ଦେହରେ ପଶି ରହିଛି ଇଞ୍ଜେକ୍‌ସନ୍ ଛୁଞ୍ଚି, ଚାରି ମାସ ହେବ ଯନ୍ତ୍ରଣାରେ ଛଟପଟ ହେଉଛି ପାଞ୍ଚ ବର୍ଷର ଝିଅ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଏକ ଘରୋଇ କ୍ଲିନିକ୍‌ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏକ ୫ବର୍ଷର ଶିଶୁକନ୍ୟା ଦେହରେ ଚାରିମାସ ହେବ ପଶି ରହିଛି ଇଞ୍ଜେକସନ୍ ଛୁଞ୍ଚି। ଦୁଇ ଦୁଇ ଥର ଅପରେସନ୍ ପରେ ବି ଛୁଞ୍ଚିଟିକୁ ବାହାର କରାଯାଇ ପାରି ନଥିବାରୁ ଶିଶୁଟି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି। ଅନ୍ୟପକ୍ଷରେ ଶିଶୁଟିର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଥିଲେ ବି କିଛି ସାହାଯ୍ୟ ମିଳିପାରି ନାହିଁ ବୋଲି ତାଙ୍କ […]

anugul00

anugul00

Tapaswini Nayak
  • Published: Tuesday, 10 December 2019
  • Updated: 10 December 2019, 02:53 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଏକ ଘରୋଇ କ୍ଲିନିକ୍‌ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏକ ୫ବର୍ଷର ଶିଶୁକନ୍ୟା ଦେହରେ ଚାରିମାସ ହେବ ପଶି ରହିଛି ଇଞ୍ଜେକସନ୍ ଛୁଞ୍ଚି। ଦୁଇ ଦୁଇ ଥର ଅପରେସନ୍ ପରେ ବି ଛୁଞ୍ଚିଟିକୁ ବାହାର କରାଯାଇ ପାରି ନଥିବାରୁ ଶିଶୁଟି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି। ଅନ୍ୟପକ୍ଷରେ ଶିଶୁଟିର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ଜିଲ୍ଲା ପ୍ରଶାସନକୁ ଗୁହାରୀ କରିଥିଲେ ବି କିଛି ସାହାଯ୍ୟ ମିଳିପାରି ନାହିଁ ବୋଲି ତାଙ୍କ ବାପା କହିଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ବାଲୁଙ୍ଗା ଗାଁରେ।

ଗତ ଅଗଷ୍ଟ ମାସରେ ଗାଁର ନିରଞ୍ଜନ ବେହେରା ଓ ସୁମିତ୍ରା ବେହେରାଙ୍କ ୫ ବର୍ଷର ଝିଅ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ସେମାନେ ତାକୁ ତାଳଚେରର ଗୋପାଳପ୍ରସାଦରେ ଥିବା ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ଝିଅଟିର ଅଣ୍ଟା ତଳେ ଏକ ଇଞ୍ଜେକସନ୍ ଦେଇଥିଲେ। ତେବେ ଇଞ୍ଜେକ୍‌ସନ୍ ଦେବା ବେଳେ ଛୁଞ୍ଚିଟି ଭାଙ୍ଗି ଯାଇ ତା’ ଦେହରେ ରହିଯାଇଥିଲା। ଏନେଇ ଡାକ୍ତରଙ୍କୁ ପରିବାର ଲୋକେ ଜଣାଇଥିଲେ। ତେବେ ଚିନ୍ତା ନ କରିବା ପାଇଁ ଡାକ୍ତର ସେମାନଙ୍କୁ କହିଥିଲେ। ଛୁଞ୍ଚି ପଶିଥିବା ସ୍ଥାନଟି ପାଚିଗଲା ପରେ ଭଙ୍ଗା ଛୁଞ୍ଚିଟି ଆପେ ବାହାରି ଯିବ ବୋଲି ଡାକ୍ତର ସାନ୍ତ୍ୱନା ଦେଇ ସେମାନଙ୍କୁ ଘରକୁ ପଠାଇ ଦେଇଥିଲେ। ଦୁଇ ତିନି ଦିନ ପରେ ଝିଅ ଦେହରୁ ଛୁଞ୍ଚି ନ ବାହାରିବାରୁ ସେମାନେ ପୁଣି ଝିଅକୁ ଧରି ସଂପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ। ତା’ପରେ ଡାକ୍ତର ଜଣଙ୍କ ସେମାନଙ୍କୁ ଅନୁଗୋଳର ଏକ ଘରୋଇ ନର୍ସିଂହୋମରେ ଝିଅର ଅପରେସନ୍‌ କରିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ନିରଞ୍ଜନ ଝିଅକୁ ସେଠାକୁ ନେଇ ଅପରେସନ୍ କରାଇଥିଲେ। ହେଲେ ଝିଅ ଦେହରୁ ଛୁଞ୍ଚି ବାହାରି ନଥିଲା। ଏନେଇ ସେ ପୁଣି ସଂପୃକ୍ତ ଡାକ୍ତରଙ୍କୁ ଜଣାଇଥିଲେ। ଏଥର ଡାକ୍ତର ଜଣଙ୍କ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ନର୍ସିଂ ହୋମ୍‌କୁ ପଠାଇ ଦେଲେ। ସେଠାରେ ବି ଅପରେସନ୍ କରାଗଲା। କିନ୍ତୁ ଛୁଞ୍ଚି ବାହାରି ପାରିଲା ନାହିଁ।

ପରବର୍ତ୍ତୀ ସମୟରେ ନିରଞ୍ଜନ ଝିଅକୁ କଟକ ବଡ଼ ଡାକ୍ତରଖାନାରେ ଓ ଶିଶୁ ଭବନରେ ବି ଦେଖାଇଥିଲେ। ତେବେ କିଛି ସୁଫଳ ମିଳି ନଥିଲା। ଝିଅଟି ସେମିତି ଯନ୍ତ୍ରଣା ଭୋଗୁଛି। ବିଶେଷ କରି ଶୋଇବା ସମୟରେ ଝିଅକୁ ଅଧିକ କଷ୍ଟ ହେଉଥିବା ସୁମିତ୍ରା କହିଛନ୍ତି। ଏବେ ଝିଅକୁ କେଉଁ ଡାକ୍ତରଖାନାକୁ ନେବାକୁ ସେମାନଙ୍କ ପାଖରେ ଅର୍ଥ ବି ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାଯ୍ୟ ମିଳିଲେ ଝିଅର ଅପରେସନ କରାଇପାରନ୍ତେ ବୋଲି ସୁମିତ୍ରା ଓ ନିରଞ୍ଜନ କହିଛନ୍ତି।

ନିରଞ୍ଜନ କହିଛନ୍ତି, “ଝିଅର ଦୁଇ ଥର ଅପରେସନ୍‌ ହୋଇସାରିଲାଣି। ହେଲେ ଝିଅ ଦେହରୁ ଛୁଞ୍ଚି ବାହାରି ନାହିଁ। ଏନେଇ ମୁଁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କେହି ଆମକୁ ସାହାଯ୍ୟର ହାତ ବଢ଼ାଇ ନାହାନ୍ତି। ପ୍ରଶାସନ ପକ୍ଷରୁ ସାହାଯ୍ୟ ମିଳିଲେ ମୋ ଝିଅର ଅପରେସନ୍‌ କରାଯାଇ ଛୁଞ୍ଚି ବାହାର କରିହୁଅନ୍ତା।”

ଏ ନେଇ ତାଳଚେର ସହକାରୀ ଜିଲ୍ଲାପାଳ ଗୌରୀ ନାଏକ କହିଛନ୍ତି, “ଝିଅଟି ଦେହରେ ଛୁଞ୍ଚି ପଶି ରହିଥିବା କଥା ବିଷୟରେ ଆମେ ଅବଗତ ଅଛୁ। ତାଙ୍କ ବାପା ଏନେଇ ଏକ ଦରଖାସ୍ତ ଦେଇଥିଲେ। ଆମେ ଜଣେ ସମାଜସେବୀଙ୍କ ମାଧ୍ୟମରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଏକଥା ଜଣାଇଥିଲୁ। ସର୍ଜରୀ ୱାର୍ଡରେ ଏହି ଅପରେସନ୍ ହୋଇପାରିବ ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ, ସର୍ଜରୀ ୱାର୍ଡରେ ଥିବା ସିଏସାର ମେସିନ୍ ଖରାପ ହୋଇଯାଇଥିବାରୁ ଏବେ ଏହି ଅପରେସନ୍‌ ହୋଇପାରିବ ନାହିଁ। ମେସିନ୍‌ଟି ଠିକ୍‌ ହେବା ପରେ ପିଲାଟିର ଅପରେସନ୍‌ କରାଯିବ ବୋଲି ସେ ଆମକୁ ମତାମତ ଦେଇଛନ୍ତି।”

‘ମୋ ସରକାର’ ମାଧ୍ୟମରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ମେସିନ୍ ଖରାପ ଯୋଗୁ ରୋଗୀଙ୍କୁ ଯନ୍ତ୍ରଣାରେ ଛଟପଟ ହେବାକୁ ଛାଡ଼ି ଦେବା କେତେ ଦୂର ସମୀଚୀନ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos