କୁସୁପୁରର ସେହି କାଳରାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ବିବାଦରୁ ବୀଭତ୍ସ ହତ୍ୟା। ରକ୍ତ ବୁହାଇଲା ରକ୍ତ ସଂପର୍କ। ବଇରୀ ସାଜିଲା ମା’ ପେଟର ଜନ୍ମିତ ଭାଇ। ମାହାଙ୍ଗା ଥାନା କୁସୁପୁର ଗଣହତ୍ୟାର ଏ ନିରାଟ ସତ୍ୟ ଏବେ ସମସ୍ତଙ୍କୁ ବେଶ୍ ଚକିତ କରିଛି। କେମିତି ଏତେ ନୃଶଂସ ହୋଇ ପାରେ ମଣିଷ? କେମିତି ଏପରି ଶତ୍ରୁ ପାଲଟି ପାରନ୍ତି ଆତ୍ମ ସଂପର୍କୀୟ? ପାଞ୍ଚ ପାଞ୍ଚଟି ଜୀବନ ନେବାକୁ କେମିତି ନର ରାକ୍ଷସ ପାଲଟି ପାରେ ଭାଇ? ଏମିତି ମାଳ ମାଳ ପ୍ରଶ୍ନ […]

Mahanga

Mahanga

Ordigital Desk
  • Published: Friday, 15 April 2022
  • Updated: 15 April 2022, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ପତ୍ତି ବିବାଦରୁ ବୀଭତ୍ସ ହତ୍ୟା। ରକ୍ତ ବୁହାଇଲା ରକ୍ତ ସଂପର୍କ। ବଇରୀ ସାଜିଲା ମା’ ପେଟର ଜନ୍ମିତ ଭାଇ। ମାହାଙ୍ଗା ଥାନା କୁସୁପୁର ଗଣହତ୍ୟାର ଏ ନିରାଟ ସତ୍ୟ ଏବେ ସମସ୍ତଙ୍କୁ ବେଶ୍ ଚକିତ କରିଛି। କେମିତି ଏତେ ନୃଶଂସ ହୋଇ ପାରେ ମଣିଷ? କେମିତି ଏପରି ଶତ୍ରୁ ପାଲଟି ପାରନ୍ତି ଆତ୍ମ ସଂପର୍କୀୟ? ପାଞ୍ଚ ପାଞ୍ଚଟି ଜୀବନ ନେବାକୁ କେମିତି ନର ରାକ୍ଷସ ପାଲଟି ପାରେ ଭାଇ? ଏମିତି ମାଳ ମାଳ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ।

୨୦୨୨ ଏପ୍ରିଲ ୧୧ ତାରିଖ ସୋମବାର ଦିନ ପ୍ରାୟ ୩ଟା। ଅନ୍ୟଦିନ ଭଳି ସେଦିନ ଦୁଇ ଭାଇ- ଅଲେଖ ସାହୁ ଓ ଶିବ ସାହୁଙ୍କ ମଧ୍ୟରେ ବଚସା ହୁଏ। ଭାଉଜ ରଶ୍ମିରେଖା ବି ଦିଅରକୁ ମନଭରି ଗାଳି ଗୁଲଜ କରେ। ଗାଁ ଲୋକ ଦେଖନ୍ତି ଆଉ ନିତି ଦିନିଆ ଘଟଣା ଭଳି ଚୁପ୍ ରୁହନ୍ତି। କିନ୍ତୁ କଥା ଟିକେ ଆଗକୁ ବଢ଼େ। ତେଣୁ ଗାଁ ସରପଂଚ ଓ ସମିତି ସଭ୍ୟଙ୍କ ସ୍ୱାମୀମାନେ ଆସି ବୁଝାସୁଝା କରନ୍ତି। କିନ୍ତୁ ବୁଝାସୁଝା ପରେ ମଧ୍ୟ ସେଦିନ ଘଟଣା ଏତେ ଉଗ୍ରରୂପ ନେଇଯିବ କେହି କେବେ ଭାବି ନଥିଲେ। ସାମାନ୍ୟ ସଂପତ୍ତି ବିବାଦର ପରିଣତି ଏତେ କରୁଣ ହେବ କେହି କେବେ ଚିନ୍ତା କରି ନଥିଲେ। କାରଣ ସମ୍ପତ୍ତି କହିଲେ ବାପା କରି ଦେଇ ଯାଇଥିବା ୪ ବଖରା ଘର ସହ ରୋଷେଇ ଓ ଗାଧୁଆ ଘର। କିନ୍ତୁ ଏହି ସମ୍ପତ୍ତିରେ ଭାଇ ଭାଗ ବଣ୍ଟାକୁ ନେଇ ବଂଶ ନିପାତ କରିବା ଭଳି ଚରମ ପଦକ୍ଷେପ ନିଆଯାଇ ପାରେ, ତାହା କଳ୍ପନା ବାହାରେ।

ଉଭୟ ଅଲେଖ ସାହୁ ଓ ଶିବ ସାହୁ ସେହି କୁସୁପୁର ଗାଁର ଗୋଟିଏ ୱାର୍ଡ (୨)ରେ ହିଁ ବିବାହ କରିଛନ୍ତି। ବଡ଼ଭାଇ ଅଲେଖ ସେହି ଗାଁର ରଶ୍ମିରେଖା ପୃଷ୍ଟିଙ୍କୁ ପ୍ରାୟ ୨୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଗୋଟିଏ ସାହିରେ ବିବାହ ହୋଇଥିବାରୁ ରଶ୍ମିରେଖାଙ୍କର ବାପଘର ସହ ଅତି ଭଲ ସଂପର୍କ ନଥିଲା। ସେପଟେ ବଡ଼ ଭାଇର ବିବାହର ପ୍ରାୟ ୬ ବର୍ଷ ପରେ ଅର୍ଥାତ୍ ଆଜିକୁ ପ୍ରାୟ ୧୪ ବର୍ଷ ତଳେ ଶିବ ମଧ୍ୟ ସେହି ସାହିର ସୁନୀତା ସାହୁଙ୍କୁ ପ୍ରେମ ବିବାହ କରିବାକୁ ଘରେ କୁହିଥିଲେ। ସେହି ଗୋଟିଏ ସାହିରୁ ପୁଣି ଜଣଙ୍କୁ ବୋହୂ କରିବାକୁ ପରିବାର ଲୋକ ରାଜି ହୋଇ ନଥିଲେ। ଏହାକୁ ନେଇ ବାପାମାଙ୍କଠାରୁ ଆରମ୍ଭ କରି ବଡ଼ଭାଇ ଓ ଭାଉଜଙ୍କ ସହ ଶିବଙ୍କର ବିବାଦ ହୋଇଥିଲା। ଶିବଙ୍କ ବିବାହ ପରେ ନୂଆ ବୋହୂଙ୍କୁ ଘର ଲୋକ ଠିକ୍ ଭାବେ ଗ୍ରହଣ କଲେ ନାହିଁ। ରୋଷେଇ ଘରଠାରୁ ନେଇ ଘର ଠାକୁର ଏମିତି କି ଗାଧୁଆ ଘର ମଧ୍ୟ ବ୍ୟବହାର କରିବା ନେଇ ଧୀରେ ଧୀରେ ବିବାଦ ବଢ଼ିଲା। ୪ ବଖରା ଘରରୁ ମାତ୍ର ଗୋଟିଏ ବଖରା ଶିବକୁ ବ୍ୟବହାର କରିବାକୁ ଦିଆଯାଇଥିଲା। କାରଣ ବଡ଼ ଭାଇର ତିନିଟି ସନ୍ତାନ ଥିବା ବେଳେ ବାପାମା’ ମଧ୍ୟ ବଡ଼ ପୁଅ ପାଖରେ ରହୁଥିଲେ। ସେପଟେ ଶିବର ଝିଅଟିଏ ହେବା ପରେ ସେ ପାଖ ଗାଁରେ ଶ୍ୱଶୁର ଘର ସହାୟତାରେ ଭଡ଼ା ଘରଟିଏ ନେଇ ପରିବାର ସହ ରହିଲେ। କିନ୍ତୁ ସମୟେ ସମୟେ ରାତିରେ ଆସି ନିଜ ପୈତୃକ ଘର କୁସୁପୁର ତେଲି ସାହିରେ ଆସି ସେ ଶୁଅନ୍ତି।

ହେଲେ ଦୁଇ ଭାଇଙ୍କ ମଧ୍ୟରେ ବଚସା କି ବିବାଦର ଅନ୍ତ ଘଟେ ନାହିଁ। ମାମଲା ଗାଁ ନିଷାପଠାରୁ ନେଇ ଥାନା ପର୍ଯ୍ୟନ୍ତ ଯାଏ। ଉଭୟ ଉଭୟଙ୍କ ନାଁରେ ଥାନାରେ ଏକାଧିକ ଅଭିଯୋଗ କରିଛନ୍ତି। ଏମିତିକି ବଡ଼ଭାଇ ଅଲେଖଙ୍କ ନାଁରେ ଭାଇବୋହୂ (ଶିବଙ୍କ ପିତ୍ନୀ)ଙ୍କୁ ଅସଦାଚରଣ ଭଳି ଅଭିଯୋଗ ଆସିଥିଲା। ଶିବ ନିଜେ ଏହି ଅଭିଯୋଗ କରିଥିଲେ। ଏହି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ିଥିଲା।

ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ବାପାଙ୍କ ପେନ୍‌ସନ୍ ଟଙ୍କାକୁ ନେଇ ମଧ୍ୟ ଥିଲା। କାରଣ ପୂରା ପେନ୍‌ସନ୍‌ ଟଙ୍କା ନେଇଯାଉଥିଲେ ବଡ଼ ଭାଇ। ଏମିତି କି ବାପାଙ୍କ ଅନ୍ତେ ମା’ ପାଉଥିବା ପେନ୍‌ସନ୍ ଟଙ୍କା ବି ବଡ଼ ଭାଇ ନେଉଥିଲେ। ପୁଣି ଅନ୍ୟ ଘରେ ଡ୍ରାଇଭର କାମ କରି ଚଳୁଥିବା ଶିବଙ୍କ ଅପେକ୍ଷା ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ଅଲେଖଙ୍କୁ ଅଧିକ ଭଲ ପାଉଥିଲେ ବାପାମା'। ଆଉ ଏହି ପାତରଅନ୍ତର ଶିବଙ୍କ ପାଇଁ ଥିଲା ଅସହ୍ୟ।

୩/୪ ମାସ ତଳେ ଦୁଇ ଭାଇଙ୍କ ବିବାଦ ଆହୁରି ଘନୀଭୂତ ହୋଇଥିଲା। ସେତେବେଳେ ସେମାନଙ୍କ ମା' ଚାଲି ଯାଇଥିଲେ। ଆଉ ତାଙ୍କ ଶୁଦ୍ଧିକ୍ରିୟାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଥିଲା। ଅଲେଖଙ୍କ ପତ୍ନୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଶିବ ଓ ତାଙ୍କ ପତ୍ନୀ। କାରଣ ଅଲେଖଙ୍କ ନାଁରେ ଭାଇବୋହୂଙ୍କୁ ଅସଦାଚରଣ ନେଇ ଥାନାରେ ଦିଆଯାଇଥିବା ଏତଲାକୁ ଭୁଲି ନଥିଲେ ସେ।

ଭାଇଭାଉଜଙ୍କ ଅତ୍ୟାଚାର ଓ ବାପା ଦେଇଯାଇଥିବା ଘରକୁ ସଂପୂର୍ଣ୍ଣ ଭାବେ ମାଡ଼ିବସିବାର କ୍ରୋଧରେ ଜର୍ଜରିତ ହେଉଥିଲେ ଉଭୟ ଶିବ ଓ ତାର ସ୍ତ୍ରୀ। ଘଟଣା ଦିନ ଅର୍ଥାତ୍ ଏପ୍ରିଲ ୧୧ ତାରିଖ ରାତିରେ ଶୋଇବା ପାଇଁ ଭଡ଼ା ଘରୁ କୁସୁପୁର ଘରକୁ ଆସନ୍ତି ଶିବ ଓ ତାଙ୍କ ପୂରା ପରିବାର। ତାଙ୍କ ସ୍ତ୍ରୀ ଓ ଝିଅ ସେଦିନ ଆସିଥିବା ସ୍ଥାନୀୟ ଲୋକ ଦେଖିଛନ୍ତି। ଏମିତିକି ରାତି ପ୍ରାୟ ୧୦ଟା ବେଳେ ମା’ ଝିଅ ଚାଲି ଚାଲି ଯାଉଥିବାର କିଛି ଗ୍ରାମବାସୀ ଦେଖିଥିବା କହିଛନ୍ତି। ରାତିରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିବା ଗାଁ ଲୋକ ଶୁଣିଥିଲେ। କିନ୍ତୁ ଏହାକୁ କେହି ଗୁରୁତର ସହ ନେଇ ନଥିଲେ। ଘରର ୪ କାନ୍ଥ ଭିତରେ କଣ ଘଟିଲା କେହି ଜାଣି ପାରିଲେ ନାହିଁ। କିଛି ଲୋକ କେବଳ ପାଟି ତୁଣ୍ଡ ଶୁଣିଥିବାର କହିଛନ୍ତି।

''ସୁନା ଗହଣା ନେଇ ଯା, କିନ୍ତୁ ମୋତେ ଛାଡ଼ି ଦେ” ବୋଲି ଅଲେଖଙ୍କ ପତ୍ନୀ ନେହୁରା ହେଉଥିବାର କିଛି ଲୋକ ଶୁଣିଥିବା କହୁଛନ୍ତି। ଯଦିଓ ଅଭିଯୁକ୍ତ ଶିବ ପ୍ରଥମେ ଭାଉଜକୁ ମାରିଥିବା କଥା ପୁଲିସକୁ ବୟାନ ଦେଇଛି। କିନ୍ତୁ କିଛି ଗ୍ରାମବାସୀଙ୍କ କହିବା କଥା, ଭାଉଜ କହୁଥିଲା “ଭାଇକୁ ତ ମାରିଲୁ, ସବୁ ଘରବାଡ଼ି, ସୁନା ଗହଣା ନେଇ ମତେ ଓ ମୋ ପିଲାଙ୍କୁ ଛାଡ଼ି ଦେ।“ ଲୋକ ଏମିତି ବି କହୁଛନ୍ତି, ’ଦାଦା ଆମକୁ ଛାଡ଼ି ଦିଅ ବୋଲି’ ଛୁଆମାନେ ଚିତ୍କାର କରି କାନ୍ଦୁଥିବାର ଶବ୍ଦ ଶୁଣିଛନ୍ତି। ରାତି ପ୍ରାୟ ସାଢ଼େ ୩ରୁ ୪ଟା ଭିତରେ ଏ ସବୁ ସୋର ଶବ୍ଦ ବନ୍ଦ ହୋଇଯାଇଥିଲା। ନାଁ କିଛି କାନ୍ଦଣା ଶୁଭିଲା, ନାଁ କିଛି ଚିତ୍କାର।

ରାତି ପାହିଲା। ଭୋର ୫ଟା ବେଳକୁ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇ ଉଠିଥିଲା। କିନ୍ତୁ ସେଦିନ କାଳ ରାତିରେ କିଏ କଣ ଶୁଣିଛନ୍ତି କେହି କିଛି କହୁ ନଥିଲେ। ଗାଁ ଦାଣ୍ଡରେ ଟୁପୁରୁ ଟାପୁର ହେଉଥିଲା। କିନ୍ତୁ କେହି ସାହସ କରି ରାତିର ଘଟଣା କହୁ ନଥିଲେ।

ରାତି ପାହିଲେ ନଦୀ କୂଳକୁ ଶୌଚ କରିବାକୁ ଯାଉଥିବା ତଥା ନଦୀରେ ଗାଧେଇକି ଆସୁଥିବା ଶିବ ସେଦିନ ସକାଳ ସାଢ଼େ ୮ଟା ବେଳକୁ ଘରୁ ଗାଧେଇ ପାଧେଇ ସଫା ପ୍ୟାଣ୍ଟ ସାର୍ଟ ପିନ୍ଧି ବାହାରିଥିଲା। ଭଲ ମଣିଷ ପରି ଘରେ ତାଲା ବି ପକାଇଥିଲା। କିନ୍ତୁ ତାହା ଲୋକଙ୍କୁ ଟିକେ ଅଡୁଆ ଲାଗିଥିଲା। କିଛି ଗାଁ ଲୋକ ପଚାରିଲେ, ଅଲେଖ କୁଆଡ଼େ ଗଲା? “ମୁଁ ତାଙ୍କୁ ବାହାରକୁ ପଠାଇ ଦେଇଥିବା” ଉତ୍ତର ଦେଇଥିଲା ଶିବ। ଲୋକଙ୍କ ସନ୍ଦେହ ଆହୁରି ବଢ଼ିଲା। କ'ଣ ହେଲା କି ସମସ୍ତଙ୍କର? ହେଲେ କେହି ସେତେବେଳକୁ ଜାଣି ନଥା'ନ୍ତି ଯେ ଶିବ ସଇତାନ ସାଜି ବଡ଼ଭାଇର ପୂରା ପରିବାରକୁ ଶବ କରି ସାରିଥାଏ। ସେ କିଛି ନ ଜାଣିଲା ପରି ଘର ପାଖ ଦୋକାନକୁ ଯାଇ ଜଳଖିଆ ବି ଖାଇଥିଲା। ତା'ପରେ ଆଉ ଦୁଇଟା ଗୁଟଖା ପ୍ୟାକେଟ୍‌ କିଣି କୁଆଡ଼େ ବାହାରି ଯାଇଥିଲା।

ସେତେବେଳକୁ ଦିନ ପ୍ରାୟ ୯ଟା ଉପରେ। ସନ୍ଦେହ ଆହୁରି ବଢ଼ି ଯାଇଥିଲା। ସବୁବେଳେ ଚଳଚଞ୍ଚଳ ରହୁଥିବା ଅଲେଖଙ୍କ ଘରଟା କାହିଁକି ହଠାତ୍ ନିରବୀ ଯାଇଛି। ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା। କାରଣ ସକାଳୁ ସକାଳୁ ପାନ ଦୋକାନ ଖୋଲନ୍ତି ଅଲେଖ। ରଶ୍ମିରେଖା ଗାଁର ଝିଅ ହୋଇଥିବାରୁ ବେଶ ବଡ଼ପାଟିଆ। ତେଣୁ ତାଙ୍କ ପାଟିତୁଣ୍ଡ ସକାଳୁ ସକାଳୁ ସମସ୍ତଙ୍କ କାନରେ ପଡ଼େ। ପୁଣି ଘରେ ଥିଲେ ତିନିଟି ପାଠ ପଢୁଆ ଛୁଆ। ସକାଳ ୮ଟା ପର୍ଯ୍ୟନ୍ତ କାହିଁକି ବା ସେମାନେ ସମସ୍ତେ ଶୋଇ ରହିବେ?

ଏମିତି ତମାମ୍ ପ୍ରଶ୍ନ ଭିତରେ ସମିତି ସଭ୍ୟଙ୍କ ସ୍ୱାମୀ ଓ କିଛି ଗାଁ ଲୋକ ଅଲେଖଙ୍କ ଘରେ କ'ଣ ଘଟିଛି ଜାଣିବାକୁ ଚେଷ୍ଟା କରୁଥା'ନ୍ତି। ଠିକ୍ ଏତିକି ବେଳେ ଆସିଲା ଶିବର ୩୨ ସେକେଣ୍ଡର ଭିଡିଓ। ପ୍ରଥମେ ସରପଂଚ ଓ ପରେ ସମିତି ସଭ୍ୟଙ୍କ ସ୍ୱାମୀଙ୍କ ମୋବାଇଲକୁ ପଠାଇଥିଲା ଭିଡ଼ିଓ। ତିନି ପୁତୁରା ଓ ଝିଆରୀଙ୍କ ସମେତ ବଡ଼ ଭାଇ ଓ ଭାଉଜ ତାକୁ ଗାଳି ଗୁଲଜ କରିବା ସହ ମାଡ଼ ମାରିବାରୁ ମାନସିକ ଭାରସାମ୍ୟନ୍ୟ ହରାଇ ସେ ୫ ଜଣଙ୍କୁ ଯାକୁ ହତ୍ୟା କରିଥିବା ଏହି ଭିଡିଓରେ କହିଥିଲା। ତା'ସହିତ ଥାନାରେ ଆତ୍ମସମର୍ପଣ କରିବାକୁ ଯାଉଥିବା କହିଥିଲା।

ବିଜୁଳି ବେଗରେ ଏହି ଖବର ପ୍ରସାରଣ ହେବା ପରେ ଗାଁ ଦାଣ୍ଡରେ ପାଦ ଥୋଇବାକୁ ବି ଜାଗା ନଥିଲା। ଲୋକାରଣ୍ୟ ହୋଇଗଲା କୁସୁପୁର ଗାଁ। ଆଉ ପୁଲିସ କବାଟ ଭାଙ୍ଗି ଯାହା ଦେଖିଲା, ତାହା ବିଶ୍ୱାସ କରି ହେବନାହିଁ। ଘରେ ପଡ଼ିଥିଲା ୫ଟି ରକ୍ତାକ୍ତ ମୃତଦେହ। କଟୁରୀରେ ସେମାନଙ୍କୁ ମରା ଯାଇଥିଲା ଚୋଟ। ଘର ଭିତରେ ଛୁଟିଥିଲା ରକ୍ତର ସୁଅ। ତାକୁ ବର୍ଣ୍ଣାନା ବି କରି ହେବନାହିଁ। ଖଟ ଉପରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ରହିଥିଲା ଅଲେଖ, ତାଙ୍କ ସ୍ତ୍ରୀ ଓ ସାନ ପୁଅର ଶବ। ତଳେ ପଡ଼ିଥିଲା ଆଉ ଦୁଇ ଛୁଆ (ବଡ଼ ପୁଅ ଓ ଝିଅ)ଙ୍କ ରକ୍ତାକ୍ତ ଶରୀର। ଓଃ, କି କରୁଣ, ବୀଭତ୍ସ ଓ ଲୋମଟାଙ୍କୁରା ସେ ଦୃଶ୍ୟ! ରାତିକ ଭିତରେ ଶେଷ ହୋଇଗଲା ଏକ ହସଖୁସିର ପରିବାର। ଲିଭିଗଲା ପାଞ୍ଚ ପାଞ୍ଚଟି ଜୀବନ ଦୀପ।

ଏବେ ଘଟଣାର ସରଜମିନ୍ ତଦନ୍ତ କରୁଛି ପୁଲିସ। ଅଭିଯୁକ୍ତ ଶିବକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍‌ କରିଛି। ପୋଷ୍ଟମର୍ଟମ ରିପୋର୍ଟ ସହ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ସାଇଣ୍ଟିଫିକ୍ ରିପୋର୍ଟରୁ ବି ସୁରାକ ଖୋଜୁଛି ପୁଲିସ। କିନ୍ତୁ ଗୋଟିଏ ଲୋକ କେମିତି ୫ ଜଣଙ୍କୁ ଗୋଟିଏ ଘରେ ରହି ମାରିପାରିଲା ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। କାହିଁକି କେହି ପ୍ରତିରୋଧ କଲେ ନାହିଁ? କାହିଁକି କେହି ବଡ଼ ପାଟିରେ ଚିତ୍କାର କଲେ ନାହିଁ? କାହିଁକି କେହି ଘଟଣାସ୍ଥଳରୁ ଖସି ଯିବାକୁ ପ୍ରୟାସ କଲେ ନାହିଁ? ତାକୁ ନେଇ ସୃଷ୍ଟି ହୋଇଛି ଅସମାହିତ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story