ପାଣି ପାଇଁ ସୁରକ୍ଷା ଘେରା: ହିଂସ୍ର ଜନ୍ତୁଙ୍କ ସହ ଲଢି ଆଣିବାକୁ ହୁଏ ପିଇବା ପାଣି  

କେନ୍ଦୁଝର(ପ୍ରଣୟ କୁମାର ପାଣି): ପୁରୁଷଙ୍କ ହାତରେ ଠେଙ୍ଗାବାଡି। ମହିଳା ଅଛନ୍ତି ସୁରକ୍ଷା ବଳୟ ମଧ୍ୟରେ। ସାଙ୍ଗରେ ଅଛନ୍ତି ପିଲା। ଏହା କୌଣସି ସଂଘର୍ଷର ଦୃଶ୍ୟ ନୁହେଁ। ବଞ୍ଚିବା ପାଇଁ ସଂଘର୍ଷ। ପାଣି ପାଇଁ ସଂଘର୍ଷ। କେନ୍ଦୁଝର ଜିଲ୍ଲା ଶୁକଡେଳା ଗ୍ରାମବାସୀଙ୍କ ନିତିଦିନିଆ ଜୀବନ। ପିଇବା ପାଇଁ ପାଣି ମୁନ୍ଦେ ଆଣିବାକୁ ପ୍ରତିଦିନ ଏପରି କରିଥାନ୍ତି ଗ୍ରାମବାସୀ। ଶୁକଡେଳା ଗାଁରେ ଏବେ ପାଣି ସମସ୍ୟା। ଗୋଟିଏ ନଳକୂପ ଅଛି। ହେଲେ ଏଥିରୁ ବାହାରୁ ଥିବା ପାଣିକୁ ପିଇ ହେଉ […]

kjhr

kjhr

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 09:42 PM IST

Sports

Latest News

କେନ୍ଦୁଝର(ପ୍ରଣୟ କୁମାର ପାଣି): ପୁରୁଷଙ୍କ ହାତରେ ଠେଙ୍ଗାବାଡି। ମହିଳା ଅଛନ୍ତି ସୁରକ୍ଷା ବଳୟ ମଧ୍ୟରେ। ସାଙ୍ଗରେ ଅଛନ୍ତି ପିଲା। ଏହା କୌଣସି ସଂଘର୍ଷର ଦୃଶ୍ୟ ନୁହେଁ। ବଞ୍ଚିବା ପାଇଁ ସଂଘର୍ଷ। ପାଣି ପାଇଁ ସଂଘର୍ଷ। କେନ୍ଦୁଝର ଜିଲ୍ଲା ଶୁକଡେଳା ଗ୍ରାମବାସୀଙ୍କ ନିତିଦିନିଆ ଜୀବନ। ପିଇବା ପାଇଁ ପାଣି ମୁନ୍ଦେ ଆଣିବାକୁ ପ୍ରତିଦିନ ଏପରି କରିଥାନ୍ତି ଗ୍ରାମବାସୀ।

ଶୁକଡେଳା ଗାଁରେ ଏବେ ପାଣି ସମସ୍ୟା। ଗୋଟିଏ ନଳକୂପ ଅଛି। ହେଲେ ଏଥିରୁ ବାହାରୁ ଥିବା ପାଣିକୁ ପିଇ ହେଉ ନାହିଁ କି ରୋଷେଇ କରିହେଉ ନାହିଁ। ଏବେ ଗ୍ରାମବାସୀଙ୍କ ସାହାଭରଷା ହେଉଛି ଜଙ୍ଗଲରେ ଥିବା ଏକ ଚୂଆ। ହେଲେ ଏହି ଚୂଆ ପାଖକୁ ଏକାକୀ ଆସିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। କାରଣ ଗ୍ରାମବାସୀଙ୍କ ପାଇଁ ଏହି ଚୂଆ ଯେତିକି ଗୁରୁତ୍ୱପୂର୍ଣ୍ଣ ବନ୍ୟଜନ୍ତୁଙ୍କ ପାଇଁ ମଧ୍ୟ। ସମସ୍ତେ ଶୋଷ ମେଣ୍ଟାଇବାକୁ ଏହା ହିଁ ଏକମାତ୍ର ଉତ୍ସ। ଚୂଆ ପାଖରେ ପଡିଛି ହିଂସ୍ର ବନ୍ୟଜନ୍ତୁଙ୍କ ପାଦଚିହ୍ନ ଓ ମଳ।

kendujharକିଛିଦିନ ତଳେ ଚୂଆକୁ ପାଣି ପିଇବାକୁ ଆସି ଗ୍ରାମର ୩ ଜଣ ଲୋକ ଭାଲୁ ହାବୁଡରେ ପଡିଥିଲେ। ଭାଲୁ ଆକ୍ରମଣେ ସେମାନେ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବନ୍ୟଜନ୍ତୁଙ୍କ ଏପରି ଆକ୍ରମଣ ପରେ ଗ୍ରାମବାସୀ ଭୟଭିତ ହୋଇଯାଇଛନ୍ତି। ଚୂଆକୁ ପାଣି ପାଇଁ ଆସିବାକୁ କାହାର ଇଚ୍ଛା ନାହିଁ। ହେଲେ ସେମାନେ ଉପାୟ ଶୂନ୍ୟ। ବଞ୍ଚିବା ପାଇଁ ପାଣି ତ ନିହାତି ଆବଶ୍ୟକ। ପାଣି ନେବା ବେଳେ କୌଣସି ଅଘଟଣ ଏଡାଇବାକୁ ସମସ୍ତେ ଏକାଠି ମେଳି କରି ଆସିଥାନ୍ତି। ପୁରୁଷ ଲୋକେ ଠାଙ୍ଗା ବାଡି ଧରି ଜଗିଥାନ୍ତି। ଆଉ ମହିଳାମାନେ ଗରାରେ ପାଣି ଭରିଥାନ୍ତି। ଫେରିବା ବେଳେ ଆଗରେ ଓ ପଛରେ ରହିଥାନ୍ତି ଠେଙ୍ଗା ଧାରି ପୁରୁଷ। ଏପରି ସୁରକ୍ଷା ବଳୟରେ ପ୍ରତିଦିନି ନେବାକୁ ପଡିଥାଏ ପାଣି।

ଗ୍ରାମର ଜଣେ ମହିଳା କହିଛନ୍ତି,“ନଳକୂପରୁ ନାଲିଆ ପାଣି ବାହାରୁଛି। ଏଥିରେ ରୋଷେଇ କରି ହେଉନାହିଁ। ଏବେ ସେ ଚୂଆ ଆମର ଏକମାତ୍ର ସାହାଭରଷା। ୩ ଜଣ ଲୋକଙ୍କୁ ଭାଲୁ ଆକ୍ରମଣ କରିବା ପରେ ଆମେ ଏବେ ମେଳି ହୋଇ ପାଣି ପାଇଁ ଯାଉଛୁ।”

ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ସ୍ୱାଇଁ କହିଛନ୍ତି,“ଗାଁରେ ଥିବା ନଳକୂପରୁ ଭଲ ପାଣି ବାହାରୁ ନ ଥିବା ଖବର ଆମ ପାଖରେ ଅଛି। ଉକ୍ତ ନଳକୂପକୁ ମରାମତି କରାଯିବ। ଯଦି ଭଲ ପାଣି ନ ବାହାରେ ତେବେ ଗ୍ରାମରେ ଆଉ ଏକ ନଳକୂପ ଖୋଳାଯିବ।”

ସମସ୍ତଙ୍କୁ ସ୍ୱଚ୍ଛ ପାଇଁ ଯୋଗାଇବାକୁ ସରକାର କହୁଛନ୍ତି। ହେଲେ ଏ ଗ୍ରାମର ଚିତ୍ର ଭିନ୍ନ। ୩୦୦ ଲୋକ ବସବାସ କରୁଥିବା ଏହି ଗାଁକୁ ଦେଖିଲେ ଆଜି ବି ପାଣି ପାଇଁ କେମିତି ସଂଘର୍ଷ କରିବାକୁ ପଡେ ଜଣାପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story