ଶହେ ପଇସାର ମୂଲ୍ୟ ଏବେ ପଇସାଟାର ନୁହେଁ, କେହି ନେବାକୁ ରାଜି ନୁହଁନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସ୍ତରରେ ସଚଳ କିନ୍ତୁ ବଜାରରେ ଅଚଳ। ମାର୍କେଟରେ ଏବେ ଛୋଟ ଏକ ଟଙ୍କିଆ ମୁଦ୍ରା ଏକ ପ୍ରକାର ଅଚଳ। ପ୍ରାୟତଃ ସବୁ ଖୁଚୁରା ଦୋକାନୀ ଏହି ମୁଦ୍ରା ଗୁଡିକୁ ଅଦରକାରୀ ଭାବେ ପକାଇ ରଖିଛନ୍ତି। ଶହେ ପଇସାର ମୂଲ୍ୟ ଏବେ ସତେ ଯେମିତି ପଇସାଟାର ନୁହେଁ । କୌଣସି ବି ଖୁଚୁରା ଦୋକାନୀ ଏହାକୁ ଆଉ ନେବାକୁ ଚାହୁଁ ନାହାଁନ୍ତି । ଏମିତିକି ଗ୍ରାହକ ଟିଏ ମଧ୍ୟ ଫେରସ୍ତ ନେବାକୁ ଚାହୁଁନି […]

coins

coins

Ordigital Desk
  • Published: Thursday, 23 December 2021
  • Updated: 23 December 2021, 08:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ ସ୍ତରରେ ସଚଳ କିନ୍ତୁ ବଜାରରେ ଅଚଳ। ମାର୍କେଟରେ ଏବେ ଛୋଟ ଏକ ଟଙ୍କିଆ ମୁଦ୍ରା ଏକ ପ୍ରକାର ଅଚଳ। ପ୍ରାୟତଃ ସବୁ ଖୁଚୁରା ଦୋକାନୀ ଏହି ମୁଦ୍ରା ଗୁଡିକୁ ଅଦରକାରୀ ଭାବେ ପକାଇ ରଖିଛନ୍ତି। ଶହେ ପଇସାର ମୂଲ୍ୟ ଏବେ ସତେ ଯେମିତି ପଇସାଟାର ନୁହେଁ । କୌଣସି ବି ଖୁଚୁରା ଦୋକାନୀ ଏହାକୁ ଆଉ ନେବାକୁ ଚାହୁଁ ନାହାଁନ୍ତି । ଏମିତିକି ଗ୍ରାହକ ଟିଏ ମଧ୍ୟ ଫେରସ୍ତ ନେବାକୁ ଚାହୁଁନି । ଯେ କେହି ବି ବାଧ୍ୟରେ ନେଉଛି ସେ ପୁରା କ୍ଷତିରେ ପଡୁଥିବା କହିଛନ୍ତି।

ଭୁବନେଶ୍ୱର ଜୟଦେବ ବିହାର ଅଂଚଳର ଖୁଚୁରା ବ୍ୟବସାୟୀ କଳ୍ପତରୁ ମହାରଣା କହିଛନ୍ତି, “ମୋ ପାଖରେ ଏମିତି ଶହେ ଦୁଇ ଶହ ଟଙ୍କାର ଛୋଟ ୧ ଟଙ୍କିଆ କଏନ୍ ପଡିଛି। ଏମିତିକି ବହୁତ ସାରା ୫୦ ପଇସା ମଧ୍ୟ ଅଛି। କିନ୍ତୁ ବଜାରରେ ଏହା ସଂପୂର୍ଣ୍ଣ ଅଚଳ ହୋଇ ଯାଇଥିବାରୁ ଏହା କେବଳ ଛୁଆଙ୍କ ଖେଳନା ହୋଇ ରହିଯାଇଛି”। ସେହିପରି ଜଣେ ଓଏମ ଫେଡ୍ ବ୍ୟବସାୟୀ ବିଜୟ କୁମାର କର କହିଛନ୍ତି, “ଗୋଟିଏ ପ୍ୟାକେଟ୍ କ୍ଷୀର ଦାମ ୨୫ ଟଙ୍କା। ତେଣୁ ବ୍ୟବସାୟ ପାଇଁ ବହୁ ପରିମାଣର ଟଙ୍କିକିଆ କଏନ୍ ଦରକାର ପଡୁଛି। ଦୋକାନ କରିଥିବାରୁ କେବେ କେବେ ବାଧ୍ୟ ହୋଇ ରଖୁଛୁ। କିନ୍ତୁ ଲୋକ ଫେରସ୍ତ ନେଲା ବେଳକୁ କେହି ନେଉ ନାହାଁନ୍ତି। ତେଣୁ ବାଧ୍ୟ ହୋଇ ଶହେ ଟଙ୍କା ଦେଇ ୯୫ ଟଙ୍କାର ବଡ ଟଙ୍କିକିଆ କଏନ ବଜାରର କିଣିବାକୁ ପଡୁଛି। ବ୍ୟାଙ୍କକୁ ଗଲେ ମଧ୍ୟ ସେ ବି ଛୋଟ ଟଙ୍କି କିଆ କଏନ ନେବାକୁ ମନା କରି ଦେଉଛି”। କେବଳ ବିଭିନ୍ନ ଗିଫ୍ଟ ଖାମରେଏହି ଟଙ୍କିକିଆ କଏନ ବ୍ୟବହାର ହେଉଛି। ସେହିଗିଫ୍ଟ ଖାମ ପ୍ରସ୍ତୁତ କରୁଥିବା ଦୋକନୀ ଗୁଡିକ ହିଁ ଏହି ଛୋଟ ଟଙ୍କିକିଆ କଏନର ଗ୍ରାହକ ସାଜିଛନ୍ତି। ଏବଂ ବିଭିନ୍ନ ଦୋକାନରୁ ଏହାକୁ ଏକ ସାମଗ୍ରୀ ଭାବେ କିଣି ନେଉଛନ୍ତି।

ଛୋଟ ଟଙ୍କିକିଆ କଏନର କାହିଁ କେତେ ବର୍ଷ ପୂର୍ବରୁ ୫୦ ପଇସା ମୁଦ୍ରା ବଜାରରେ ବନ୍ଦ ହୋଇ ଗଲାଣି। ସାଲିଆ ସାହିରେ ଏକ ଛୋଟ ଖୁଚୁରା ଦୋକାନୀ ଲକ୍ଷ୍ମୀ ପରିଡ଼ା କହିଛନ୍ତି, "୫୦ ପଇସାର ଚକଲେଟ୍ ବିକ୍ରୀ କରୁଛୁ। କିନ୍ତୁ ୫୦ ପଇସା ଚଳୁନି। ତେଣୁ ଟଙ୍କାଟାରୁ କମରେ କିଛି ବିକ୍ରୀ ନାହିଁ। ଏବେ ଧୀରେ ଧୀରେ ଛୋଟ ଟଙ୍କିକିଆ ନ ଚଳିବାରୁ ବହୁତ ସମସ୍ୟା ହେଉଛି। ସରକାର ତ ସଚଳ କହୁଛନ୍ତି। କିନ୍ତୁ ଲୋକ ମନା କରି ଦେଉଛନ୍ତି। ତେଣୁ ବେପାର କରିବାକୁ ଆମ ଭଳି ଖୁଚୁରା ଦୋକାନୀଙ୍କୁ ଭାରି ସମସ୍ୟା ହେଉଛି"।

[caption id="attachment_701215" align="alignnone" width="1223"] ୫୦ ପଇସା କଏନ୍[/caption]

ସେପଟେ ଭିକାରୀ ମଧ୍ୟ ୫୦ ପଇସା କି ଛୋଟ ଏକ ଟଙ୍କିକିଆ କଏନ ନେବାକୁ ନାରାଜ। ଯେବି କେହି ନେଉଛି, ସେ ବ୍ୟବହାର କରିପାରୁନି। କିଏ ଘର କଣରେ ଫିଙ୍ଗି ଦେଉଛି ତ ଆଉ କିଏ ପାନ ଦୋକାନରେ ଗିଫ୍ଟ ଖାମ୍ ଉଦ୍ଦେଶ୍ୟରେ ଦେଉଛି।

ଜୁନ୍ ୩୦ ତାରିଖ ୨୦୧୧ରେ ଭାରତ ସରକାର ୨୫ ପଇସା ପର୍ଯ୍ୟନ୍ତ ଖୁଚୁରା କଏନ୍‌ ଅଚଳ କରିବା ପରେ ୫୦ ପଇସା କଏନ ଦେଶରେ ସର୍ବନିମ୍ନ କଏନ୍‌ ବୋଲି ଘୋଷଣା କରିଛି ଆରବିଆଇ। କିନ୍ତୁ ଏ କଏନର ବ୍ୟବହାର କମି ଯାଇଥିବାରୁ ବ୍ୟାଙ୍କ ମଧ୍ୟ ଆଉ କଏନ ରଖିବାକୁ ଚାହୁଁନାହିଁ। ଏହାର ରିଅଲିଟି ଚେକ୍ ପାଇଁ ଭୁବନେଶ୍ୱରର କିଛି ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଛୋଟ ଟଙ୍କିକିଆ କଏନ୍‌ ଏକ୍ସଚେଞ୍ଜ କରିବାକୁ ଚାହିଁଲୁ। କିନ୍ତୁ ବ୍ୟାଙ୍କ କର୍ମଚାରୀ ନିଜେ ଏହି କ୍ଷତିର ସମ୍ମୁଖୀନ ହୋଇଥିବା ସ୍ୱୀକାର କଲେ ମଧ୍ୟ କଏନ୍ ଏକ୍ସଚେଞ୍ଜ ପାଇଁ ଅମଙ୍ଗ ହୋଇଥିଲେ।

ଜଣେ ବ୍ୟାଙ୍କ ଅଧିକାରୀ କହିଲେ,” ଆମ ପାଖରେ ବି ଏମିତି ପଡିଛି। ଆମ ଠାରୁ ବି ଦୋକାନୀ ନେଉ ନାହିଁ । ସରକାର ବନ୍ଦ କରି ନାହାଁନ୍ତି ଯେ, କିନ୍ତୁ ଲୋକ ନିଜେ ନିଜେ ବନ୍ଦ କରି ଦେଲେଣି । ସେହିପରି ଅନ୍ୟ ଏକ ବ୍ୟାଙ୍କ କର୍ମଚାରୀଙ୍କ କହିବା ଅନୁଯାୟୀ “ଆରବିଆଇରେ ମଧ୍ୟ ଏମିତି ବହୁତ କଏନ ଭର୍ତ୍ତି ହୋଇ ରହିଛି । ଆରବିଆଇ କଏନ ବାଣ୍ଟିବାକୁ କହୁଛି। ଆଉ ବ୍ୟାଙ୍କ କଏନ ନେଇ କଣ ବା କରିବ”।

ଦେଶର ସମସ୍ତ କଏନ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ୱାରା ଟଙ୍କାଶାଳରେ ଉତ୍ପାଦିତ ହୋଇଥାଏ। କିନ୍ତୁ ଏହାର ବଣ୍ଟନ ଓ ପ୍ରଚଳନ ଦାୟିତ୍ୱ RBI ଉପରେ ନ୍ୟସ୍ତ ଅଛି। ରିଜର୍ଭ ବ୍ୟାଙ୍କ ଛୋଟ ଟଙ୍କିକିଆ ଓ ୫୦ ପଇସା କଏନ୍‌ ପ୍ରତ୍ୟାହାର କରିନଥିଲେ ମଧ୍ୟ ଦେଶରେ କୋଟି କୋଟି ଟଙ୍କା ମୂଲ୍ୟର ଏହି କଏନ ଅର୍ଥନୈତିକ ବଜାରରେ ବିନିଯୋଗ ନହୋଇ ଅଦରକାରୀ ଅଳିଆରେ ପରିଣତ ହେଲାଣି। ବେସରକାରୀ ସ୍ତରରେ କ୍ଷୁଦ୍ର ପଇସାର ପ୍ରଚଳନ ବନ୍ଦ ହେଲେ, ଏହା ଦେଶର ଅର୍ଥନୀତି ପାଇଁ ଏକ ବଡ଼ ବିପଦ କହିବା ସହ ଜନ ସଚେତନତା ଜରୁରୀ ବୋଲି କହିଛନ୍ତି ବରିଷ୍ଠ ଅର୍ଥନୀତିଜ୍ଞ କୁମରବର ଦାସ। “ଖୁଚୁରା ପଇସା ନ ଚଳିଲେ, ଖୁଚୁରା ବ୍ୟବସାୟ ହୋଇ ପାରିବ ନାହିଁ। ଉଭୟ ଛୋଟ ଗ୍ରାହକ ଓ ଛୋଟ ବ୍ୟବସାୟୀ କ୍ଷତିରେ ପଡିବେ।” ଏପରିକି ପୂର୍ବତନ ବ୍ୟାଙ୍କ ଅଧିକାରୀ ପ୍ରତାପ ସ୍ୱାଇଁ କହିଛନ୍ତି, "୫୦ ପଇସା ଓ ଟଙ୍କିକିଆ କଏନ୍‌ ସରକାରୀ ସ୍ତରରେ ଚଳନୀୟ। ତେଣୁ ଲୋକ ଏହାକୁ ପ୍ରଚଳନ କରିବା ଆବଶ୍ୟକ। ବ୍ୟାଙ୍କକୁ ଫେରସ୍ତ କରିବା ଏହାର ସମାଧାନ ନୁହେଁ। କୌଣସି ବି ମୁଦ୍ରା ବ୍ୟାଙ୍କରେ ଗଚ୍ଛିତ ହେବା ପାଇଁ ରହି ନାହିଁ। ଏହା ବଜାରରେ ସଠିକ୍ ଭାବେ ପ୍ରଚଳନ ହେବା ପାଇଁ କରାଯାଇ ଯାଇଛି।"

ଏମିତି କୋଟି କୋଟି ଟଙ୍କାର ୫୦ ପଇସା ସଂପୂର୍ଣ୍ଣ ଅଚଳ ହୋଇଯାଇ ଥିବା ବେଳେ ଏବେ ଛୋଟ ଏକ ଟଙ୍କା କଏନ ମଧ୍ୟ ପ୍ରାୟତଃ ଅଚଳ। ଫଳରେ ଦେଶରେ ଏବେ କେତେ ଅର୍ଥ ବିନିଯୋଗ ନ ହୋଇ ଅର୍ଥହୀନ ହୋଇ ଯାଇଛି। ଡିଜିଟାଲ ପେମେଣ୍ଟ ପ୍ରକ୍ରିୟାରେ ଏକ ଏକ ପଇସାର କାରବାର ହେଉଥିବାବେଳେ ନଗଦ ବଜାରରେ କିନ୍ତୁ ୫୦ ପଇସା ଓ ଛୋଟ ଏକ ଟଙ୍କା କଏନର ମୂଲ୍ୟ କିଛି ନାହିଁ। ଫଳରେ କୋଟିକୋଟି ଟଙ୍କାର ଖୁଚୁରା ଟଙ୍କା ଅକାମୀ ହୋଇ ଦେଶର ଅର୍ଥନୀତିକୁ ଦୁର୍ବଳ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story