ମରାମତି ହେଉନାହିଁ ସ୍କୁଲ୍‌ ଘର, ଭଙ୍ଗା ଚାଳ ଘରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ରେ ରହିଛି ଚୌଧୁରୀ କୁଦ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲଟି ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୯୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୬ ଜଣ ଶିକ୍ଷକ ଅଛନ୍ତି। ହେଲେ ପିଲାମାନେ ବସିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ତେଣୁ ସେମାନେ ଭାରି ହଇରାଣ ହେଉଛନ୍ତି। କିଛି ପିଲା ୯ ବର୍ଷ […]

school00

school00

Tapaswini Nayak
  • Published: Friday, 28 February 2020
  • Updated: 28 February 2020, 02:34 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ରେ ରହିଛି ଚୌଧୁରୀ କୁଦ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲଟି ୧୯୬୨ ମସିହାରେ ସ୍ଥାପିତ ହୋଇଥିଲା। ଏଠାରେ ଏବେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୯୬ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କୁ ପଢ଼ାଇବା ପାଇଁ ୬ ଜଣ ଶିକ୍ଷକ ଅଛନ୍ତି। ହେଲେ ପିଲାମାନେ ବସିବା ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ତେଣୁ ସେମାନେ ଭାରି ହଇରାଣ ହେଉଛନ୍ତି। କିଛି ପିଲା ୯ ବର୍ଷ ହେଲା ଅଧପନ୍ତରିଆ ହୋଇପଡ଼ିଥିବା ଏକ ଗୃହରେ ବସୁଥିବା ବେଳେ ଆଉ କିଛି ପିଲା ଭଙ୍ଗାଚାଳ ଘରେ ବସି ପଢ଼ୁଛନ୍ତି।

ଏହି ସ୍କୁଲରେ ୪ ବଖରା ପକ୍କା ଗୃହ ଥିବା ବେଳେ ଗୋଟିଏ ଆଜବେଷ୍ଟ ଓ ଗୋଟିଏ ଚାଳ ଛପର ଘର ଅଛି। ଚାରିବଖରା ପକ୍କା ଘରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ସେଥିରେ ପିଲାଏ ବସି ପାରୁ ନାହାନ୍ତି। ସେହିପରି ଚାଳ ଘରର କାନ୍ଥ ‘ବୁଲ୍‌ବୁଲ’ ବାତ୍ୟାରେ ଭାଙ୍ଗି ଯାଇଥିଲା। ତା’ପରଠୁ ତାକୁ ମରାମତି କରାଯାଇନାହିଁ। କିନ୍ତୁ ଏବେ ବାଧ୍ୟ ହୋଇ ସେଠାରେ ଦୁଇଟି ଶ୍ରେଣୀର ପିଲାଙ୍କୁ ବସାଇ ପାଠ ପଢ଼ାଯାଉଛି। ସେହିପରି ଆଜବେଷ୍ଟ ଘରେ ମଧ୍ୟ ଦୁଇଟି ଶ୍ରେଣୀର ପିଲା ବସୁଛନ୍ତି।

୨୦୧୧-୧୨ ମସିହାରେ ପୁରୁଣା ପକ୍କା ଗୃହ ଉପରେ ଗୋଟିଏ ଶ୍ରେଣୀ ଗୃହ ତିଆରି କରାଯାଇଥିଲା। ତେବେ ଏଯାଏ ତାହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। କାନ୍ଥ ପଲସ୍ତରା ହୋଇ ନଥିବା ବେଳେ ଝରକା ଓ କବାଟ ବି ଲାଗି ନାହିଁ।  ହେଲେ ଏହି ଅଧପନ୍ତରିଆ ଘରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ପିଲା ବସି ପଢ଼ୁଛନ୍ତି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ଭଙ୍ଗା ଚାଳ ଘରେ ବସି ପାଠ ପଢ଼ୁଥିବାରୁ ବର୍ଷା ଦିନେ ଭାରି ହଇରାଣ ହୁଅନ୍ତି। ବର୍ଷା ଦିନେ ସେମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ସହ ମିଶି ସେହି ଅଧପନ୍ତରିଆ ରୁମ୍‌ରେ ବସନ୍ତି। 

ବିଦ୍ୟାଳୟର ଏହି ସମସ୍ୟା ନେଇ ବାରମ୍ବାର ସଂପୃକ୍ତ ସରକାରୀ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି।

ଛାତ୍ରୀ ମୋନାଲିସା ରାଉତ କହିଛନ୍ତି, “ସ୍କୁଲ ଘର ଗୁଡ଼ିକ ମରାମତି ହୋଇପାରୁ ନାହିଁ। ତେଣୁ ଆମେ ବାଧ୍ୟ ହୋଇ ଭଙ୍ଗା ଚାଳ ଘରେ ବସି ପାଠ ପଢ଼ୁଛୁ। ବର୍ଷା ଦିନରେ ହଇରାଣ ହେଉଛୁ।”

ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଭାତ ରଞ୍ଜନ ସାହୁ କହିଛନ୍ତି,“ ଆମ ସ୍କୁଲ ଘରର ମରାମତି ହୋଇପାରୁ ନାହିଁ। ନୂଆ ଘରଟି ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। ପିଲାମାନେ ପାଠ ପଢ଼ିବା ପାଇଁ ହଇରାଣ ହେଉଛନ୍ତି।”

ବାଲିଆପାଳ ବିଇଓ ନାରାୟଣ ଦାସ କହିଛନ୍ତି, “ଏହି ବିଷୟରେ ତଦନ୍ତ କରାଯିବ। ତଦନ୍ତ କରିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story