ପାଣି ପାଇଁ ହନ୍ତସନ୍ତ, ୪ ହଜାର ଲୋକଙ୍କ ପାଇଁ ୪ଟି ନଳକୂପ

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ସିମିଳିପଦର ପଞ୍ଚାୟତରେ ରହିଛି ଗବଯୋର ଗାଁ। ଏହି ଗାଁରେ ଚାରି ହଜାର ଲୋକ ବସବାସ କରନ୍ତି। ହେଲେ ଚାରି ହଜାର ଲୋକଙ୍କ ପାଇଁ ୪ଟି ନଳକୂପ ରହିଛି। ଯାହା ଗ୍ରାମବାସଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଣି ଟୋପାଏ ପାଇଁ ଗ୍ରାମବାସୀମାନଙ୍କୁ ନଳକୂପ ନିକଟରେ ଲାଇନ ଦେବାକୁ ପଡ଼ିଥାଏ। ଆଗକୁ ଖରାଦିନ ଥିବାରୁ ପାଣି ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହି […]

water88888888888888888

water88888888888888888

Tapaswini Nayak
  • Published: Thursday, 05 March 2020
  • Updated: 05 March 2020, 02:35 PM IST

Sports

Latest News

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ସିମିଳିପଦର ପଞ୍ଚାୟତରେ ରହିଛି ଗବଯୋର ଗାଁ। ଏହି ଗାଁରେ ଚାରି ହଜାର ଲୋକ ବସବାସ କରନ୍ତି। ହେଲେ ଚାରି ହଜାର ଲୋକଙ୍କ ପାଇଁ ୪ଟି ନଳକୂପ ରହିଛି। ଯାହା ଗ୍ରାମବାସଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପାଣି ଟୋପାଏ ପାଇଁ ଗ୍ରାମବାସୀମାନଙ୍କୁ ନଳକୂପ ନିକଟରେ ଲାଇନ ଦେବାକୁ ପଡ଼ିଥାଏ। ଆଗକୁ ଖରାଦିନ ଥିବାରୁ ପାଣି ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ଏହି ଗାଁରେ ୬ଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ନଳକୂପ ଦୀର୍ଘ ଦିନ ହେବ ଅଚଳ ହୋଇପଡ଼ିଛି। ଏବେ ଏହି ଚାରୋଟି ନଳକୂପ ଉପରେ ଗବଯୋର ଗାଁର ୪ ହଜାର ଲୋକେ ନିର୍ଭର କରୁଛନ୍ତି। ପାଣି ଟୋପାଏ ପାଇଁ ସକାଳୁ ସଞ୍ଜ ଯାଏ ଏହି ନଳକୂପ ନିକଟରେ ଲୋକଙ୍କ ଲାଇନ ଲାଗିଥାଏ। ବେଳେ ବେଳେ ପାଣି ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ।

ପାଣି ସମସ୍ୟା ଦୂର କରିବା ପାଇଁ ସରକାର ଗବଯୋର ଗାଁଠାରୁ ଗୋଟିଏ କିମି ଦୂରରେ ଥିବା ପଥରଲ୍ଲା ଗାଁରେ ପାଣି ପାଇପ ବସାଇଥିଲେ। ହେଲେ ଏହି ପାଣି ପାଇପ ୭ ବର୍ଷ ହେବ ଅଚଳ ହୋଇପଡ଼ି ରହିଛି। ସାତବର୍ଷ ହେବ ପାଣି ପାଇପ ବ୍ୟବହାର ହେଉ ନଥିବାରୁ ଷ୍ଟାଣ୍ଡ ପୋଷ୍ଟଗୁଡ଼ିକ ଭାଙ୍ଗିରୁଜି ଯିବା ସହ ପାଇପଗୁଡ଼ିକ ମଧ୍ୟ ଫାଟିଗଲାଣି। ଗ୍ରାମବାସୀମାନେ ପାଣି ପାଇପ ମରାମତି କରିବା ପାଇଁ ସରକାରୀ ଅଧିକାରୀ ଓ ବିଡ଼ିଓଙ୍କ ନିକଟରେ ବାରମ୍ବାର ବାରମ୍ବାର ଦାବି କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ଧବଳେଶ୍ୱର ମେହେର କହିଛନ୍ତି, “ଆମ ଗାଁର ପାଣି ସମସ୍ୟା ରହିଛି। ବିଶେଷକରି ଖରାଦିନେ ଏହି ପାଣି ସମସ୍ୟା ଅଧିକ ଜଟିଳ ହୋଇପଡ଼େ। ଆମ ଗାଁରେ ଦୁଇଟି ନଳକୂପ ଅଚଳ ହୋଇ ପଡ଼ିବା ସହ ପାଣି ପାଇପ ମଧ୍ୟ ସାତବର୍ଷ ହେବ ଅଚଳ ହୋଇ ପଡ଼ିଛି। ପାଣିପାଇଁ ଗ୍ରାମବାସୀମାନେ ଭାରି ହଇରାଣ ହେଉଛନ୍ତି। ସରକାର ଏହାର ମରାମତି କରିବା ସହ ଆମ ଗାଁକୁ ସପ୍ଲାଏ ପାଣିର ବ୍ୟବସ୍ଥା କରନ୍ତୁ।”

ଗବଯୋର ଗାଁରେ ପାଣି ସମସ୍ୟା ନେଇ ବୌଦ୍ଧ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଭଞ୍ଜ କିଶୋର ମନହୋରୀଙ୍କୁ ଅବଗତ କରିବାରୁ ସେ କହିଛନ୍ତି, “ଶୀଘ୍ର ପାଣି ପାଇପ ମରାମତି କରାଯିବ।”

ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos