୩୦୦ ଲୋକଙ୍କ ପାଇଁ ଗୋଟିଏ କୂଅ, ଖରାଦିନେ ନାଳ ପାଣି ଭରସା

ମୋହନା (ମିହିରି ଯତି):  ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଇ ଦେବା ସହ ଆବାସ ଯୋଜନାରେ ଉପଯୁକ୍ତ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଘର ନଥିବାରୁ ପଲିଥିନ ଟାଣି ରହୁଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି […]

rrrrr000

rrrrr000

Tapaswini Nayak
  • Published: Tuesday, 03 March 2020
  • Updated: 03 March 2020, 01:23 PM IST

ମୋହନା (ମିହିରି ଯତି):  ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଇ ଦେବା ସହ ଆବାସ ଯୋଜନାରେ ଉପଯୁକ୍ତ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଘର ନଥିବାରୁ ପଲିଥିନ ଟାଣି ରହୁଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କେଶରୀଗୁଡା ପଞ୍ଚାୟତରେ ଜାଡ଼ାଗୁଡା ଗାଁରେ। ଏହି ଗାଁରେ ୪୫ରୁ ଊର୍ଦ୍ଧ୍ୱ ଶବର ସମ୍ପ୍ରଦାୟର ପରିବାର ବସବାସ କରନ୍ତି। ଗାଁରେ ନଳକୂପ କି ବରୱେଲ ନଥିବାରୁ ୩୦୦ରୁ ଉର୍ଦ୍ଧ୍ୱ ଲୋକେ ଗୋଟିଏ କୂଅ ଉପରେ ନିର୍ଭର କରନ୍ତି। ଖରାଦିନରେ କୂଅ ଶୁଖିଗଲେ ସ୍ଥିତି ଜଟିଳ ହୋଇପଡ଼େ। ଗ୍ରାମବାସୀମାନେ ପାଣି ପାଇଁ ଗାଁଠୁ ଦୁଇ କିମି ଦୂରରେ ଥିବା ନାଳକୁ ଯାଇଥା'ନ୍ତି।

ଗାଙ୍ଗି ଶବର କହିଛନ୍ତି, “ଆମ ଗାଁରେ ପାଣି ସମସ୍ୟା ରହିଛି। ଗୋଟିଏ କୂଅ ଉପରେ ୩୦୦ ଗ୍ରାମବାସୀ ନିର୍ଭର କରୁଛୁ। ଏବେ ଏହି କୂଅର ପାଣି ଅଧା ଶୁଖିଗଲାଣି। ଖରାଦିନରେ ଆମେ ଦୁଇ କିଲୋମିଟର ଦୂରରେ ଥିବା ନାଳରୁ ପାଣି ଆଣି ପିଇବୁ। ଏହି ପାଣି ପିଇବା ଦ୍ୱାରା ଝାଡାବାନ୍ତି ଓ ଜରରେ ପଡୁଛୁ। ନଳକୂପ ବସାଇବା ପାଇଁ ଆମେ ଦାବି କରୁଥିଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି। ଆମେ କେମିତି ସୁବିଧାରେ ପାଣି ପାଇପାରିବୁ, ସରକାର ବ୍ୟବସ୍ଥା କରନ୍ତୁ।”

ଏହି ଗାଁର କାହାରି ବି ଭଲ ଘରଟିଏ ନାହିଁ । ଗାଁରେ ୪୫ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ଦୁଇରୁ ତିନିଜଣଙ୍କୁ ଆବାସ ଯୋଜନାରେ ଘର ମିଳିଛି। ଅନ୍ୟମାନଙ୍କୁ ଘର ମିଳିନାହିଁ। ଗ୍ରାମବାସୀମାନେ ଘର ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ଘର ମିଳି ନଥିବା ଅଭିଯୋଗ କରିଛନ୍ତି।

ଗାଁର ନୁନୁ ଶବର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଘର ଖଣ୍ଡିଏ ମିଳି ନଥିବା ସେ ଅଭିଯୋଗ କରିଛନ୍ତି। ଘର ଭାଙ୍ଗି ଯାଇଥିବାରୁ ସେ ପଲିଥିନ ଟାଣି ରହୁଛନ୍ତି। ବର୍ଷା ହେଲେ ପଲିଥିନରୁ ପାଣି ଗଳେ।

ମୋହନା ବିଡିଓ ବଂଶୀଧର ଖୋସଲା କହିଛନ୍ତି, “ଗାଁରେ ଥିବା ପାଣି ସମସ୍ୟାର ଶୀଘ୍ର ସମାଧାନ କରାଯିବ। ଏହାସହ ଗାଁରେ ଯେଉଁମାନେ ପ୍ରକୃତ ହିତାଧିକାରୀ ରହିଛନ୍ତି, ସେମାନଙ୍କ ତାଲିକା ପ୍ରସ୍ତୁତ କରି ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story