ସୁରଜ- ଅପହଞ୍ଚ ଇଲାକାରେ ରୋଗୀଙ୍କ ପାଖରେ ପହଞ୍ଚୁଥିବା ଡାକ୍ତର

ନୀଳଗିରି (ବିଶ୍ୱମ୍ବର ଦାସ): ସ୍ୱପ୍ନ ସମସ୍ତେ ଦେଖନ୍ତି। ପ୍ରାୟ ସମସ୍ତେ ନିଜର ଓ ନିଜ ପରିବାରର ପ୍ରଗତି ଓ ଉନ୍ନତି ପାଇଁ ସ୍ୱପ୍ନ ଦେଖନ୍ତି। ତେବେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ଦେଖନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର ସୁରଜ କୁମାର ଜେନା। ସେ ସ୍ୱପ୍ନ ଦେଖିଥିଲେ ଡାକ୍ତର ହେବା ପାଇଁ। ତାଙ୍କର ଏହି ସ୍ୱପ୍ନ ସତ ହୋଇଛି। ତେବେ ସେ ଯେଉଁଥିପାଇଁ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ, […]

doctorsuraj

doctorsuraj

Jitendra Garnayak
  • Published: Sunday, 01 December 2019
  • Updated: 01 December 2019, 01:56 PM IST

Sports

Latest News

ନୀଳଗିରି (ବିଶ୍ୱମ୍ବର ଦାସ): ସ୍ୱପ୍ନ ସମସ୍ତେ ଦେଖନ୍ତି। ପ୍ରାୟ ସମସ୍ତେ ନିଜର ଓ ନିଜ ପରିବାରର ପ୍ରଗତି ଓ ଉନ୍ନତି ପାଇଁ ସ୍ୱପ୍ନ ଦେଖନ୍ତି। ତେବେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ଦେଖନ୍ତି। ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର ସୁରଜ କୁମାର ଜେନା। ସେ ସ୍ୱପ୍ନ ଦେଖିଥିଲେ ଡାକ୍ତର ହେବା ପାଇଁ। ତାଙ୍କର ଏହି ସ୍ୱପ୍ନ ସତ ହୋଇଛି। ତେବେ ସେ ଯେଉଁଥିପାଇଁ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ, ଏବେ ନିଜକୁ ସେହି କାର୍ଯ୍ୟରେ ନିୟୋଜିତ କରିଛନ୍ତି ଏବଂ ସେଥିରୁ ତାଙ୍କୁ ଆତ୍ମସନ୍ତୋଷ ମିଳୁଛି।

ସୁରଜଙ୍କ ଘର ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ସନ୍ତରାଗଡ଼ିଆରେ। ଏହି ଉପଖଣ୍ଡରେ ଏବେ ବି ଏଭଳି ଗାଁ ରହିଛି, ଯେଉଁଠାକୁ ସବୁଦିନିଆ ରାସ୍ତା ନାହିଁ। ବର୍ଷା ଦିନରେ ଏଭଳି ଗାଁର ଲୋକଙ୍କ ପାଇଁ ଜରୁରୀକାଳୀନ ସେବା ସାତ ସପନ ପାଲଟି ଯାଏ। ଭଲ ରାସ୍ତା ନଥିବାରୁ ରୋଗ ହେଲେ ଅନେକ ଲୋକ ଡାକ୍ତରଖାନାକୁ ଯା’ନ୍ତି ନାହିଁ। ଆଉ ଯେଉଁମାନେ କଷ୍ଟେମଷ୍ଟେ ଯା’ନ୍ତି, ସେମାନେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ହେଉ ଅବା ଡାକ୍ତରଙ୍କ ଅଭାବରୁ ହେଉ ଉତ୍ତମ ଚିକିତ୍ସା ପାଇପାରନ୍ତି ନାହିଁ। ଏ ଅଞ୍ଚଳର ଲୋକଙ୍କ ଏଭଳି ସ୍ଥିତିକୁ ସ୍କୁଲ୍‌ରେ ପଢ଼ିବା ବେଳେ ବେଶ୍ ଅନୁଭବ କରିପାରିଥିଲେ ସୁରଜ। ତେଣୁ ଡାକ୍ତର ହୋଇ ଏ ଅଞ୍ଚଳ ଲୋକଙ୍କ ସେବା କରିବାକୁ ସ୍ୱପ୍ନ ଦେଖିଥିଲେ।

୨୦୧୬ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ୍ କଲେଜରୁ ସେ ଏମ୍‌ବିବିଏସ୍ ପାସ୍ କଲେ। ଏହା ପରେ ୨୦୧୯ରେ ସେ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଡିକାଲ୍ ଅଫିସର୍ ଭାବେ ନିଯୁକ୍ତି ପାଇଲେ। ଏହି ନିଯୁକ୍ତିର କିଛି ଦିନ ପରେ ନୀଳଗିରିର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବାହାରି ପଡ଼ିଥିଲେ ଏହି ୨୯ ବର୍ଷୀୟ ଯୁବ ଡାକ୍ତର।

ନୀଳଗିରି ଉପଖଣ୍ଡର ବିଭିନ୍ନ ଅପହଞ୍ଚ ଓ ଗରିବ ଆଦିବାସୀଙ୍କ ଗାଁକୁ ଶନିବାର ଓ ରବିବାର ଦିନ ସୁରଜ ଯା’ନ୍ତି। ତା’ସହିତ ସେ ଅନ୍ୟ ଛୁଟି ଦିନଗୁଡ଼ିକରେ ମଧ୍ୟ ଏଭଳି ଗାଁଗୁଡ଼ିକୁ ଯାଇ ଲୋକଙ୍କ ଚିକିତ୍ସା କରନ୍ତି। ମାଗଣା ଚିକିତ୍ସା କରିବା ସହିତ ସେ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ଯୋଗାଇ ଦିଅନ୍ତି। ତାଙ୍କୁ ଏ କାର୍ଯ୍ୟରେ ତାଙ୍କ ବାପା ଓ ପିଲା ଦିନର ସାଙ୍ଗମାନେ ସାହାଯ୍ୟ କରନ୍ତି।

ଡାକ୍ତର ସୁରଜ କୁମାର ଜେନା କହିଛନ୍ତି,“ଏଇଟା ମୋ ନିଜ ଅଞ୍ଚଳ ହୋଇଥିବା ଯୋଗୁ ଏ କାର୍ଯ୍ୟ କରିବାରେ ସହଜ ହେଉଛି। ଅନ୍ୟ ଯେଉଁଠି ଥିଲେ ବି ଏ କାମ କରିଥା’ନ୍ତି। ଗାଁ ଗାଁ ଯାଇ ଲୋକଙ୍କୁ ଚିକିତ୍ସା କରିବାରେ ମୋ ବାପା, ଦାଦା, ଭାଇଭଉଣୀ ଓ ଗ୍ରାମବାସୀ ବେଶ୍ ସାହାଯ୍ୟ କରୁଛନ୍ତି। ଔଷଧ ବି ଆମେ କିଣୁଛୁ। ଲୋକେ ଖୁସି ହେଉଥିବାରୁ ମୋତେ ବି ଖୁସି ଲାଗୁଛି। ଆଗକୁ ବି ଏହି କାର୍ଯ୍ୟକୁ ଜାରି ରଖିବାକୁ ଉଦ୍ୟମ କରିବି।”

ସେ ଆହୁରି କହିଛନ୍ତି, “ମୋର ଏହି କାମ ଦେଖି ମୋ ସାଙ୍ଗମାନେ ବେଶ୍ ଖୁସି। ସେହିଭଳି ବୁର୍ଲାରେ ପଢୁଥିବା ମୋ ଜୁନିୟରମାନେ ମଧ୍ୟ ଏଥିରେ ଉତ୍ସାହିତ ହୋଇଛନ୍ତି। ସେମାନେ ବି ଏମିତି ଭାବେ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ଏହା ଦେଖି ମୋତେ ଖୁସି ଲାଗୁଛି। ତା’ଛଡ଼ା ବହୁତ ଡାକ୍ତର ଏଭଳି କାର୍ଯ୍ୟ କରୁଛନ୍ତି। ଏଠି ବାଲେଶ୍ୱରରେ ବି ଏମିତି ଆହୁରି ଡାକ୍ତର ଅଛନ୍ତି। ମୁଁ ଏକା ଏଭଳି କାର୍ଯ୍ୟ କରୁ ନାହିଁ।”

ଔପଦା ବ୍ଲକ୍‌ର ଦଲଦଲିଖୁଲିଆ ଗାଁର ପ୍ରାୟ ୭୦ଟି ପରିବାର ଈଶ୍ୱରପୁର ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ତେବେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଯୋଗୁ ରୋଗୀମାନେ ଠିକ୍ ସେବା ପାଇ ପାରନ୍ତି ନାହିଁ। ସେହିଭଳି ଆଉ କିଛି ଲୋକ ଅର୍ଥ ଅଭାବ ଯୋଗୁ ବଡ଼ ଡାକ୍ତରଖାନାକୁ ଯିବାକୁ ସାହସ କରନ୍ତି ନାହିଁ। ଗ୍ରାମବାସୀଙ୍କ ଏ ସମସ୍ୟାକୁ ବୁଝି ଡାକ୍ତର ସୁରଜ କୁମାର ଜେନା ସେଠାରେ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

ସୁରଜଙ୍କ ଏ କାର୍ଯ୍ୟରେ ତାଙ୍କ ବାପା ବ୍ରଜକିଶୋର ଜେନା ବେଶ୍ ଖୁସି ଅଛନ୍ତି। ସେ କହିଛନ୍ତି,“ଏବେ ପୁଅ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ମୁଁ ଚାହିଁବି ଆଗକୁ ବି ସେ ଏହାକୁ ଜାରି ରଖନ୍ତୁ। ସରକାରୀ ଚାକିରି କରିଛନ୍ତି। ତେଣୁ ଦରମା ଓ ଅନ୍ୟାନ୍ୟ ସୁବିଧା ମିଳିବ। କିନ୍ତୁ ଗରିବ ଲୋକଙ୍କ ସେବା କଲେ ଯେଉଁ ଉପଲବ୍ଧି ମିଳିବ, ତାହା ଆଉ କେଉଁଥିରୁ ମିଳିବ ନାହିଁ।”

କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ। ନୀଳଗିରି ଉପଖଣ୍ଡର ଯେଉଁ ସବୁ ଗାଁକୁ ଯାଇ ସୁରଜ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି, ଏବେ ସେଠାକାର ଲୋକେ ବି ଏହା ଅନୁଭବ କରୁଛନ୍ତି। ଯଦି କୌଣସି କାରଣରୁ ରୋଗୀ ଡାକ୍ତରଖାନାରେ ପହଞ୍ଚିପାରୁନି, ତା’ହେଲେ ଚିକିତ୍ସା ସେବାକୁ ତାଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ କାମ କରୁଥିବା ଡାକ୍ତର ସୁରଜ କୁମାର ଜେନା ସତରେ ଅନ୍ୟ ଡାକ୍ତରମାନଙ୍କ ପାଇଁ ଉଦାହରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story