ଏମିତି ଚାଲିଛି ଆମ ଶିକ୍ଷା ବ୍ୟବସ୍ଥା: ସ୍କୁଲ୍‌ ବାରଣ୍ଡାରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଯଶୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୮ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଷଷ୍ଠ ଶ୍ରେଣୀରେ ୮୯ ଜଣ, ସପ୍ତମରେ ୬୪ ଓ ଅଷ୍ଟମ ଶ୍ରେଣୀରେ ୩୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ସ୍କୁଲ୍‌ର ଅବସ୍ଥା ନକହିଲେ ଭଲ। ତିନୋଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟିରେ ଆଉ ବସି ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ସୁରକ୍ଷିତ ମଣୁ ନାହାନ୍ତି। ଏ ଦୁଇଟି ଶ୍ରେଣୀ ଗୃହ ଭାଙ୍ଗିରୁଜି […]

school

school

Jyoshna Pradhan
  • Published: Sunday, 24 November 2019
  • Updated: 24 November 2019, 02:45 PM IST

Sports

Latest News

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଯଶୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୮ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଷଷ୍ଠ ଶ୍ରେଣୀରେ ୮୯ ଜଣ, ସପ୍ତମରେ ୬୪ ଓ ଅଷ୍ଟମ ଶ୍ରେଣୀରେ ୩୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ହେଲେ ସ୍କୁଲ୍‌ର ଅବସ୍ଥା ନକହିଲେ ଭଲ। ତିନୋଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟିରେ ଆଉ ବସି ପାଠ ପଢ଼ିବାକୁ ଛାତ୍ରଛାତ୍ରୀ ସୁରକ୍ଷିତ ମଣୁ ନାହାନ୍ତି। ଏ ଦୁଇଟି ଶ୍ରେଣୀ ଗୃହ ଭାଙ୍ଗିରୁଜି ଗଲାଣି। ଛାତ ଫାଟି ଆଁ କରିଥିବା ବେଳେ କାନ୍ଥରୁ ସିମେଣ୍ଟ ଖଣ୍ଡମାନ ଖସୁଛି। ତଳ ଚଟାଣ ମଧ୍ୟ ଫାଟି ଯାଇଛି। ତେଣୁ ଗୋଟିଏ କଠୋରୀରେ ଅଷ୍ଟମ ଶ୍ରେଣୀ ପିଲା ପଢ଼ୁଥିବା ବେଳେ ବାକି ଦୁଇ ଶ୍ରେଣୀ ପିଲା ବରଣ୍ଡାରେ ପଢୁଛନ୍ତି।

ଗତ ସେପ୍ଟେମ୍ୱର ୨୫ ତାରିଖରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ପଢ଼ୁଥିବା ବେଳେ ଉକ୍ତ ଦୁଇଟି କଠୋରୀର କାନ୍ଥରୁ ହଠାତ୍‌ ସିମେଣ୍ଟ ଖଣ୍ଡ ଖସିଥିଲା। ସେହି ଦିନଠାରୁ ପିଲାମାନେ ଭୟରେ ଶ୍ରେଣୀ ଗୃହରେ ନ ବସି ବାରଣ୍ଡାରେ ବସୁଛନ୍ତି। ସେହିପରି ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ସ୍କୁଲ୍‌ରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଅଭିଭାବକମାନେ ଅମଙ୍ଗ ହେଉଛନ୍ତି। ସ୍କୁଲର ଛାତ୍ରୀ ଜ୍ୟୋତି ପଣ୍ଡା କହିଛନ୍ତି, “ଆମେ ପାଠ ପଢୁଥିବା ସମୟରେ ସିମେଣ୍ଟ ଖଣ୍ଡ ପଡ଼ିଥିଲା। ଏହାପରେ ସାର୍‌ମାନେ ଆମକୁ ବାହାରକୁ ନେଇ ଯାଇଥିଲେ। ସେହି ଦିନ ଠାରୁ ଆମେ ବାରଣ୍ଡାରେ ପାଠ ପଢ଼ୁଛୁ।”

ସ୍କୁଲ ଚେୟାରମ୍ୟାନ୍ ରମାକାନ୍ତ ବେହେରା କହିଛନ୍ତି, “ସେପ୍ଟେମ୍ବର ୨୫ ତାରିଖରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୃହର ଝରକା ପାଖ କାନ୍ଥରୁ ସିମେଣ୍ଟ ଖସି ପିଲାମାନଙ୍କ ବ୍ୟାଗରେ ପଡ଼ିଥିଲା। ପିଲାମାନେ ସବୁ ବାହାରକୁ ବାହାରି ଆସିଥିଲେ। ଏହାପରେ ସଙ୍ଗେ ସଙ୍ଗେ ସରପଞ୍ଚ, ସିଆରସି ଓ ବିଇଓଙ୍କୁ ଫୋନ୍‌ ଯୋଗେ ଏ ନେଇ ସୂଚନା ଦିଆଯାଇଥିଲା।”

ଯଶୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ନାୟକ କହିଛନ୍ତି, “କାନ୍ଥରୁ ସିମେଣ୍ଟ ଖଣ୍ଡ ଖସିଲାପରେ ପିଲାମାନେ ଭୟଭୀତ ହୋଇଯାଇଥିଲେ। ଆଉ ଶ୍ରେଣୀ ଗୃହରେ ବସିବାକୁ ସୁରକ୍ଷିତ ମନେ କଲେ ନାହିଁ। ତେଣୁ ଆମେ ପିଲାମାନଙ୍କୁ ବାରଣ୍ଡାରେ ବସାଇ ପାଠ ପଢ଼ାଉଛୁ। ଏନେଇ ଆମେ ସ୍ଥାନୀୟ ଚେୟାରମ୍ୟାନ୍, ସରପଞ୍ଚ ଓ ସିଆରସିଙ୍କୁ ଜଣାଇଛୁ।”

ସେହିଭଳି ଜଳେଶ୍ୱରପୁର ପଞ୍ଚାୟତର ଜଳେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୦୦ରୁ ଅଧିକ ପିଲା ପଢ଼ନ୍ତି। ହେଲେ ଦୁଇ ମହଲା ବିଶିଷ୍ଟ ଏହି ସ୍କୁଲର କୋଠାର କାନ୍ଥ ତଳୁ ଉପର ପର୍ଯ୍ୟନ୍ତ ଫାଟି ଆଁ କରିଛି। ସେଥିରୁ ଫଡ଼ା ଫଡ଼ା ହୋଇ ସିମେଣ୍ଟ ଖସୁଛି। ଛାତରୁ ବି ସିମେଣ୍ଟ ଖସୁଛି। ଫଳରେ ପଞ୍ଚମ ଶ୍ରେଣୀ ପିଲାମାନେ ବାଣ୍ଡାରେ ବସି ପାଠ ପଢ଼ୁଛନ୍ତି।

ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଗୌରୀ ରାଉତ କହିଛନ୍ତି, “ଏହି ସ୍କୁଲ୍ କୋଠା ୨୦୦୧ ମସିହାରେ ତିଆରି ହୋଇଥିଲା।  ତଳ ଓ ଉପର ମହଲାରେ ମିଶି ମୋଟ ଚାରୋଟି ରୁମ୍‌ ହୋଇଛି। ସେଥିମଧ୍ୟରୁ ଗୋଟିଏ ରୁମ୍ ଭଲ ଅଛି। ଆଉ ତିନୋଟି ରୁମ୍‌ ନଷ୍ଟ ହୋଇଗଲାଣି। ଛାତରୁ ସିମେଣ୍ଟ ଖସୁଛି। ବିମ୍‌ ଫାଟି ଯାଇଛି। ବର୍ଷା ହେଲେ ପାଠ ପଢ଼ିବାରେ ଅସୁବିଧା ହେଉଛି। ଏନେଇ ବିଡିଓ, ତହସିଲଦାର ଓ ବିଇଓଙ୍କୁ ଜଣାଇଛୁ।”

ଚାନ୍ଦବାଲି ବିଇଓ ପ୍ରଣୟ ନାୟକ କହିଛନ୍ତି, “କିଛି ଦିନ ତଳେ ଯଶୀପୁର ଏମ୍‌ଇ ସ୍କୁଲ୍‌ର ଦୁଇଟି କ୍ଲାସ୍‌ ରୁମ୍‌ରେ ସିମେଣ୍ଟ ଅତଡ଼ା ଖସିବା ସଂପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି। ବିଡିଓ ଜେଇଙ୍କୁ ପଠାଇ ସ୍ଥିତି  ଅନୁଧ୍ୟାନ କରି ଶୀଘ୍ର ମରାମତି କରିବାକୁ ପ୍ରପୋଜାଲ୍ ଦେଇଛନ୍ତି। ସେ କାମ ଖୁବ୍‌ଶୀଘ୍ର ହେବ। ଏଥିସହ ପାଖରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ାଇବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି। ସେହିପରି ବାତ୍ୟା ବୁଲ୍‌ବୁଲ୍‌ରେ ଜଳେଶ୍ୱର ପ୍ରାଥମିକ ବିଦ୍ୟାଳୟ ନଷ୍ଟ ହୋଇଯାଇଛି। ସେ ସମ୍ପର୍କରେ ଆମେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେଇଛୁ। ପରବର୍ତ୍ତୀ ପର୍ଯ୍ୟାୟ କ୍ଲାସ୍‌ ରୁମ୍ ତିଆରି ପାଇଁ ପଦକ୍ଷେପ ନିଆଯିବ।”

ସ୍କୁଲ୍‌ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହାକୁ ଗୁରୁତ୍ୱ ନଦେବା କଥାକୁ ନେଇ  ଅଭିଭାବକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story