ବାପା ମା’ ସାକ୍ଷାତ ଈଶ୍ୱର, ତାଙ୍କୁ ଅବେହଳା କଲେ ମିଳିବ ଏମିତି ଦଣ୍ଡ

ସ୍ପନ୍ଦନ ଚିନ୍ତନର ପ୍ରଭାବ ଏତେ ଶକ୍ତିପୁଞ୍ଜ ବହନ କରିଥାଏ ଯେ ଆପଣଙ୍କୁ ଯେ ପର୍ଯ୍ୟନ୍ତ ଉଚିତ୍ ଶିକ୍ଷା ନ ଦେଇଛି , ସେଯାଏ ଛାଡ଼ିବ ନାହିଁ । ଅନୁଭବୀ ବ୍ୟକ୍ତି ହିଁ ଏହାକୁ ଅନୁଭବ କରିପାରିବେ।

– ଓମ୍‌ପ୍ରକାଶ ସାହୁ
ଆମେ ଈଶ୍ୱରଙ୍କୁ କେବେ ଦେଖିନୁ। କିନ୍ତୁ ‘ସାକ୍ଷାତ ଈଶ୍ୱର’ ଙ୍କ ସେବା ଯତ୍ନରେ ବଡ଼ ହୋଇଛୁ। ଆପଣ ଯେତେବେଳେ ଦୁଃଖରେ ପଡ଼ନ୍ତି ସେତେବେଳେ କେବଳ ବାପା ମା’ ହିଁ ଭାଙ୍ଗି ପଡ଼ନ୍ତି ଆଉ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି।

ଆପଣକୁ ଯେଉଁମାନେ ଜନ୍ମ ଦେଇଛନ୍ତି ତାଙ୍କୁ ଅଣଦେଖା କରିବାର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ଏପରି ନ ହେଲେ ,ଏ ଦୁନିଆରୁ ନ୍ୟାୟ କୁଆଡ଼େ ହଜିଯିବ।
ବାପା ମା’ଙ୍କ ମନରେ କଷ୍ଟ ଦେଲେ ସୁଦ୍ଧା ସେମାନେ ସବୁ ସହିଯାଆନ୍ତି। ହେଲେ ସେମାନଙ୍କ ଆଖରୁ ଯଦି ଲୁହ ଝରେ , ତେବେ ଜୀବନର ସବୁ ସୁଖ ଜଳିପୋଡ଼ି ଛାରଖାର ହୋଇଯାଏ।

ଆଧ୍ୟାତ୍ମିକ ବିଜ୍ଞାନୀମାନେ ଏହାକୁ ‘ସ୍ପନ୍ଦନ ଚିନ୍ତନ’ ବା vibrating thought ବୋଲି କହିଛନ୍ତି । ଏହି ସ୍ପନ୍ଦନ ଚିନ୍ତନର ପ୍ରଭାବ ଏତେ ଶକ୍ତିପୁଞ୍ଜ ବହନ କରିଥାଏ ଯେ ଆପଣଙ୍କୁ ଯେ ପର୍ଯ୍ୟନ୍ତ ଉଚିତ୍ ଶିକ୍ଷା ନ ଦେଇଛି , ସେଯାଏ ଛାଡ଼ିବ ନାହିଁ । ଅନୁଭବୀ ବ୍ୟକ୍ତି ହିଁ ଏହାକୁ ଅନୁଭବ କରିପାରିବେ।

ମାତୃ ସ୍ତନରେ ଯେଉଁ ସର୍ବଶକ୍ତିମାନ ଈଶ୍ୱର ଅମୃତରୂପୀ ଧାରା ଦେଇଛନ୍ତି, ସେଇ ଈଶ୍ୱର ଆପଣଙ୍କ ପ୍ରତିଟି ଭୁଲ୍‌କୁ ପାଦେ ପାଦେ ଜଗିଛନ୍ତି। ସେମାନଙ୍କ ପ୍ରତି କିଛି ଅନ୍ୟାୟ ହେଲେ ତା’ ର କଡ଼ା ଜବାବ ଦିଅନ୍ତି ସେହି ସର୍ବଶକ୍ତିମାନ୍‌।

ପଢ଼ନ୍ତୁ ଏଇ ସୁନ୍ଦର ଗଳ୍ପ; ଆଉ ବାପା ମା’ଙ୍କ ମମତାର ଋଣରୁ କିଛି ହେଲେ ପରିଶୋଧ କରିବାକୁ ଉଦ୍ୟମ କରନ୍ତୁ।

ଭଗୀରଥ ବାବୁ ଜଣେ ଶିକ୍ଷକ। ବହୁ କଷ୍ଟରେ ସେ ତାଙ୍କ ପୁଅ ରଜତକୁ ପାଠ ପଢ଼ାଇଥିଲେ। ପୁଅ ଯେତେବେଳେ ଚାକିରି ପାଇଗଲା ଭଗୀରଥ ବାବୁଙ୍କ ଖୁସି କହିଲେ ନ ସରେ। ହଜାର ହଜାର ମଣିଷଙ୍କୁ ତିଆରି କରିବା ଭିତରେ ନିଜେ ବଙ୍କା ହୋଇଯାଇଥିବା ଭଗୀରଥ ବାବୁ ଏଥର ଅଣ୍ଟା ସିଧା କରି ଚାଲିଲେ। ପୁଅକୁ ବାହା ଦେଇ ଟିକେ ବୋହୂ ପରଷା ଖାଇବାକୁ ବି ଇ ଚ୍ଛା ହେଲା। ବାପା ବୋହୂ ଖୋଜୁ ଖୋଜୁ ସେପଟେ ପୁଅ ରଜତ କିନ୍ତୁ ପର ପଞ୍ଝାରେ ପଡ଼ିଗଲେ।

ଅଫିସରୁ ସନ୍ଧ୍ୟା ସୁଦ୍ଧା ଫେରିଆସୁଥିବା ଭଗୀରଥ ବାବୁଙ୍କ ପୁଅ ଏଣିକି ଟିକେ ବିଳମ୍ବରେ ଆସିବାରେ ଲାଗିଲେ। ଦିନେ ଦିନେ ଘରକୁ ଫେରିବା ମଧ୍ୟ ବନ୍ଦ ହୋଇଗଲା। ଭଗୀରଥ ବାବୁ ଭାବିଲେ ପୁଅ କାହିଁକି ଧୀରେ ଧୀରେ ହାତରୁ ଖସିଗଲା ଭଳି ଲାଗୁଛି।

ବାସ୍‌ ଘର ଭଡ଼ା ବୁଝା ହୋଇଗଲା ଆଉ ପୁଅ ବୋହୂ ଚାଲିଲେ ସହର। ଭଗୀରଥ ବାବୁ କି ତାଙ୍କ ପତ୍ନୀଙ୍କର ପ୍ରତିବାଦ କରିବାକୁ ସାହସ ବା କାହିଁ ?
ଭଗୀରଥ ବାବୁ ଭାବିଲେ ପୁଅ ବୋହୂ ସିନା ଧୋକା ଦେଲେ,ହେଲେ ନାତି ନାତୁଣୀ ଧୋକା ଦେବେ ନାହିଁ। ସେତିକି ଅପେକ୍ଷା କରି ଭଗୀରଥ ବାବୁ ଆଉ ତାଙ୍କ ପତ୍ନୀ ଦିନକୁ ଦିନ ନୂଆ ସ୍ୱପ୍ନ ଦେଖିଲେ। ଈଶ୍ୱରଙ୍କୁ ପ୍ରାର୍ଥନା କଲେ ଆମକୁ ସେଇଭଳିଆ ନାତି କି ନାତୁଣୀ ଦିଅ ଯେମିତି ତାଙ୍କଠି ସେ ତାଙ୍କ ପୁଅକୁ ପାଇବେ।

ତେଣୁ ସେ ତାଙ୍କ ପୁଅକୁ ଶୀଘ୍ର ବାହା ଦେବାକୁ ଚିନ୍ତା କଲେ । ଧାର୍ଯ୍ୟ କଲେ ରବିବାର ଦିନ ପୁଅ ସହ ଜଣେ ମଧ୍ୟସ୍ଥି ଓ ପୁଅର ଭାବୀ ଶ୍ୱଶୁରଙ୍କ ସହ କଥାବାର୍ତ୍ତା କରିବେ। ଅପେକ୍ଷା କରିଥିଲେ ପୁଅ ରବିବାର ଆସିବ। କଥାଭାଷା ଭଲ ମନ୍ଦ ହେବ।

