ଚା’ କେବଳ ଏକ ପାନୀୟ ନୁହେଁ, ବରଂ ସାଥୀ ଟିଏ!

  ଦିନର ଆରମ୍ଭ ହୁଏ ଚା’ ସହିତ। କେବେ ଖାଲି ସମୟର ସାଥୀ ତ କେବେ ଥକ୍କା ମେଣ୍ଟାଇବାର ସହଜ ଉପଚାର। ଶୀତୁଆ ସଂଧ୍ୟାରେ ଉଷ୍ମତା ଭରି ଦେଇଥାଏ ତ କେବେ ଅବସାଦରେ ଆଙ୍କିଦିଏ ଆଶା। ଚା’, ଉତ୍ସାହର ଆଉ ଏକ ନାଁ। ଚା’, କେତେବେଳେ ଡେଟ୍‌ର ମେନ୍ୟୁ ତ କେତେବେଳେ ଖଟ୍ଟିରେ ପୁରୁଣା ସାଙ୍ଗକୁ ଏକଜୁଟ୍‌ କରିବାର ବାହାନା। ଚା’ କେବଳ ଏକ ପାନୀୟ କିମ୍ବା ସୁନ୍ଦର ଭାବନା ନୁହେଁ, ବରଂ ସାଥୀ ଟିଏ! ଚା’ କୁ […]

biswo-bandita

biswo-bandita

Biswobandita Swain
  • Published: Sunday, 15 December 2019
  • Updated: 15 December 2019, 05:06 PM IST

Sports

Latest News

ଦିନର ଆରମ୍ଭ ହୁଏ ଚା’ ସହିତ। କେବେ ଖାଲି ସମୟର ସାଥୀ ତ କେବେ ଥକ୍କା ମେଣ୍ଟାଇବାର ସହଜ ଉପଚାର। ଶୀତୁଆ ସଂଧ୍ୟାରେ ଉଷ୍ମତା ଭରି ଦେଇଥାଏ ତ କେବେ ଅବସାଦରେ ଆଙ୍କିଦିଏ ଆଶା। ଚା’, ଉତ୍ସାହର ଆଉ ଏକ ନାଁ। ଚା', କେତେବେଳେ ଡେଟ୍‌ର ମେନ୍ୟୁ ତ କେତେବେଳେ ଖଟ୍ଟିରେ ପୁରୁଣା ସାଙ୍ଗକୁ ଏକଜୁଟ୍‌ କରିବାର ବାହାନା। ଚା’ କେବଳ ଏକ ପାନୀୟ କିମ୍ବା ସୁନ୍ଦର ଭାବନା ନୁହେଁ, ବରଂ ସାଥୀ ଟିଏ!

ଚା’ କୁ ନେଇ ଏଠି ଏତେ ଚର୍ଚ୍ଚା କରିବାର କାରଣ ହେଉଛି, ଡିସେମ୍ବର ୧୫ ହେଉଛି ‘ଅନ୍ତର୍ଜାତୀୟ ଚା’ ଦିବସ’। ବିଶ୍ୱର କିଛି ଲୋକପ୍ରିୟ ପାନୀୟ ମଧ୍ୟରେ ଚା’ ଅନ୍ୟତମ। ୩ହଜାରରୁ ଅଧିକ ପ୍ରକାରର ଚା’ ରହିଛି। ଚା’ର ଲୋକପ୍ରିୟତା ବଢ଼ିବା ଦେଖି ବିଶ୍ୱ ଖାଦ୍ୟ ଓ କୃଷି ସଂଘ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’ ପାଳନ କରିବାର ନିଷ୍ପତ୍ତି ନେଇଥିଲା। ୨୦୦୫ ଡିସେମ୍ବର ୧୫ରେ ପ୍ରଥମେ ଦିଲ୍ଲୀରେ ଚା’ ଦିବସ ପାଳନ ହୋଇଥିଲା।

ଭାରତ ସମେତ ମାଲେସିଆ, ଶ୍ରୀଲଙ୍କା, ଚୀନ୍, ଜାପାନ, ଇଣ୍ଡୋନେସିଆ, ନେପାଳ, ବାଂଲାଦେଶରେ ଚା' ବ୍ୟବସାୟରେ କୋଟି କୋଟି ଟଙ୍କା ରୋଜଗାର ହେଉଛି। ସୂଚନା ଅନୁଯାୟୀ, ଆମେରିକା ଓ ଇଂଲଣ୍ଡକୁ ଭାରତରୁ ହିଁ ରୀତିମତ ଚା' ରପ୍ତାନୀ କରାଯାଇଥାଏ। ଆସାମ ଓ ଦାର୍ଜିଲିଂର ଚା' ବିଶ୍ୱର ପ୍ରମୁଖ ପଞ୍ଚତାରକା ହୋଟେଲରେ ଗ୍ରାହକଙ୍କୁ ପରଶା ଯାଇଥାଏ। ଦେଶୀ ବିଦେଶୀ ସବୁ ପ୍ରକାର ଲୋକଙ୍କୁ ଚା’ ପସନ୍ଦ। କିନ୍ତୁ ଚା’ ପିଇବା ପଛରେ ପ୍ରତି ଲୋକଙ୍କ କାରଣ ସ୍ୱତନ୍ତ୍ର। ସେ ବୟସ୍କ ହୁଅନ୍ତୁ କିମ୍ବା ଯୁବକ। ସମସ୍ତଙ୍କର ଚା’ ପିଇବା ପଛର କାହାଣୀ ରୋଚକ। ଆସନ୍ତୁ ସେମିତି କିଛି ଲୋକଙ୍କଠାରୁ ଚା’ ପିଇବାର କାରଣ ଜାଣିବା।

ଭବାନୀ ଶଙ୍କର ପଟେଲ୍‌- ସାମ୍ବାଦିକତା ଜଗତରେ ଦୀର୍ଘ ବର୍ଷ ହେବ କାମ କରିଆସିଛି। ସାମ୍ବାଦିକମାନଙ୍କୁ ସମୟ କଥା ନ ପଚାରିଲେ ଭଲ ! ଜରୁରୀକାଳିନ ପରିସ୍ଥିତିରେ ଦିନ ରାତି ଏକକରି କାମ କରିବାକୁ ପଡିଛି। ଅଧିକାଂଶ ସମୟ କାମ କରି କ୍ଲାନ୍ତ ହୋଇଗଲେ ମୁଁ ଚା’ କପ ଟେ ଖୋଜେ। ଗୋଟେ କପ୍‌ ଚା’ରେ ଯେମିତି ଯାଦୁ ଥାଏ, ମୋ ସବୁ ଥକ୍କାପଣକୁ ଏହା ଏକଦମ୍‌ ଗାଏବ୍‌ କରିଦିଏ। ଦିନକୁ ୫-୬ ଥର ଚା’ ପିଏ। ଚା’ ନପିଇଲେ ଦିନଟି ଅସମ୍ପୂର୍ଣ୍ଣ ଲାଗେ। କୌଣସି ବି କାମରେ ଠିକ୍‌ ଭାବେ ମନ ଲାଗେନି।

ସ୍ମୃତି ରଞ୍ଜନ ସ୍ୱାଇଁ- ଚା’ କୁ ନେଇ ଅନେକ ଭାବନା, ଅନେକ ସ୍ମୃତି।  ଛାତ୍ର ଜୀବନରୁ ମୁଁ ଚା’ପ୍ରେମରେ ପଡିଯାଇଛି। ଆଜି ବି ଚା’ ଜୀବନର ଏକ ଗୁରୁତ୍ୱ ପୂର୍ଣ୍ଣ ଅଂଶ ଲାଗେ। ଖରା ବର୍ଷା ଶୀତ ସବୁ ଋତୁରେ ମତେ ଚା’ ପସନ୍ଦ। ପାଗ, ପରିସ୍ଥିତି, ପରିବେଶ ସବୁ ବଦଳିଛି। କିନ୍ତୁ ଚା’ ପ୍ରତି ମୋ ଭଲ ପାଇବା ଆଜି ବି ସେମିତି ବଳବତ୍ତର ରହିଛି। କେବେ କେବେ ମତେ ଲାଗେ କେବଳ ମୁଁ ଚା’ କୁ ନୁହେଁ ଚା’ ବି ମତେ ଖୁବ୍‌ ଭଲ ପାଏ। ସେଥିପାଇଁ ବୋଧେ ତାର ନିଶା ଲାଗିଯାଇଛି। ଚା’ ଠୁ ଦୂରେଇ ରହିବା ମୁସ୍‌କିଲ୍‌।

ଖୁସି ଲିପ୍ସା ବେହୁରା- ଗୋଟେ ଶବ୍ଦରେ ବର୍ଣ୍ଣାନା କରିବି ଯଦି ଚା’ ହେଉଛି ମୋ ‘ସାଥୀ’। ପ୍ରତି ମଣିଷ ପରି ଜୀବନରେ ମୁଁ ବି କିଛି ପାଇଛି ଆଉ କିଛି ହରେଇଛି। ଯିବା ଆସିବାର ପ୍ରତିଶୃତି ଦେଇ ମିଛ କହୁଥିବା କିଛି ମଣିଷ ମାନଙ୍କଠାରୁ ମତେ ଲାଗେ ଚା’ ଢେର୍‌ ଉର୍ଦ୍ଧ୍ୱରେ। କାରଣ ସେ ମୋ ସହ ସବୁବେଳେ ଥାଏ। ମୋ ସୁଖ, ଦୁଃଖ, ଚିନ୍ତା, କ୍ଲାନ୍ତ ଏମିତି ଅନେକ ପରିସ୍ଥିତିର ସାଥୀ ମୋର ସେ ଗୋଟେ କପ୍‌ ଚା’।

ସ୍ୱାଗତ ମହାପାତ୍ର- ଚା’ ର କିଛି ବିକଳ୍ପ ଅଛି? ସେ ପରିବାର ଲୋକଙ୍କ ସହ ହେଉ ଅବା ସାଙ୍ଗ ସାଥୀ ମାନଙ୍କ ସହ ଚା’ ପିଇବାର ମଜା ନିଆରା। ଶୀତୁଆ ସଧ୍ୟାରେ ଗୋଟେ କପ୍‌ ଚା’ ପିଇଦେଲେ ଦିନଟା ସମ୍ପୂର୍ଣ୍ଣ ଲାଗେ। ଥକ୍କା, ମାନସିକ ଅଶାନ୍ତି, ଶାରୀରିକ ପୀଡା, ବ୍ୟସ୍ତ ବିବ୍ରତତାକୁ ଉଭାନ କରିଦିଏ ଚା’। କେବେ କେବେ ଭାବେ, ଗୋଟେ କପ୍‌ ଚା’ରେ ଏତେ ଶକ୍ତି କେମିତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story