ଅଜଣା ରୋଗ ସହ ଜୁଝୁଛି ନନ୍ଦିନୀ

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୁଡ଼ିସର ଗାଁରେ ରୁହନ୍ତି ସୁମିତ୍ରା ବେହେରା। ତାଙ୍କୁ ଘର ଲୋକେ ସେହ୍ନରେ ନନ୍ଦିନୀ ବୋଲି ଡାକନ୍ତି। ଛଅବର୍ଷର ନନ୍ଦିନୀ ଏବେ ଅଜଣା ରୋଗରେ ଛଟପଟ ହେଉଛନ୍ତି। ଜନ୍ମ ହେବା ପରଠୁ ସେ ଅଜଣା ରୋଗରେ ଆକ୍ରାନ୍ତ ଥିବା ପରିବାର ଲୋକେ କହିଛନ୍ତି। ତାଙ୍କ ଦେହସାରା ସାପକାତି ଛାଡ଼ିଲା ଭଳି ହୋଇଯାଉଛି। ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସବୁଆଡେ ଚମଡ଼ା ଛାଡ଼ି ଫାଟି ଫାଟି ଯାଉଛି। ଦେହ, ହାତ କୁଣ୍ଡେଇ […]

9999999999999

9999999999999

Tapaswini Nayak
  • Published: Thursday, 05 March 2020
  • Updated: 05 March 2020, 04:51 PM IST

Sports

Latest News

ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୁଡ଼ିସର ଗାଁରେ ରୁହନ୍ତି ସୁମିତ୍ରା ବେହେରା। ତାଙ୍କୁ ଘର ଲୋକେ ସେହ୍ନରେ ନନ୍ଦିନୀ ବୋଲି ଡାକନ୍ତି। ଛଅବର୍ଷର ନନ୍ଦିନୀ ଏବେ ଅଜଣା ରୋଗରେ ଛଟପଟ ହେଉଛନ୍ତି। ଜନ୍ମ ହେବା ପରଠୁ ସେ ଅଜଣା ରୋଗରେ ଆକ୍ରାନ୍ତ ଥିବା ପରିବାର ଲୋକେ କହିଛନ୍ତି। ତାଙ୍କ ଦେହସାରା ସାପକାତି ଛାଡ଼ିଲା ଭଳି ହୋଇଯାଉଛି। ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସବୁଆଡେ ଚମଡ଼ା ଛାଡ଼ି ଫାଟି ଫାଟି ଯାଉଛି। ଦେହ, ହାତ କୁଣ୍ଡେଇ ରକ୍ତ ବାହାରୁଛି ଓ ଯନ୍ତ୍ରଣା ମଧ୍ୟ ହେଉଛି। ତାଙ୍କୁ ଯିଏ କିଏ ଦେଖିବ ଭୟଭୀତ ହୋଇପଡ଼ିବ। ଝିଅର ଚିକିତ୍ସାରେ ବାପା ମା’ ସବୁ ପଇସା ଖର୍ଚ୍ଚ କରିସାରିଲେଣି, ହେଲେ ଝିଅର ରୋଗ ଭଲ ହେଉନାହିଁ।

ନନ୍ଦିନୀର ବାପା ସୂର୍ଯ୍ୟ ନାରାୟଣ ବେହେରା ଚାଷ କରି ପରିବାର ପୋଷଣ କରନ୍ତି। ସୂର୍ଯ୍ୟ ଯେତିକି ରୋଜଗାର କରନ୍ତି ୪ ପ୍ରାଣୀ କୁଟୁମ୍ବ ଚଳିବାକୁ ନିଅଣ୍ଟ ହୋଇଥାଏ। ଝିଅର ଚିକିତ୍ସାରେ ଲକ୍ଷାଧିକ ଟଙ୍କା ସାରିବା ପରେ ଆଉ ବାପାମାଙ୍କ ପାଖରେ ସମ୍ବଳ ନାହିଁ। ସେପଟେ ଅଜଣା ରୋଗରେ ନନ୍ଦିନୀ ଛଟପଟ ହେଉଛି। ବାପାମା’ ଝିଅର ଦୁଃଖକୁ ଛାତି ତଳେ ଚାପି ରଖିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ। ଝିଅକୁ ଭଲ କରିବା ପାଇ ଅଧିକ ଚିକିତ୍ସାର ଆବଶ୍ୟକ ରହିଛି। ସରକାରୀ ସହାୟତା ମିଳିଲେ ରାଜ୍ୟ ବାହାରକୁ ଯାଇ ଚିକିତ୍ସା କରିପାରନ୍ତେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି। ନନ୍ଦିନୀ ପ୍ରଥମ ଶ୍ରେଣୀରେ ପାଠ ପଢ଼ନ୍ତି। ରୋଗ ଯୋଗୁ ସେ ଠିକ୍‌ରେ ପାଠ ମଧ୍ୟ ପଢ଼ି ପାରୁ ନାହାନ୍ତି।

ଶେରଗଡ଼ ବିଡ଼ିଓ ନନ୍ଦିନୀଙ୍କ ବିଷୟରେ ଜାଣିବା ପରେ ତାଙ୍କ ଘରକୁ ଯାଇଥିଲେ। ତାଙ୍କୁ ବ୍ରହ୍ମପୁର ନେଇ ଡାକ୍ତର ଦେଖାଇଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ପାଞ୍ଚ ହଜାର ଟଙ୍କା ଦେଇଥିଲେ। ନନ୍ଦିନୀଙ୍କ ଅରୋଗ୍ୟ ପାଇଁ ବନ୍ଦୋବସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ନନ୍ଦିନୀଙ୍କ ବାପା ସୂର୍ଯ୍ୟ ନାରାୟଣ ବେହେରା କହିଛନ୍ତି, “ଜନ୍ମରୁ ଝିଅକୁ ଏହି ରୋଗ ହେଇଛି। ଯେତେ ଡାକ୍ତର ଦେଖାଇଲେ ମଧ୍ୟ ଭଲ ହେଉନାହିଁ। ସରକାରଙ୍କ ପକ୍ଷରୁ ସହାୟତା ମିଳିଲେ ମୋ ଝିଅକୁ ରାଜ୍ୟ ବାହାରକୁ ନେଇ ଡାକ୍ତର ଦେଖାଇ ଭଲ କରିବି।”

ଶେରଗଡ଼ ବିଡିଓ ସୁରଞ୍ଜନ ସାହୁ କହିଛନ୍ତି, “ନନ୍ଦିନୀଙ୍କୁ ରେଡକର୍ସ ତରଫରୁ ପାଞ୍ଚ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଏହାସହ ଡାକ୍ତରଙ୍କୁ ଦେଖାଯାଇଥିଲା। ନନ୍ଦିନୀଙ୍କୁ ଭୁବନେଶ୍ୱରର ଏମ୍ସକୁ ପଠାଯିବ ବୋଲି ବ୍ୟବସ୍ଥା କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story