କିନ୍ତୁ ପୁଅ ବୋହୂ ଏକାଦିନେ ଚାଲିଆସିଲେ ଆଉ ବାପା ମା’ଙ୍କୁ ଜଣାଇଦେଲେ ଯେ କୋର୍ଟରେ ସେମାନଙ୍କର ବାହାଘର ସରିଯାଇଛି। ଭଦ୍ର ଲୋକରେ ଭାଣ୍ଡିଆ ହେଲେ ଭଗୀରଥ ବାବୁ। ବୁଢ଼ା ବୟସରେ ବହୁତ ଧକ୍କା ଲାଗିଲା ଭଗିବାବୁ ଓ ତାଙ୍କ ପତ୍ନୀଙ୍କୁ।

ଏହା ଥିଲା ଭଗୀରଥ ବାବୁଙ୍କ ଉପରେ ଶିକ୍ଷିତ ପୁଅର ପ୍ରଥମ ପ୍ରହାର।
ବୋହୂ ହୋଇ ଆସି ଗାଁରେ ଦୁଇ ଚାରି ଦିନ ରହିଛନ୍ତି କି ନାହିଁ ଗାଁ କେମିତି ଅଣ ନିଃଶ୍ୱାସୀ ଲାଗିଲା ବୋହୂ ମା’ଙ୍କୁ। ସ୍ୱାମୀଙ୍କୁ ସଫା ସଫା କହିଦେଲେ ସହରକୁ ଫେରିଯିବା ।

Mainquotationବାସ୍‌ ଘର ଭଡ଼ା ବୁଝା ହୋଇଗଲା ଆଉ ପୁଅ ବୋହୂ ଚାଲିଲେ ସହର। ଭଗୀରଥ ବାବୁ କି ତାଙ୍କ ପତ୍ନୀଙ୍କର ପ୍ରତିବାଦ କରିବାକୁ ସାହସ ବା କାହିଁ ?
ଭଗୀରଥ ବାବୁ ଭାବିଲେ ପୁଅ ବୋହୂ ସିନା ଧୋକା ଦେଲେ,ହେଲେ ନାତି ନାତୁଣୀ ଧୋକା ଦେବେ ନାହିଁ। ସେତିକି ଅପେକ୍ଷା କରି ଭଗୀରଥ ବାବୁ ଆଉ ତାଙ୍କ ପତ୍ନୀ ଦିନକୁ ଦିନ ନୂଆ ସ୍ୱପ୍ନ ଦେଖିଲେ। ଈଶ୍ୱରଙ୍କୁ ପ୍ରାର୍ଥନା କଲେ ଆମକୁ ସେଇଭଳିଆ ନାତି କି ନାତୁଣୀ ଦିଅ ଯେମିତି ତାଙ୍କଠି ସେ ତାଙ୍କ ପୁଅକୁ ପାଇବେ।

ହଁ ଏଥର ଈଶ୍ୱର ହିଁ ଭଗିବାବୁଙ୍କ ଦୁଃଖ ଶୁଣିଲେ । ଗୋଟିଏ ନୁହେଁ ଏକାବେଳକେ ଯାଆଁଳା ନାତି ନାତୁଣୀ । ଭଗୀରଥ ବାବୁ ଈଶ୍ୱରଙ୍କୁ ଶତ ଶତ ପ୍ରଣାମ ଜଣାଇ ମନେ ମନେ ଗର୍ବ କରି ବସିଲେ।

