ଖସୁଛି ସିମେଣ୍ଟ ଅତଡ଼ା, ତଳେ ଦେଶର ଭବିଷ୍ୟତ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଅପରେଟର କଲୋନୀ ଗାଁରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦ ବର୍ଷ ତଳେ ଏହି ବିଦ୍ୟାଳୟଟି ନିର୍ମାଣ କରାଯାଇଥିଲା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୯୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଶିକ୍ଷକ ଅଛନ୍ତି। ଏହି ସ୍କୁଲରେ ପାଞ୍ଚଟି କୋଠରୀ ରହିଛି। ଆଉ ଏହି ଶ୍ରେଣୀ ଗୃହଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଦୁଇଟି ଶ୍ରେଣୀଗୃହ ଛାତରୁ କଂକ୍ରିଟ୍ […]

777777777777o

777777777777o

Tapaswini Nayak
  • Published: Thursday, 20 February 2020
  • Updated: 20 February 2020, 05:28 PM IST

Sports

Latest News

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଅପରେଟର କଲୋନୀ ଗାଁରେ ରହିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ। ୨୦ ବର୍ଷ ତଳେ ଏହି ବିଦ୍ୟାଳୟଟି ନିର୍ମାଣ କରାଯାଇଥିଲା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୯୫ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଶିକ୍ଷକ ଅଛନ୍ତି।

ଏହି ସ୍କୁଲରେ ପାଞ୍ଚଟି କୋଠରୀ ରହିଛି। ଆଉ ଏହି ଶ୍ରେଣୀ ଗୃହଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଦୁଇଟି ଶ୍ରେଣୀଗୃହ ଛାତରୁ କଂକ୍ରିଟ୍ ଖସି ଲୁହା ରଡ୍ ଦେଖା ଯାଉଥିବା ବେଳେ ଟିଣ ଛପର ପଡ଼ିଥିବା ତିନୋଟି କୋଠରୀରେ ଟିଣ ତଳେ ଲାଗିଥିବା କାଠରେ ଉଇ ଲାଗି ସେଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେତେ ବେଳେ ଏହା ଖସିପଡ଼ିବ କିଏ କହିପାରିବ ନାହିଁ। ହେଲେ ବିପଦସଙ୍କୁଳ କୋଠରୀରେ ପିଲାମାନେ ବସି ପାଠ ପଢ଼ୁଛନ୍ତି। ବର୍ଷା ଦିନେ ପିଲାମାନେ ପାଠ ପଢ଼ିବା ପାଇଁ ବେଶୀ ହଇରାଣ ହୋଇଥାନ୍ତି। ଟିଣରୁ ପାଣି ପଡ଼ୁଥିବାରୁ ଶ୍ରେଣୀ ଗୃହଗୁଡ଼ିକ ପାଣି ହୋଇଯାଇଥାଏ। ଫଳରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ସେହିପରି ଛାତରୁ ସିମେଣ୍ଟ ଅତଡା ଖସୁଥିବାରୁ କେତେବେଳେ ଏହି କୁନିପିଲାଙ୍କ ଉପରେ ସିମେଣ୍ଟ ଅତଡ଼ା ଖସି ପଡ଼ିବ, ତାର କିଛି ଠିକଣା ନାହିଁ। ଶ୍ରେଣୀଗୃହରେ ଲାଗିଥିବା କବାଟ ଝରକାଗୁଡ଼ିକ ମଧ୍ୟ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି।

ଛାତ୍ରୀ ସୋନାଲି ପାଣି କହିଛନ୍ତି, “ଆମ ସ୍କୁଲରେ ୫ଟି ଶ୍ରେଣୀ ଗୃହ ରହିଛି। ଦୁଇଟି କୋଠରୀରୁ ସିମେଣ୍ଟ ଅତଡ଼ା ଖସୁଥିବା ବେଳେ ଅନ୍ୟ ତିନୋଟି କୋଠରୀରେ ଟିଣ ତଳେ ଲାଗିଥିବା କାଠରେ ଉଇ ଖାଇଗଲାଣି। ବର୍ଷା ଦିନେ ଏଥିରୁ ପାଣି ପଡ଼ୁଛି। ଆମେ ପାଠ ପଢ଼ିବା ପାଇଁ ହଇରାଣ ହେଉଛୁ। କବାଟ ଝରକା ଭାଙ୍ଗିଯାଇଥିବାରୁ ବର୍ଷା ଦିନେ ସ୍କୁଲରେ ସାପ ପଶୁଛନ୍ତି।”

ଏହି ସ୍କୁଲରେ ଚତୁଃପାର୍ଶ୍ୱରେ ପାଚେରି ନାହିଁ। ବିଦ୍ୟାଳୟର ସମସ୍ୟା ନେଇ ବାରମ୍ବାର ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି।

ସ୍କୁଲର ପ୍ରଧାନଶିକ୍ଷକ ଉମାଶଙ୍କର ମିଶ୍ର କହିଛନ୍ତି, “ସ୍କୁଲ କୋଠାଟି ଖରାପ ହୋଇଗଲାଣି। ସରକାର ଯଦି ନୂଆ କୋଠା ନିର୍ମାଣ କରନ୍ତେ, ତାହା ହେଲେ ଆମେ ସରକାରଙ୍କ ନିକଟରେ ଉପକୃତ ହେବୁ।”

ସରକାର ପିଲାମାନଙ୍କ ପାଠପଢ଼ା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story