଼ିବା ପାଇଁ ଏକାନ୍ତ କୋଠରୀ କି ଆବଶ୍ୟକ ସରଞ୍ଜାମ। ଯେଉଁ ଘରେ ରହୁଥିଲେ ସେହି ଘର ଭିତରେ ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ମା’ ବିକ୍ରି କରୁଥିଲେ ଦେଶୀ ମଦ। ହେଲେ ଏସବୁ ସ୍ଥିତିକୁ ସାମ୍ନା କରି ରାଜେନ୍ଦ୍ର ହୋଇପାରିଛନ୍ତି ‘ସାହେବ’।

ଆଗକୁ ୟୁପିଏସସି ପରୀକ୍ଷା ରହିଛି। ଏହି ଅବସରରେ ତାଙ୍କର ସଫଳତା ବାବଦରେ ମିଡିଆର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ସେ ବହୁତ ଅଭାବ ଭିତରେ ପାଠ ପଢ଼ିଛନ୍ତି। ଆଦିବାସୀ ପରିବାରରୁ ସେ ଆସିଛନ୍ତି। ତାଙ୍କ ପରିବାରରେ ମୋଟ୍ ୧୦ ଜଣ ସଦସ୍ୟ। ଘରେ ଏବଂ ତାଙ୍କ ସମାଜରେ ଅନ୍ଧବିଶ୍ୱାସ, ବେରୋଜଗାରୀ, ପାଠ ପଢ଼ି ନହେବା ଭଳି ସ୍ଥିତି ଥିଲା। ଜନ୍ମ ହେବା ପୂର୍ବରୁ ସେ ତାଙ୍କ ବାପାଙ୍କୁ ହରାଇଛନ୍ତି। ତେଣୁ ସେ ବାପାର ସ୍ନେହ ଆଦର ପାଇବାରୁ ବଞ୍ଚିତ ବୋଲି କହିଛନ୍ତି। ବାପାଙ୍କ ଦେହାନ୍ତ ପରେ ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ମା’ କମଳା ବେହେନ ପର ଘରେ ମୁଲ ଲାଗୁଥିଲେ। ସେଥିରୁ ମାତ୍ର ୧୦ ଟଙ୍କା ମିଳୁଥିଲା। ପରିବାର ଚଳାଇବା ପାଇଁ ଅଧିକ ଟଙ୍କା ଆବଶ୍ୟକ ଥିଲା। ତେଣୁ ତାଙ୍କ ମା’ ଘରେ ଦେଶୀ ମଦ ବିକ୍ରି କରୁଥିଲେ ବୋଲି ରାଜେନ୍ଦ୍ର କହିଛନ୍ତି। ଯେତେବେଳେ ସେ ଥଣ୍ଡା-ଜ୍ୱରରେ ଆକ୍ରାନ୍ତ ହେଉଥିଲେ ସେତେବେଳେ ଔଷଧ ବଦଳରେ ଦେଶୀ ମଦ ତାଙ୍କୁ ପିଇବାକୁ କୁହାଯାଉଥିଲା।

ଯେଉଁ ଲୋକମାନେ ତାଙ୍କ ଘରକୁ ମଦ ପିଇବାକୁ ଆସୁଥିଲେ ସେମାନେ ତାଙ୍କ ମା’କୁ ପଚାରୁଥିଲେ ବଡ଼ ହେଲେ ପୁଅ କ’ଣ କରିବ? ଜବାବରେ ତାଙ୍କ ମା’ କହୁଥିଲେ ରାଜୁ ବଡ଼ ହେଲେ ମଦ ବିକ୍ରି କରିବ। ଏହାପରେ ଏଭଳି ମତ ନରଖିବାକୁ ରାଜେନ୍ଦ୍ର ତାଙ୍କ ମା’କୁ କହିଥିଲେ।

ରାଜେନ୍ଦ୍ର କହିଛନ୍ତି ଯେ ସେ ୯୫% ମାର୍କ ରଖି ଦଶମ ଶ୍ରେଣୀ ପାସ୍ କରିଛନ୍ତି। ଦ୍ୱାଦଶରେ ୯୦%। ଏହା ସହିତ ସେ ୨୦୦୬ରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ବସିଥିଲେ। ଏହାପରେ ମୁମ୍ବାଇର ଶେଠ୍ ଜିଏସ୍ ମେଡିକାଲ୍ କଲେଜରେ ନାମ ଲେଖାଇଥିଲେ। ୨୦୧୧ରେ ସେ କଲେଜର ଶ୍ରେଷ୍ଠ ଛାତ୍ର ହୋଇଥିଲେ। ଆଉ ସମାନ ବର୍ଷ ୟୁପିଏସସି ଫର୍ମ ପୂରଣ କରିଥିଲେ ଏବଂ ପ୍ରଥମ ପରୀକ୍ଷାରେ ଆଇଏଏସ୍‌ ହୋଇଥିଲେ।

ତେବେ ତାଙ୍କ ମା’ ପୁଅର ସଫଳତା ବାବଦରେ କିଛି ଜାଣିପାରି ନଥିଲେ। ଗାଁ, ସାହି ପଡ଼ିଶା ଲୋକ, ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲେ। ହେଲେ ଏହା ଦେଖି ତାଙ୍କ ମା’ କେବଳ କାନ୍ଦୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story