ଘରେ ତାଲା ପକାଇ ଭଗୀରଥ ବାବୁ ସପତ୍ନିକ ଚାଲିଲେ ନାତି ନାତୁଣୀଙ୍କୁ ଦେଖିବାକୁ । ପହଞ୍ଚିଗଲେ ସହରରେ । କି ଖୁସି ବୁଢ଼ାବୁଢ଼ୀଙ୍କର। ଏକା ବେଳକେ ନାତି ନାତୁଣୀ। ସିଏ ଦୁହେଁ ପୁଣି ପୁଅ ରଜତ ମୁହଁଟାକୁ ଛିଣ୍ଡାଇ ଆଣିଛନ୍ତି। ବାସ୍ ଭଗୀରଥ ବାବୁ ଭୁଲିଗଲେ ଯେ ସହରକୁ ସେ ଅଳ୍ପ ଦିନ ପାଇଁ ଆସିଛନ୍ତି । ସେ ଚେତନା ତାଙ୍କର ନ ଥିଲା ଯେ ଯୁଗ ବଦଳିଯାଇଛି। ସେ ରହୁ ରହୁ ଦୁଇ ତିନି ମାସ ରହିଗଲେ। ଆଉ ନାତି ନାତୁଣୀଙ୍କୁ ଛାଡ଼ି ଆସିବାକୁ ମନ ବଳାଇଲେ ନାହିଁ ।
ସେପଟେ ବୋହୂ ରକ୍ତ ଚାଉଳ ଚୋବାଉଥା’ଏ କେମିତି ବୁଢ଼ାବୁଢ଼ୀଙ୍କୁ ଘରୁ ତଡ଼ିବ। ବାସ୍‌ ବୋହୂ ଆରମ୍ଭ କଲେ ଶ୍ୱଶୁରମେଧ ଯଜ୍ଞ। ଏଣିକି ବୁଢ଼ାବୁଢ଼ୀଙ୍କୁ ଆଉ ପୂରା ପେଟ ଖାଇବାକୁ ଦେଲା ନାହିଁ ବୋହୂ। ବୋହୂ ମା’ ନିଜ ମା’ଙ୍କୁ ଆଣି ଘରେ ରଖିଲେ । ଆଉ ରଖିବାକୁ ଜାଗା ହେଉ ନାହିଁ କହି ସ୍ୱାମୀ ପାଖରେ ଜିଦ୍‌ କଲେ ବାପା ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ିଦେବାକୁ । ବୋଲକରା ପୁଅ ବି ସେୟା କଲେ। ଅବିଳମ୍ବେ ବୁଢ଼ାବୁଢ଼ୀଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଆସିଲେ।

ବୃଦ୍ଧାଶ୍ରମରେ ସିନା ଛାଡ଼ିଦେଇ ଆସିଲା ପୁଅ। ହେଲେ ସେଠାକୁ ଆଉ ଯିବା କଥା ଭୁଲିଗଲା। ଏତେ କାର୍ଯ୍ୟବ୍ୟସ୍ତତା ଓ ପତ୍ନୀ ସେବା ଭିତରେ ପୁଅକୁ ଆଉ ସମୟ ହେଲା ନାହିଁ ବାପା ମା’ଙ୍କୁ ଦେଖିବାକୁ । ବୁଢ଼ାବୁଢ଼ୀ ବୃଦ୍ଧାଶ୍ରମରେ ରହି ରହି ଲୁହ ଗଡ଼ାଇ ଚାଲିଲେ । ହେଲେ ସେଠାରେ ବେଶୀଦିନ ରହିବା ସମ୍ଭବପର ନ ଥିଲା।
ଭଗୀରଥ ବାବୁ ସେଠାରୁ ଚାଲିଲେ ଗାଁକୁ ଯେଉଁଠି ତାଙ୍କୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ମିଳିବ।

ଇତି ମଧ୍ୟରେ ପାଞ୍ଚ ବର୍ଷ ବିତି ଯାଇଛି। ଭଗିବାବୁଙ୍କ ନାତି ନାତୁଣୀ ବଡ଼ ହୋଇଯାଇଛନ୍ତି ଆଉ ସ୍କୁଲ୍‌ ଯାଇଛନ୍ତି। ବୃଦ୍ଧାଶ୍ରମରେ ଛାଡ଼ି ଆସିଥିବା ପୁଅ ଯେବେ ଖବର ବୁଝିବାକୁ ବୃଦ୍ଧାଶ୍ରମ ଯାଆନ୍ତି ସେଠାରେ ତାଙ୍କ ବାପ ମା’ଙ୍କୁ ଆଉ ପାଆନ୍ତି ନାହିଁ। ସେଠାରୁ ସିଏ ନିଜ ଗାଁକୁ ଯାଇ ବାପା ମା’ଙ୍କ ଖବର ନେବାକୁ ଯା ଆନ୍ତି।
ପୁଅକୁ ମା ଦେଖି ବହୁତ ଖୁସି । ଏତେ ଦିନେ ପୁଅ ଆସିଛି। ପୁଅର ପସନ୍ଦ ଚିତଉ ପିଠା ତିଆରି କରି ମା’ ପୁଅକୁ ଖୁଆଇ ଦେଲା ଆଉ କହିଲା ‘‘ଆଜିକାଲି ଯୁଗ ବଦଳିଯାଇଛି, ପୁଅ ଜନମ ପର ଘରକୁ ହୋଇଛି। ଈଶ୍ୱର ତୋ’ର ମଙ୍ଗଳ କରନ୍ତୁ। ବୋଧହୁଏ ଆଉ ତୋ ଭାଗ୍ୟରେ ମା ହାତରୁ ପିଠା ଖାଇବା ଜୁଟିବ କି ନାହିଁ ଜାଣିନି। ତୋ’ ଖୁସିରେ କାହାର ନଜର ଯେମିତି ନ ଲାଗୁ ।’

ଏତିକି କହି ଆଖିରୁ ଦି ଟୋପା ଲୁହ ଝରାଇଦେଇ ପୁଅ ରଜତକୁ ବିଦାୟ ଦେଲେ ଭଗୀରଥ ବାବୁଙ୍କ ପତ୍ନୀ।
ତେଣେ ରଜତଙ୍କ ପୁଅଝିଅ ଯେତେବେଳେ ନିଜ ପଢ଼ା ବହିରେ ‘ଗ୍ରାଣ୍ଡ ଫାଦର’ ଓ ‘ଗ୍ରାଣ୍ଡ୍ ମଦର’ ପଢ଼ିଛନ୍ତି, ସେତେବେଳେ ରଜତଙ୍କ ପତ୍ନୀ ତାଙ୍କୁ ‘ଦେ ଆର୍ ଷ୍ଟେଇଙ୍ଗ୍‌ ଇନ୍‌ ଓଲ୍‌ଡ ଏଜ୍‌ ହୋମ୍‌’ ଅର୍ଥାତ ‘ ବୃଦ୍ଧାଶ୍ରମରେ ରହୁଛନ୍ତି’ ବୋଲି କହିଛନ୍ତି।

ସେଇ ସମାନ ପ୍ରଶ୍ନ ଯେତେବେଳେ ସେମାନେ ତାଙ୍କ ବାପା ରଜତଙ୍କୁ ପଚାରିଛନ୍ତି ସେ କହିଛନ୍ତି, ‘ଦେ ଆର୍ ଷ୍ଟେଇଙ୍ଗ ଇନ୍‌ ମାଇଁ ନେଟିଭ୍‌ ଭିଲେଜ୍‌ ।’ ମାନେ, ସେମାନେ ମୋ ଜନ୍ମିତ ଗାଁରେ ରହୁଛନ୍ତି।

ବାପା ମା’ଙ୍କ ପାଖରେ ଉତ୍ତରରେ ଫରକ୍‌ ଦେଖି ଦୁଇ କୁନି କୁନି ପିଲାଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ଓଲ୍‌ଡ ଏଜ ହୋମ୍‌ର ମାନେ କ’ଣ, ସେଠି କିଏ ରହନ୍ତି ତାହା ସେ ନିଜ ମା’ଙ୍କୁ ପଚାରିଛନ୍ତି ଆଉ ନାନା ପ୍ରଶ୍ନ ପଚାରି ତାଙ୍କୁ ଅସ୍ତବ୍ୟସ୍ତ କରି ପକାଇଛନ୍ତି।

q
image credit- newlife.com

ଚପଳମତି ପିଲାଙ୍କ ମନରେ କାହିଁକି କେଉଁଠି କେଜାଣି, ଜେଜେ ଓ ଜେଜେମା’ଙ୍କୁ ଅବହେଳାର ଗନ୍ଧ ଆସିଲା ସତେ ଯେମିତି ଈଶ୍ୱରଙ୍କ ନିର୍ଦ୍ଦେଶରେ। ସେମାନେ କୌଶଳକ୍ରମେ ବାପା ରଜତଙ୍କଠାରୁ ଜେଜେ ଓ ଜେଜେମା’ଙ୍କ ନାଁ ଗାଁ ଠିକଣା ସବୁ କିଛି ଆଣିଲେ।

ସେମାନେ ଧୀରେ ଧୀରେ ତାଙ୍କ ବାପା ମା’ଙ୍କୁ ଘୃଣା କରିବାରେ ଲାଗିଲେ। ଉଭୟ ନିଜ ବାପା ମା’ଙ୍କୁ ଏକ ଶିକ୍ଷା ଦେବାକୁ ଚାହିଁଲେ। ରଜତଙ୍କ ପତ୍ନୀ ବୁଝିଗଲେ ଯେ ତାଙ୍କ ପିଲା ତାଙ୍କଠାରୁ ଦୂରେଇ ଯାଉଛନ୍ତି। ସେ ଧୀରେ ଧୀରେ ଅସୁସ୍ଥ ହୋଇପଡ଼ିଲେ। କିଛି ଦିନ ପରେ ସେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଲେ ଓ ନିଜେ ନିଜକୁ ଘୃଣା କଲେ।

ସେ ନିଜ ଶାଶୁ ଓ ଶ୍ୱଶୁରଙ୍କ ପ୍ରତି ଅବହେଳା କରିଥିବାରୁ ପଶ୍ଚାତାପ କରୁଥିଲେ ।

ଭଗୀରଥ ବାବୁଙ୍କ ନାତି ନାତୁଣୀ ନିଜ ସ୍କୁଲ୍‌ର ବାର୍ଷିକ ଉତ୍ସବ ପାଇଁ ନିଜ ଜେଜେ ଓ ଜେଜେମା’ଙ୍କ ଦୁଃଖକୁ ନେଇ ଏକ ନାଟକ ଲେଖିଲେ ଓ ପାଣ୍ଡୁଲିପି ସ୍କୁଲ୍‌କୁ ଦେଲେ। ସ୍କୁଲ୍‌ର ପରିଚାଳନା କମିଟିର ପ୍ରତିଟି ସଦସ୍ୟଙ୍କ ହୃଦୟକୁ ଏହା ଛୁଇଁଲା।

ସ୍କୁଲ୍‌ ପରିଚାଳନା କମିଟି ପକ୍ଷରୁ ଭଗୀରଥ ବାବୁ ଓ ତାଙ୍କ ପତ୍ନୀଙ୍କୁ ବାର୍ଷିକ ଉତ୍ସବରେ ଅତିଥି ଭାବେ ଆମନ୍ତ୍ରିତ କରାଗଲା। ଯାହାକୁ ଦେଖି ରଜତ ଓ ତାଙ୍କ ପତ୍ନୀ ଲଜ୍ଜିତ ବୋଧ କଲେ। ସେମାନେ ବାପା ମା’ଙ୍କୁ କ୍ଷମା ମାଗିଲେ, ହେଲେ ପ୍ରତିକ୍ରିୟାରେ ବାପ ମା’ କେବଳ ଲୁହ ଝରାଇ ନିରବ ଉତ୍ତର ଦେଲେ।

ଏହି ଗଳ୍ପର ସାରମର୍ମ

‘ଧୈର୍ଯ୍ୟ ଓ ସହନଶୀଳତା ପାଖରେ ସବୁ କିଛି ହାର୍ ମାନେ। ଜେନେରେସନ୍‌ ଗ୍ୟାପ୍‌ ଆଳରେ ବରିଷ୍ଠ ନାଗରିକମାନଙ୍କୁ ଯେଉଁଭଳି ବ୍ୟବହାର କରାଯାଉଛି ତାହା ଯେ ଅତ୍ୟନ୍ତ ନିନ୍ଦନୀୟ, ଏହି କଥା ପର ପିଢ଼ି ଯେତେ ଶୀଘ୍ର ବୁଝିବେ, ସେତେ ଭଲ।

କୌଣସି ବାପା ମା ତାଙ୍କ ସନ୍ତାନର ଅହିତ ଚାହାନ୍ତି ନାହିଁ ଏହା ସତ୍ୟ। କିନ୍ତୁ ଭଗୀରଥ ବାବୁ ଓ ତାଙ୍କ ପତ୍ନୀଙ୍କ ହୃଦୟର କୋହ ଏକ ‘ସ୍ପନ୍ଦନ ଚିନ୍ତନ’ର ରୂପ ନେଇଥିଲା। ସେ ନିଜ ପୁଅ ବୋହୂଙ୍କ କ୍ଷତି ଚାହୁଁ ନ ଥିଲେ। କିନ୍ତୁ ତାଙ୍କ ପୁଅ ବୋହୂ ନିଜ କୃତକର୍ମର ଫଳ ସ୍ୱରୂପ ଲଜ୍ଜିତ ହେଲେ। ହେଲେ ଏମିତି ନାତି ନାତୁଣୀ ପାଇ ଭଗୀରଥ ବାବୁଙ୍କ ଜନ୍ମ ସତେ ଯେମିତି ସାର୍ଥକ ହୋଇଗଲା। ଏହି ଛୋଟ ଛୋଟ ପିଲାଙ୍କ ମାଧ୍ୟମରେ ଈଶ୍ୱର ବୁଝାଇ ଦେଇଛନ୍ତି ମଣିଷର କର୍ତ୍ତବ୍ୟ କ’ଣ ହେବା ଦରକାର।

ଆହୁରି ପଢ଼ନ୍ତୁ: ଆପଣ ଯେମିତି କର୍ମ କରିବେ, ସେମିତି ଫଳ ପାଇବେ