୧୫ ବର୍ଷରେ ଦିନେ ବି ସ୍କୁଲ୍‌ ଓ କଲେଜ ବନ୍ଦ କରି ନାହାନ୍ତି ଅବନୀତ

ନୂଆଦିଲ୍ଲୀ: ସ୍କୁଲ୍‌ରେ ପଢୁଥିବା ପିଲାମାନେ କେତେବେଳେ ଅସୁସ୍ଥତା ହେତୁ ତ କେତେବେଳେ କୌଣସି ଜରୁରୀ କାମ ପଡ଼ିଲେ ସ୍କୁଲ ଯାଇ ନ ଥା’ନ୍ତି। ବହୁ ପିଲା ମଧ୍ୟ ସ୍କୁଲ ନ ଯିବା ଲାଗି ବାହାନା ଖୋଜିଥା’ନ୍ତି। ଏଥିଯୋଗୁ ସେମାନଙ୍କ ଉପସ୍ଥାନ କମ୍‌ ମଧ୍ୟ ହୋଇଯାଇଥାଏ। କିନ୍ତୁ ପଞ୍ଜାବର ଅମୃତସର ସହରରେ ଏପରି ଜଣେ ଛାତ୍ରୀ ଅଛନ୍ତି, ଯିଏ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ସେ ଦିନେ ବି ସ୍କୁଲ୍‌ ଓ କଲେଜ୍ […]

school-1..

school-1..

Niharika Rout
  • Published: Saturday, 13 July 2019
  • Updated: 13 July 2019, 02:41 PM IST

Sports

Latest News

ନୂଆଦିଲ୍ଲୀ: ସ୍କୁଲ୍‌ରେ ପଢୁଥିବା ପିଲାମାନେ କେତେବେଳେ ଅସୁସ୍ଥତା ହେତୁ ତ କେତେବେଳେ କୌଣସି ଜରୁରୀ କାମ ପଡ଼ିଲେ ସ୍କୁଲ ଯାଇ ନ ଥା’ନ୍ତି। ବହୁ ପିଲା ମଧ୍ୟ ସ୍କୁଲ ନ ଯିବା ଲାଗି ବାହାନା ଖୋଜିଥା’ନ୍ତି। ଏଥିଯୋଗୁ ସେମାନଙ୍କ ଉପସ୍ଥାନ କମ୍‌ ମଧ୍ୟ ହୋଇଯାଇଥାଏ। କିନ୍ତୁ ପଞ୍ଜାବର ଅମୃତସର ସହରରେ ଏପରି ଜଣେ ଛାତ୍ରୀ ଅଛନ୍ତି, ଯିଏ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ସେ ଦିନେ ବି ସ୍କୁଲ୍‌ ଓ କଲେଜ୍ ବନ୍ଦ କରି ନାହାନ୍ତି। ଏହି ଛାତ୍ରୀଙ୍କ ନାଁ ହେଉଛି ଅବନୀତ କୌର।

ଯୁକ୍ତ ଦୁଇ ପାସ୍ କରିବା ପରେ ସେ ଏକ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଛନ୍ତି। ଏଠାରେ ମଧ୍ୟ ସେ ନିଜର ସେହି ଅଭ୍ୟାସ ଛାଡ଼ି ନାହାନ୍ତି।  ସେ ନିୟମିତ କଲେଜ ଯାଉଛନ୍ତି। ତାଙ୍କର ଏହି ଅଭ୍ୟାସ ଯୋଗୁ ତାଙ୍କୁ  ୨୦୧୮-୧୯ରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସାମିଲ କରାଯାଇଛି।

ଅବନୀତଙ୍କ ଏହି ଅଭ୍ୟାସ  ଝିଅର ଏପରି ପଦକ୍ଷେପ ଯୋଗୁ ତାଙ୍କ ବାପା,ମାଙ୍କ ସମେତ ପରିବାର ଲୋକେ ବି ବହୁତ ଖୁସି। ଅବନିତଙ୍କ ବାପାଙ୍କ କହିବାନୁଯାୟୀ, ଝିଅର ପାଠ ପଢା  ପ୍ରତି ଆଗ୍ରହ ହେତୁ ସେ କେବେ ସ୍କୁଲ୍‌ ବନ୍ଦ କରିବା କଥା କହି ନାହିଁ। ଏଥିଲାଗି ସେମାନେ ବହୁତ ଗର୍ବିତ।

ଭବିଷ୍ୟତରେ ଜଣେ ଇଞ୍ଜିନିୟର ହେବା ଲାଗି ଲକ୍ଷ୍ୟ ରଖିଥିବା ଅବନୀତ ଏବେ ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଲାଗି ପଡ଼ିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos