ଏବେ ବି ଚଳୁଛି ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍‌: ରୂପ ଅଛି ଚରିତ୍ର ବଦଳି ଯାଇଛି

ଟଙ୍କା ବିଛଣାରେ ଶୋଇବା ସ୍ୱପ୍ନ ଆଉ ବେଶି ଦୂର ନୁହେଁ। ଏହାକୁ ସତରେ ପରିଣତ କରିଛନ୍ତି ଅହମ୍ମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ୍‌ର ଛାତ୍ରଛାତ୍ରୀ। ବିମୁଦ୍ରାକରଣ ପରେ ବନ୍ଦ ହୋଇଥିବା ୫୦୦ ଓ ୧୦୦୦ ଟଙ୍କାର ନୋଟକୁ  ବିଭିନ୍ନ ଘରକରଣା ଜିନିଷର ରୂପ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିମୁଦ୍ରାକରଣ ପରେ ପରେ ପ୍ରାୟ ୧୪ ଲକ୍ଷ କୋଟିର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ରିର୍ଜଭ ବ୍ୟାଙ୍କ ପାଖରେ ପହଞ୍ଚିଥିଲା। ଯାହାକୁ ନେଇ ନେଇ ସାଧାରଣରେ […]

new money,,

new money,,

Rakesh Mallick
  • Published: Tuesday, 25 April 2017
  • Updated: 25 April 2017, 01:01 PM IST

Sports

Latest News

new money,,ଟଙ୍କା ବିଛଣାରେ ଶୋଇବା ସ୍ୱପ୍ନ ଆଉ ବେଶି ଦୂର ନୁହେଁ। ଏହାକୁ ସତରେ ପରିଣତ କରିଛନ୍ତି ଅହମ୍ମଦାବାଦର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ୍‌ର ଛାତ୍ରଛାତ୍ରୀ। ବିମୁଦ୍ରାକରଣ ପରେ ବନ୍ଦ ହୋଇଥିବା ୫୦୦ ଓ ୧୦୦୦ ଟଙ୍କାର ନୋଟକୁ  ବିଭିନ୍ନ ଘରକରଣା ଜିନିଷର ରୂପ ଦେଇ ଚର୍ଚ୍ଚାକୁ ଆସିଛନ୍ତି।

ବିମୁଦ୍ରାକରଣ ପରେ ପରେ ପ୍ରାୟ ୧୪ ଲକ୍ଷ କୋଟିର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ରିର୍ଜଭ ବ୍ୟାଙ୍କ ପାଖରେ ପହଞ୍ଚିଥିଲା। ଯାହାକୁ ନେଇ ନେଇ ସାଧାରଣରେ ଜାଣିବାକୁ ଆଗ୍ରହ ପ୍ରକାଶ ପାଇଥିଲା କି ଏତେ ପରିମାଣର ଟଙ୍କା ହେବ କ’ଣ। ଟଙ୍କା ନଷ୍ଟ କରିବା ପାଇଁ ଆର୍‌ବିଆଇ ଅହମ୍ମଦାବାଦ ଏନ୍‌ଆଇଡ଼ି ସହାୟତା ଲୋଡ଼ିଥିଲା।

ଆର୍‌ବିଆଇ ପାଖରୁ ଚିରା ଟଙ୍କା ପାଇବା ପରେ ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଲାଗି ପଡ଼ିଥିଲେ କିଛି ନୂଆ କରିବା ପାଇଁ ଏବଂ ଆମେ ବ୍ୟବହାର କରୁଥିବା ବିଭିନ୍ନ ଘରକରଣା ଜିନିଷ ତିଆରି କରି ସଫଳତା ମଧ୍ୟ ପାଇଥିଲେ। ନିଜ କଳାକୌଶଳ ମାଧ୍ୟମରେ ବିଭିନ୍ନ ପ୍ରକାର ନାଇଟ୍ ଲ୍ୟାମ୍ପ, ଟେବୁଲ ଟପ୍ ଓ ବିଭିନ୍ନ ଡିଜାଇନ୍‌ର ତକିଆ ତିଆରି ବେଶ୍ ପ୍ରଶଂସା ସାଉଁଟିଛନ୍ତି।

ଏହି ସବୁ ସରଞ୍ଜାମ ଏପରି ତିଆରି ହୋଇଛି ଯେ ନା ଏହା ପାଣିରେ ଓଦା ହେବ ନା ରଙ୍ଗ ଛାଡ଼ିବ। ଯାହାଫଳରେ ଲୋକେ ଏହାକୁ ବହୁତ ଦିନ ଧରି ବ୍ୟବହାର କରି ପାରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos