ଯୁକ୍ତ ତିନି ବିଜ୍ଞାନର ଛାତ୍ର ସଫଳ ଛତୁ ଚାଷୀ

ବରଗଡ଼ (ଦୀପକ ଶର୍ମା): ଆଜିର ଯୁବ ପିଢ଼ି ଚାକିରି ପଛରେ ଗୋଡ଼ାଉଥିବା ବେଳେ ଜଣେ କଲେଜ ଛାତ୍ର ଚାକିରି ପଛରେ ନ ଗୋଡ଼ାଇ ସଫଳ ଛତୁ ଚାଷୀ ହୋଇପାରିଛନ୍ତି। ଛାତ୍ର ଜଣଙ୍କ ଜୈବିକ ପଦ୍ଧତିରେ ନିଜ ଘରେ ଛତୁ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଭରଣ ପୋଷଣ କରୁଛନ୍ତି। ସେ ହେଉଛନ୍ତି ବରଗଡ଼ ଜିଲ୍ଲା ବାଜଗାଡ଼ ଗାଁର ଚନ୍ଦନ ପ୍ରଧାନ। ଚନ୍ଦନ […]

baraf

baraf

Tapaswini Nayak
  • Published: Thursday, 05 March 2020
  • Updated: 05 March 2020, 02:59 PM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ଆଜିର ଯୁବ ପିଢ଼ି ଚାକିରି ପଛରେ ଗୋଡ଼ାଉଥିବା ବେଳେ ଜଣେ କଲେଜ ଛାତ୍ର ଚାକିରି ପଛରେ ନ ଗୋଡ଼ାଇ ସଫଳ ଛତୁ ଚାଷୀ ହୋଇପାରିଛନ୍ତି। ଛାତ୍ର ଜଣଙ୍କ ଜୈବିକ ପଦ୍ଧତିରେ ନିଜ ଘରେ ଛତୁ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଛତୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଭରଣ ପୋଷଣ କରୁଛନ୍ତି। ସେ ହେଉଛନ୍ତି ବରଗଡ଼ ଜିଲ୍ଲା ବାଜଗାଡ଼ ଗାଁର ଚନ୍ଦନ ପ୍ରଧାନ।

ଚନ୍ଦନ ଛତୁ ଚାଷର ପ୍ରଣାଳୀ ୟୁଟ୍ୟୁବରୁ ଶିଖିଥିଲେ, ନିଜ ଘରେ ଧିଙ୍ଗିରି ଛତୁ ଚାଷ କରିଥିଲେ। ପ୍ରଥମେ ସେ ପାଳ ଗଦାକୁ ମେସିନରେ କାଟି ତାକୁ ପ୍ଲାଷ୍ଟିକ ମୁଣିରେ ପୂରାଇ ଦୁଇରୁ ତିନି ଦିନ ପାଣିରେ ଭିଜାଇ ରଖିଥିଲେ। ପରେ ପାଳ ଗଦାକୁ ଜୈବିକ ପଦ୍ଧତିରେ ଏକ ଡ୍ରମରେ ପୂରାଇ ଗରମ କରିଥିଲେ। ଏହାପରେ ପାଳକୁ ପ୍ଲାଷ୍ଟିକ ଜରିରେ ପୂରାଇ ଛତୁ ମଞ୍ଜି ଦେଇ ବେଟ୍ ପ୍ରସ୍ତୁତ କରିଥିଲେ। ଘରେ ଦୌଡ଼ିରେ ଶିକା କରି ତା’ ଭିତରେ ଏହି ବେଟକୁ ରଖିଥିଲେ। କିଛି ଦିନ ପରେ ବେଟରୁ ପେନ୍ଥାପେନ୍ଥା ଛତୁ ବାହାରିଥିଲା।

ଚନ୍ଦନ ଏହି ଛତୁ ଚାଷ ପାଇଁ ପାଞ୍ଚ ହଜାର ଟଙ୍କା ନିବେଶ କରିଥିଲେ। ଏଥିରୁ ଏବେ ସେ ୧୨ ହଜାର ଟଙ୍କା ଲାଭ କରିସାରିଲେଣି। ଚନ୍ଦନ ଯୁକ୍ତ ତିନି ବିଜ୍ଞାନର ଛାତ୍ର। ସେ ପ୍ରତିଦିନ କଲେଜ ଯାଆନ୍ତି ଓ କଲେଜରୁ ଫେରିବା ପରେ ଛତୁ ଚାଷ କରିଥାନ୍ତି। ଚନ୍ଦନ ଛତୁ ବିକ୍ରି କରି ନିଜ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ସହ ପରିବାର ପୋଷଣ କରିଥାନ୍ତି।

ଲୋକେ ରାସାୟନିକ ସାର ବ୍ୟବହାର କରି ଛତୁ ଚାଷ କରୁଥିବା ବେଳେ ଚନ୍ଦନ ଜୈବିକ ପଦ୍ଧତିରେ ଛତୁ ଚାଷ କରୁଥିବାରୁ ତାଙ୍କ ଘରେ ବ୍ୟବସାୟୀ ଓ ଗ୍ରାହକମାନଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥାଏ। ଗ୍ରାମବାସୀ ମଧ୍ୟ ଚନ୍ଦନଙ୍କ ଛତୁ  ଚାଷକୁ ପ୍ରଶଂସା କରିଛନ୍ତି।

ଛତୁଚାଷୀ ଚନ୍ଦନ ପ୍ରଧାନ କହିଛନ୍ତି, “ମୁଁ ଜୈବକ ପଦ୍ଧତିରେ ଛତୁ ଚାଷ କରିଛି। ଏଥିରେ କୌଣସି ରାସାୟନିକ ସାର ବ୍ୟବହାର କରାଯାଉ ନଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର।”

ଚନ୍ଦନଙ୍କ ବାପା ଲଲିତ ପ୍ରଧାନ କହିଛନ୍ତି, “ମୋ ପୁଅ ପାଠ ପଢ଼ିବା ସହ ଛତୁ ଚାଷ ମଧ୍ୟ କରୁଛି। ସେଥିରୁ ଦୁଇ ପଇସା ରୋଜଗାର କରୁଛି। ଆମେ ସେଥିରୁ ବହୁତ ଖୁସି ଅଛୁ।”

ବରଗଡ କୃଷି ଉପନିର୍ଦ୍ଦେଶକ ଦୀନବନ୍ଧୁ ଗାନ୍ଧି କହିଛନ୍ତି, “ଚନ୍ଦନ ପାଠ ପଢ଼ିବା ସହ ଛତୁ ଚାଷ  କରି ଭଲ ଦୁଇ ପଇସା ରୋଜଗାର କରୁଛି। ଚନ୍ଦନ ଛତୁ ଚାଷ ଅନ୍ୟ ଲୋକଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos