ପାଠ ପାଇଁ ସଂଗ୍ରାମଙ୍କ ‘ସଂଗ୍ରାମ’; ଆଖୁରସ ବିକି ପଢ଼ୁଛନ୍ତି ବିଟେକ୍

ଭଦ୍ରକ (ପାର୍ଥ ସାରଥି ନାୟକ): ପାଠ ପଢ଼ିବାର ନିଶା ଆଗରେ ବାଧା ସାଜି ପାରିଲାନି ଦାରିଦ୍ର୍ୟ। କାହାକୁ ସାହାଯ୍ୟ ଭିକ୍ଷା ନ କରି ତଥା ମନ ଭିତରେ ସ୍ୱପ୍ନକୁ ନମାରି ନିଜର ନିଷ୍ଠା, ଚେଷ୍ଟା ଓ ଆନ୍ତରିକତା ବଳରେ ନିଜକୁ ଆତ୍ମନିର୍ଭରଶୀଳ କରାଇ ସେ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି। ତାଙ୍କ ନାଁ ହେଉଛି ସଂଗ୍ରାମ ମଲ୍ଲିକ। ତାଙ୍କ ଘର ଭଦ୍ରକ ଜିଲ୍ଲା ମଲ୍ଲିକପାଟଣା ଗାଁରେ। ଆଖୁ ରସ ବିକି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସଂଗ୍ରାମ। ଭଦ୍ରକ-ଆରଡି ମୁଖ୍ୟ ରାସ୍ତାର […]

sangram

sangram

Jitendra Garnayak
  • Published: Thursday, 05 December 2019
  • Updated: 05 December 2019, 02:17 PM IST

ଭଦ୍ରକ (ପାର୍ଥ ସାରଥି ନାୟକ): ପାଠ ପଢ଼ିବାର ନିଶା ଆଗରେ ବାଧା ସାଜି ପାରିଲାନି ଦାରିଦ୍ର୍ୟ। କାହାକୁ ସାହାଯ୍ୟ ଭିକ୍ଷା ନ କରି ତଥା ମନ ଭିତରେ ସ୍ୱପ୍ନକୁ ନମାରି ନିଜର ନିଷ୍ଠା, ଚେଷ୍ଟା ଓ ଆନ୍ତରିକତା ବଳରେ ନିଜକୁ ଆତ୍ମନିର୍ଭରଶୀଳ କରାଇ ସେ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି। ତାଙ୍କ ନାଁ ହେଉଛି ସଂଗ୍ରାମ ମଲ୍ଲିକ। ତାଙ୍କ ଘର ଭଦ୍ରକ ଜିଲ୍ଲା ମଲ୍ଲିକପାଟଣା ଗାଁରେ।

ଆଖୁ ରସ ବିକି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସଂଗ୍ରାମ। ଭଦ୍ରକ-ଆରଡି ମୁଖ୍ୟ ରାସ୍ତାର ଅସୁରାଳି ବଜାର ନିକଟରେ ସେ ସବୁଦିନେ ଆଖୁରସ ବିକ୍ରି କରୁଛନ୍ତି। ପ୍ରତିଦିନ ସକାଳେ ଜମିରୁ ଆଖୁ କାଟି କାନ୍ଧରେ ବୋହି ନିଜ ଦୋକାନ ପର୍ଯ୍ୟନ୍ତ ଆଣନ୍ତି। ତା’ପରେ ଆଖୁରସ ପ୍ରସ୍ତୁତ କରି ବିକନ୍ତି। ଏହି କାମରେ ତାଙ୍କ ବାପା ତାଙ୍କୁ ସାହାଯ୍ୟ କରୁଛନ୍ତି। ତେବେ ବୟସ ହୋଇଯାଇଥିବା ଯୋଗୁ ତାଙ୍କ ବାପା ତାଙ୍କୁ ଆଉ ବେଶୀ ସହଯୋଗ କରିପାରୁ ନାହାନ୍ତି। ଆଖୁରସ ବେପାର ମଧ୍ୟରେ ସେ ତାଙ୍କ ମୂଳ ଲକ୍ଷ୍ୟକୁ ଭୁଲି ଯାଇ ନାହାନ୍ତି ବା ପଥଚ୍ୟୁତ ହୋଇନାହାନ୍ତି। କାରଣ ସେହି ଲକ୍ଷ୍ୟ ପାଇଁ ସେ ଏତେ କଷ୍ଟ କରୁଛନ୍ତି। ସେ ଏବେ ଭଦ୍ରକର ବରପଦାସ୍ଥିତ ଇଞ୍ଜିନିୟରିଂ କଲେଜ୍‌ରେ ମେକାନିକାଲ୍‌ ଇଞ୍ଜିନିୟରିଂରେ ବି.ଟେକ୍ କରୁଛନ୍ତି। ସେ ଏଠାରୁ ଡିପ୍ଲୋମା ମଧ୍ୟ କରିଛନ୍ତି। ଆଉ ଡିପ୍ଲୋମା ଠାରୁ ଆରମ୍ଭ କରି ବି.ଟେକ୍ ପର୍ଯ୍ୟନ୍ତ ନିଜ ପଢ଼ା ଖର୍ଚ୍ଚ ସେ ନିଜେ ବହନ କରିଆସୁଛନ୍ତି ଏଇ ଆଖୁରସ ବ୍ୟବସାୟରୁ। ତା’ସହିତ ପରିବାର ବି ପ୍ରତିପୋଷଣ କରୁଛନ୍ତି।

ପାଠପଢ଼ା ପ୍ରତି ଅହେତୁକ ଆଗ୍ରହ ଥିବା ସଂଗ୍ରାମ ଯେତେବେଳେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳଠୁ ଘରର ଆର୍ଥିକ ପରିସ୍ଥିତି ବିଷୟରେ ଭଲ ଭାବେ ଅବଗତ ଥିଲେ। ତେଣୁ ପାଠ ପଢ଼ିବା ନିଶାରେ ସେ ତାଙ୍କ ବାପାଙ୍କୁ ବେପାରରେ ସାହାଯ୍ୟ କରିବା ଆରମ୍ଭ କରିଥିଲେ। ତାଙ୍କ ବାପା ସେତେବେଳେ ରାସ୍ତାକଡ଼ରେ କେବଳ ଆଖୁ ବିକ୍ରି କରୁଥିଲେ। ତେବେ ବ୍ୟବସାୟ ଏତେ ଜମୁ ନଥିଲେ। ତେଣୁ ୫୦ ପ୍ରତିଶତ ମାର୍କ ରଖି ଦଶମ ଶ୍ରେଣୀ ପାସ୍‌ କଲା ପରେ ସଂଗ୍ରାମ ଆଖୁରସ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ହେଲେ ଟଙ୍କା ନଥିବାରୁ ତାଙ୍କ ବାପା ମନା କରି ଦେଇଥିଲେ। ଏହାପରେ ସଂଗ୍ରାମ ଜିଦ୍ କରି ଧାର କରଜ କରି ଆଖୁରସ ପ୍ରସ୍ତୁତ କରିବା ପାଇଁ ମେସିନ୍ କିଣିଲେ ଓ ବେପାର ଆରମ୍ଭ କଲେ। ଏହା ସହିତ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇଲେ। ପାଠପଢ଼ା ସହିତ ଆଖୁରସ ବ୍ୟବସାୟ କଲେ। ତା’ପରେ ସେ ୧୫ ଗୁଣ୍ଠ ଜମିରେ ନିଜେ ଆଖୁ ଚାଷ ଆରମ୍ଭ କଲେ। ଏଥିପାଇଁ ବି ତାଙ୍କ ବାପା ରାଜି ନଥିଲେ। କିନ୍ତୁ ସଂଗ୍ରାମ ସାହସ କରି ଏ କାର୍ଯ୍ୟ ବି ଆରମ୍ଭ କରିଥିଲେ ଓ ଏଥିରେ ସଫଳ ହୋଇଥିଲେ।

ଲକ୍ଷ୍ୟ ହାସଲ ପାଇଁ ଅର୍ଥ କେବେ ପ୍ରତିବନ୍ଧକ ନୁହେଁ, ଏଥିପାଇଁ ପ୍ରୟାସ ଲୋଡ଼ା ବୋଲି ସଂଗ୍ରାମ କହନ୍ତି। ତାଙ୍କର ପ୍ରୟାସକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା ମଧ୍ୟ କରନ୍ତି।

ଉଚ୍ଚଶିକ୍ଷା ହାସଲ କରି ଭବିଷ୍ୟତରେ ଜଣେ ଭଲ ମଣିଷ ହେବା ସହ ଏକ ଚାକିରି କରିବାର ଲକ୍ଷ୍ୟ ରଖିଥିବା ସଂଗ୍ରାମ ଆଖୁ ରସ ବିକିବାକୁ କେବେ କୁଣ୍ଠାବୋଧ କରି ନାହାନ୍ତି, ଯାହା ଆଜିର ଯୁବପିଢ଼ି ପାଇଁ ଏକ ଦୃଷ୍ଟାନ୍ତ ଉଦାହରଣ ସୃଷ୍ଟି କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story