ସ୍କୁଲ୍‌ ପାଚେରି କହୁଛି ଜିଲ୍ଲାର କାହାଣୀ

ନୂଆପଡ଼ା (ମାୟାଧର ସରାଫ୍): ଆପଣ ଯଦି ନୂଆପଡ଼ା ଜିଲ୍ଲା କୋମନା ଜିତାମିତ୍ର ଉଚ୍ଚ ବିଦ୍ୟାଳୟକୁ ଯିବେ, ତା’ହେଲେ ଗେଟ୍‌ରେ ପ୍ରବେଶ କରିବା ପୂର୍ବରୁ ବାହାରେ ବେଶ୍ କିଛି ସମୟ ଅଟକି ଯିବେ। କାରଣ ସ୍କୁଲ୍‌ର ପାଚେରି ସେହିପରି ହୋଇଛି। ପାଚେରିରେ ଜିଲ୍ଲାର ଐହତ୍ୟ, ପରମ୍ପରା, ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀର ଚିତ୍ର କରାଯାଇଛି। କୋମନାଗଡ଼ର ସମ୍ୱଲେଶ୍ୱରୀ ମନ୍ଦିର, ଚକୋଟିଆ ଭୁଂଜିଆଙ୍କ ଲାଲବଙ୍ଗଳା, ସୁନାଦେଇ ପୀଠ, ଖରଳଅଁସ, ବେନିଆ ଅଁସ ଜଳପ୍ରପାତ, ଯୋଗୀ ମଠ ଗୁମ୍ଫା, ପଡ଼ୋରା, […]

nuapada

nuapada

Jyoshna Pradhan
  • Published: Thursday, 28 November 2019
  • Updated: 28 November 2019, 02:31 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ୍): ଆପଣ ଯଦି ନୂଆପଡ଼ା ଜିଲ୍ଲା କୋମନା ଜିତାମିତ୍ର ଉଚ୍ଚ ବିଦ୍ୟାଳୟକୁ ଯିବେ, ତା’ହେଲେ ଗେଟ୍‌ରେ ପ୍ରବେଶ କରିବା ପୂର୍ବରୁ ବାହାରେ ବେଶ୍ କିଛି ସମୟ ଅଟକି ଯିବେ। କାରଣ ସ୍କୁଲ୍‌ର ପାଚେରି ସେହିପରି ହୋଇଛି। ପାଚେରିରେ ଜିଲ୍ଲାର ଐହତ୍ୟ, ପରମ୍ପରା, ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନ ସ୍ଥଳୀର ଚିତ୍ର କରାଯାଇଛି। କୋମନାଗଡ଼ର ସମ୍ୱଲେଶ୍ୱରୀ ମନ୍ଦିର, ଚକୋଟିଆ ଭୁଂଜିଆଙ୍କ ଲାଲବଙ୍ଗଳା, ସୁନାଦେଇ ପୀଠ, ଖରଳଅଁସ, ବେନିଆ ଅଁସ ଜଳପ୍ରପାତ, ଯୋଗୀ ମଠ ଗୁମ୍ଫା, ପଡ଼ୋରା, ମାରାଗୁଡ଼ା ସହ  ଜିଲ୍ଲାବାସୀଙ୍କ ଜୀବନ ଜୀବିକାକୁ ଚିତ୍ରିତ କରାଯାଇଛି। ଗୋଟିଏ ସ୍ଥାନରେ ଜିଲ୍ଲାର ସବୁ ପର୍ଯ୍ୟଟନସ୍ଥଳୀର ଚିତ୍ର ଦେଖି ଲୋକେ ମଧ୍ୟ ଖୁସି ଅନୁଭବ କରୁଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଓ ଗଣିତର ବିଭିନ୍ନ ଫର୍ମୁଲା ମଧ୍ୟ ଅଙ୍କା ଯାଇଛି।

ଏନେଇ ସ୍କୁଲର ଜଣେ ଛାତ୍ରୀ ରୀତା ତାଣ୍ଡି କହିଛନ୍ତି,“ ଆମ ସ୍କୁଲର କାନ୍ଥରେ ପୂର୍ବରୁ କିଛି ଚିତ୍ର ଅଙ୍କା ଯାଇ ନଥିଲା। ଏବେ ଯେଉଁ ଚିତ୍ର ସବୁ ଅଙ୍କା ଯାଇଛି, ସେଗୁଡ଼ିକୁ ଦେଖିଲେ ଖୁସି ଲାଗୁଛି।”

ସ୍କୁଲ ପାଚେରିରେ ଚିତ୍ର କରିବାର ପରିକଳ୍ପନା ପ୍ରଧାନ ଶିକ୍ଷକ କୁଳମଣି ନିଆଲା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ସହିତ ସ୍ଥାନୀୟ ଲୋକଙ୍କୁ ଗୋଟିଏ ସ୍ଥାନରେ  ଜିଲ୍ଲାର ଐତିହ୍ୟ, ପରମ୍ପରା, ଦର୍ଶନୀୟ ସ୍ଥାନ ଓ ଜୀବନ ଜୀବିକା ଆଦି ସମ୍ପର୍କରେ ଅବଗତ କରାଇବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି।  ସେ ସ୍କୁଲ୍ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଏହି ସବୁ ଚିତ୍ର କରାଇଛନ୍ତି।

ସ୍ଥାନୀୟ ବାସିନ୍ଦା ଗୌରାଙ୍ଗ କୁମାର ସାହୁ  କହିଛନ୍ତି, “ଏହି ସ୍କୁଲ ନୂଆପଡ଼ା ଜିଲ୍ଲାର ଏକ ଜଣାଶୁଣା ଶିକ୍ଷାନୁଷ୍ଠାନ। ଏ ବିଦ୍ୟାଳୟର ପରିବେଶ ବେଶ୍ ଚମତ୍କାର।ଏହି ସ୍କୁଲ ନୂଆପଡ଼ା ଜିଲ୍ଲାର ମୁଖଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ସ୍କୁଲର କାନ୍ଥରେ ନୂଆପଡ଼ା ଜିଲ୍ଲାର ଐତିହ୍ୟ, କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଅତି ସୁନ୍ଦର ଭାବେ ଫୁଟି ଉଠିଛି।”

ପ୍ରଧାନ ଶିକ୍ଷକ କୂଳମଣୀ ନିଆଲ କହିଛନ୍ତି, “୧୯୬୧ ମସିହାରେ ଏହି ସ୍କୁଲ୍ ପ୍ରତିଷ୍ଠା ହୋଇଥିଲା। ସ୍କୁଲ ପାଚେରିକୁ ନୂତନ ଭାବେ ନିର୍ମାଣ କରାଯାଇଛି।  ତେବେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ, ମନ୍ଦିର, ସଂସ୍କୃତି ସହିତ ଗଣିତର ଫର୍ମୁଲା, ଭୂଗୋଳ, ଇତିହାସ ଓ ଖେଳ ସମ୍ପର୍କରେ ପିଲାମାନେ କିଛି ଶିଖିବେ ଓ ଜାଣିବେ ବୋଲି ପାଚେରିରେ ଚିତ୍ର କରିବାକୁ ଚିନ୍ତା କରିଥିଲି। ସ୍କୁଲ ଆସିଲା ଓ ଗଲାବେଳେ ଏହି ଚିତ୍ର ଦେଖି ପିଲାମାନେ ଆନନ୍ଦିତ ହେଉଛନ୍ତି। କିଛି କିଛି ଶିଖୁଛନ୍ତି ମଧ୍ୟ। ମୁଁ ଭାବୁଛି ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉପାଦାୟ ହୋଇ ପାରିବ। ବିଦ୍ୟାଳୟକୁ ଆସୁଥିବା ଲୋକମାନେ ମଧ୍ୟ ଜିଲ୍ଲା ସମ୍ପର୍କରେ ଜାଣିବାକୁ ସୁଯୋଗ ପାଉଛନ୍ତି।”

ନୂଆପଡ଼ା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ କହିଛନ୍ତି, “ସ୍କୁଲ ପାଚେରିରେ ଯେଉଁ ଚିତ୍ର ଅଙ୍କାଯାଇଛି, ସେଥିରୁ ଛାତ୍ରଛାତ୍ରୀମାନେ ନିଜ ଜିଲ୍ଲା ସମ୍ପର୍କରେ ଅନେକ କଥା ଜାଣିପାରୁଛନ୍ତି। ବାହାରୁ ମଧ୍ୟ ଯେଉଁ ଲୋକମାନେ ଆସୁଛନ୍ତି ସେମାନଙ୍କୁ ଏହି ଚିତ୍ର ଆକୃଷ୍ଟ କରୁଛି। ସ୍କୁଲର ସୌନ୍ଦର୍ଯ୍ୟକୁ ଏହା ଦ୍ୱିଗୁଣିତ କରୁଛି।” ଜିଲ୍ଲାର ବିଭିନ୍ନ ସ୍କୁଲରେ ଏପରି ଚିତ୍ର ଅଙ୍କା ଗଲେ ଲୋପ ପାଇଯାଇ ଥିବା ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜାଣି ପାରିବେ ସାଧାରଣରେ ଆଲୋଚନା ହେଉଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos