ନାହିଁ ନାହିଁରେ ଚାଲିଛି ରୋଗୀ ସେବା; ୧୮ ବଦଳରେ ଅଛନ୍ତି ୩ ଡାକ୍ତର

ଗୁଣପୁର (ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ଚିକିତ୍ସାଳୟ ୧୯୮୯ ମସିହାରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ଯେ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ହେବେ। ଆଉ ରୋଗୀ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ। ହେଲେ ୩୦ ବର୍ଷ ପରେ ବି ଏଠାରେ ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇପାରି ନାହାନ୍ତି। ଏହି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୧୮ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ମାତ୍ର […]

medical

medical

Jyoshna Pradhan
  • Published: Friday, 24 January 2020
  • Updated: 24 January 2020, 01:55 PM IST

ଗୁଣପୁର (ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ଚିକିତ୍ସାଳୟ ୧୯୮୯ ମସିହାରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ଯେ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ହେବେ। ଆଉ ରୋଗୀ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରିବେ। ହେଲେ ୩୦ ବର୍ଷ ପରେ ବି ଏଠାରେ ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇପାରି ନାହାନ୍ତି। ଏହି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ସମେତ ମୋଟ ୧୮ ଜଣ ଡାକ୍ତର ରହିବା କଥା। କିନ୍ତୁ ଏବେ ମାତ୍ର ୩ ଜଣ ଡାକ୍ତର ଅଛନ୍ତି। ଫଳରେ ଉପଯୁକ୍ତ ଚିକିତ୍ସା ସେବା ପାଇ‍ବାରୁ ରୋଗୀମାନେ ବଞ୍ଚିତ ହେଉଛନ୍ତି।

ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ଇଚ୍ଛାବତୀ ପାଣି କହିଛନ୍ତି, “ଏଠି କେହି ଡାକ୍ତରମାନେ ରହୁ ନାହାନ୍ତି। ଛୋଟ ଛୁଆଙ୍କୁ ଦେଖିବାକୁ ଡାକ୍ତର ନାହାନ୍ତି କି ବଡ଼ ଲୋକଙ୍କୁ ଦେଖିବା ପାଇଁ ଡାକ୍ତର ନାହାନ୍ତି। ରୋଗୀଙ୍କୁ ରାୟଗଡ଼ା, ବ୍ରହ୍ମପୁର କିମ୍ୱା କଟକ ନେଇ ଯିବାକୁ କହୁଛନ୍ତି। ଆମେ ଗରିବ ଲୋକ କେମିତି ନେବୁ। ଏହି ଡାକ୍ତରଖାନା ପାଖରେ ଥିବାରୁ ଆମେ ଏଠାକୁ ଆସୁଛୁ।”

ଏହି ଡାକ୍ତରଖାନା ଉପରେ ଗୁଡାରୀ, ରାମନାଗୁଡ଼ା, ଚନ୍ଦ୍ରପୁର, ପଦ୍ମପୁର ଓ ଗୁଣପୁର ବ୍ଲକ୍‌ର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ନିର୍ଭର କରିଥା’ନ୍ତି। ହେଲେ ବିଶେଷଜ୍ଞ ସମେତ ଆବଶ୍ୟକ ଡାକ୍ତର ନଥିବାରୁ ବିଭିନ୍ନ ସମୟରେ ରୋଗୀମାନେ ଆନ୍ଧ୍ର ପ୍ରଦେଶ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି।

ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ମେଡିକାଲ ଅଫିସର ରତିକାନ୍ତ ସାହୁ କହିଛନ୍ତି, “ଏହି ଡାକ୍ତରଖାନାରେ ୧୮ଟି ଡାକ୍ତର ପୋଷ୍ଟ ଅଛି। ଆମେ ୫ ଜଣ ଡାକ୍ତରଙ୍କୁ ପୋଷ୍ଟିଂ ଦେଇଛୁ। ସେଥିମଧ୍ୟରୁ ଜଣେ ଡାକ୍ତର ତିନି ମାସିଆ ଟ୍ରେନିଂରେ ଯାଇଛନ୍ତି। ଆଉ ଜଣେ ଡାକ୍ତର ଡେପୁଟେସନ୍‌ରେ ମୁନିଗୁଡ଼ା ଯାଇଛନ୍ତି। ଏବେ ଆଉ ୩ ଜଣ ଷ୍ଟାଫ୍‌ ଅଛନ୍ତି। ଯେହେତୁ ଡାକ୍ତରଙ୍କ ଅଭାବ ରହିଛି ଆମେ ଯେତିକି ପାରୁଛୁ କରୁଛୁ।”

ସ୍ୱେଚ୍ଛାସେବୀ ଅକ୍ଷୟ କୁମାର ଦାସ କହିଛନ୍ତି, “ଆରମ୍ଭରୁ ଡାକ୍ତରଖାନାରେ ବେଡ୍‌ ସଂଖ୍ୟା ୨୦ ଥିଲା। ଏବେ ୭୦ଟି ବେଡ୍‌ ରହିଛି। ହେଲେ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ  ଏଠି ଆବଶ୍ୟକ ଡାକ୍ତର ନାହାନ୍ତି। ଏନେଇ ଲୋକେ ମନ୍ତ୍ରୀ, ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଗୁହାରି କରିଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ଆଗାମୀ ଦିନରେ ଡାକ୍ତରୀ ପଦବୀ ପୂରଣ ନହେଲେ ବଡ଼ ଆନ୍ଦୋଳନକୁ ଏଡାଇ ଦିଆଯାଇ ନପାରେ। ମୋର ଅନୁରୋଧ ସରକାର ଖୁବଶୀଘ୍ର ଡାକ୍ତର ପଦବୀ ପୂରଣ କରନ୍ତୁ।”

ଡାକ୍ତରଖାନାର ଏ ଅବ୍ୟବସ୍ଥା ସଂପର୍କରେ ଗୁଣପୁର ଉପ-ଜିଲ୍ଲାପାଳ ବି.ଏସ୍. ବଳରାମ କହିଛନ୍ତି ଯେ ଏନେଇ କିଛି ସାମୟିକ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କୁହାଯାଇଛି।

ଦଶନ୍ଧି ଦଶନ୍ଧି ଧରି ଡାକ୍ତରଖାନାରେ ଏହି ସମସ୍ୟା ଲାଗି ରହିଛି।  ହେଲେ ସମାଧାନ ହୋଇ ପାରୁ ନାହିଁ।  କେବେ ଡାକ୍ତର ପଦବୀ ପୂରଣ ହେବ ଆଉ ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରିବେ, ତାକୁ ହିଁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story