ବନ୍ଦ ହୋଇଗଲା ସ୍କୁଲ୍‌; ଗାଈ,ମେଣ୍ଢା ଚରାଉଛନ୍ତି ଛାତ୍ରଛାତ୍ରୀ

ନିଆଳି(ବିନୟ ମିଶ୍ର): କମ୍‌ ପିଲା ଯୋଗୁ ରାଜ୍ୟର କିଛି ସରକାରୀ ପ୍ରାଥମିକ ସ୍କୁଲ୍‌କୁ ବନ୍ଦ କରି ଦିଆଯାଇଛି। ତେବେ ସ୍କୁଲ୍ ବନ୍ଦ କରିବା ପରେ ସେଠାରେ ପଢ଼ୁଥିବା ପିଲାମାନଙ୍କୁ ନିକଟସ୍ଥ ସ୍କୁଲ୍‌କୁ ଯିବା ପାଇଁ ଯେତିକି ପ୍ରୋତ୍ସାହିତ କରାଯିବ କଥା ଓ ସଚେତନ କରିବା କଥା, ତାହା ବୋଧହୁଏ କରାଯାଇ ନାହିଁ। କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍‌ ଅନ୍ତର୍ଗତ ବାଗଲପୁର ପଞ୍ଚାୟତର ଖଣ୍ଡିଆରୀପୁରର କିଛି ପିଲାଙ୍କୁ ଦେଖିଲେ ଏଭଳି ଧାରଣା ମନକୁ ଆସୁଛି।   ଖଣ୍ଡିଆରୀପୁରରେ ଏକ ପ୍ରାଥମିକ […]

school000

school000

Tapaswini Nayak
  • Published: Friday, 28 February 2020
  • Updated: 28 February 2020, 03:44 PM IST

Sports

Latest News

ନିଆଳି(ବିନୟ ମିଶ୍ର): କମ୍‌ ପିଲା ଯୋଗୁ ରାଜ୍ୟର କିଛି ସରକାରୀ ପ୍ରାଥମିକ ସ୍କୁଲ୍‌କୁ ବନ୍ଦ କରି ଦିଆଯାଇଛି। ତେବେ ସ୍କୁଲ୍ ବନ୍ଦ କରିବା ପରେ ସେଠାରେ ପଢ଼ୁଥିବା ପିଲାମାନଙ୍କୁ ନିକଟସ୍ଥ ସ୍କୁଲ୍‌କୁ ଯିବା ପାଇଁ ଯେତିକି ପ୍ରୋତ୍ସାହିତ କରାଯିବ କଥା ଓ ସଚେତନ କରିବା କଥା, ତାହା ବୋଧହୁଏ କରାଯାଇ ନାହିଁ। କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍‌ ଅନ୍ତର୍ଗତ ବାଗଲପୁର ପଞ୍ଚାୟତର ଖଣ୍ଡିଆରୀପୁରର କିଛି ପିଲାଙ୍କୁ ଦେଖିଲେ ଏଭଳି ଧାରଣା ମନକୁ ଆସୁଛି।  

ଖଣ୍ଡିଆରୀପୁରରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା। ୧୯୭୨ ମସିହାରୁ ଚାଲି ଆସିଥିବା ଏହି ସ୍କୁଲ୍‌କୁ ଗତବର୍ଷ ଜୁନ୍ ୨୪ ତାରିଖରେ ସରକାର ବନ୍ଦ କରି ଦେଇଥିଲେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ମାତ୍ର ୧୨ ଜଣ ପିଲା ଥିବାରୁ ସ୍କୁଲ୍‌ଟିକୁ ବନ୍ଦ କରି ଦିଆଯାଇଥିଲା। ଏହା ସହିତ ଏହି ପିଲାମାନଙ୍କୁ ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ ନିକଟସ୍ଥ ବାଘୁ‌ଆ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଖଣ୍ଡି‌ଆରୀପୁରଠାରୁ ବାଘୁଆ ସ୍କୁଲ ଦୁଇ କିଲୋମିଟର ହୋଇଥିବାରୁ ଏହି ପିଲାମାନେ ସ୍କୁଲ ଯାଉନାହାନ୍ତି।

ସ୍କୁଲ୍‌ ଯିବା ରାସ୍ତାଟି ନିଛାଟିଆ ହୋଇଥିବା ବେଳେ ସ୍କୁଲ ଯିବା ବାଟରେ ମଦ ଦୋକାନ ଅଛି। ମଦୁଆ ମାନେ ମଦ ଖାଇ ରାସ୍ତାରେ ଗଡ଼ିଥାନ୍ତି। ସେଥିପାଇଁ ଅଭିଭାବକମାନେ ପିଲାମାନଙ୍କୁ ଭୟରେ ସ୍କୁଲ୍‌ ଛାଡ଼ୁ ନାହାନ୍ତି। ପିଲାମାନେ ଏବେ ପାଠ ଛାଡ଼ି ଖେଳକୁଦରେ ମାତିବା ସହ ମେଣ୍ଢା ଓ ଗାଈ ଚରାଉଛନ୍ତି। ସ୍କୁଲ୍‌ ଦୂର ହେଉଥିବାରୁ ପୁନଶ୍ଚ ସ୍କୁଲ ଖୋଲିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଗ୍ରାମବାସୀ ଇନ୍ଦୁମତୀ ସ୍ୱାଇଁ କହିଛନ୍ତି, “ଆମ ପିଲା ଖଣ୍ଡିଆରୀପୁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିଲା। ସାର୍ ସ୍କୁଲ ବନ୍ଦ ହୋଇଯିବ ବୋଲି ଆମକୁ କିଛି ନ ଜଣାଇ ହଠାତ୍‌ ସ୍କୁଲ ବନ୍ଦ କରିଦେଲେ। ଅନ୍ୟ ସ୍କୁଲଟି ଦୂର ବାଟ ହୋଇଥିବା ବେଳେ ସ୍କୁଲ ଯିବା ରାସ୍ତା ମଧ୍ୟ ଭଲ ନାହିଁ। ଏଥିପାଇଁ ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି। ବର୍ଷେ ହେବ ପିଲାମାନେ ପାଠ ଛାଡ଼ି ବୁଲୁଛନ୍ତି। ଆମ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇଛି।”

ଛାତ୍ରୀ ଅର୍ଚ୍ଚନା ଜଟ କହିଛନ୍ତି, “ସ୍କୁଲ ବନ୍ଦ ହୋଇଗଲା ପରେ ଆମେ ମେଣ୍ଢା ଓ ଗାଈ ଚରାଉଛୁ।”

ଶିକ୍ଷା କମିଟି ସଭାପତି ବିଜୟରାମ ଜଟ କହିଛନ୍ତି, “ସ୍କୁଲ୍‌ ବନ୍ଦ ହୋଇଯିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଜଣାଇଥିଲୁ। ସେ ବିଇଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ କିଛି ହୋଇପାରିଲା ନାହିଁ। ପିଲାମାନେ ପାଠ ନ ପଢ଼ି ଏବେ ଗାଈ ଗୋରୁ ଚରାଉଛନ୍ତି।” ଏନେଇ କଣ୍ଟାପଡ଼ା ବିଇଓଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos