ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି କଣ୍ଟ୍ରାକ୍ଟର୍‌; ବାରଣ୍ଡାରେ ବସୁଛନ୍ତି ପିଲା

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍‌ ବଡ଼ପଳସା ଗ୍ରାମ ପଞ୍ଚାୟତର କେନ୍ଦୁଆ ଗାଁରେ ଅଙ୍ଗନବାଡ଼ି ଗୃହ ନଥିଲା। ତେଣୁ ପିଲାମାନେ ଗଛ ମୂଳେ ବସି ପାଠ ପଢ଼ୁଥିଲେ। ତେବେ ଗାଁ ଲୋକଙ୍କ ଦାବି ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏଯାଏ […]

student

student

Jyoshna Pradhan
  • Published: Friday, 06 December 2019
  • Updated: 06 December 2019, 03:32 PM IST

Sports

Latest News

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ୍‌ ବଡ଼ପଳସା ଗ୍ରାମ ପଞ୍ଚାୟତର କେନ୍ଦୁଆ ଗାଁରେ ଅଙ୍ଗନବାଡ଼ି ଗୃହ ନଥିଲା। ତେଣୁ ପିଲାମାନେ ଗଛ ମୂଳେ ବସି ପାଠ ପଢ଼ୁଥିଲେ। ତେବେ ଗାଁ ଲୋକଙ୍କ ଦାବି ପରେ ୨୦୧୭-୧୮ ଆର୍ଥିକ ବର୍ଷରେ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏଯାଏ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିଥିବା କଣ୍ଟ୍ରାକ୍ଟରଙ୍କୁ ବିଲ୍‌ ମିଳି ନଥିବା ଯୋଗୁ ସେ ଏଥିରେ ତାଲା ପକାଇ ଦେଇଥିବା ଗାଁ ଲୋକେ କହିଛନ୍ତି। ଏନେଇ ସେମାନେ ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ପିଲାମାନେ ଏବେ ଏହି ନୂତନ ଭାବେ ନିର୍ମାଣ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରର ବାରଣ୍ଡାରେ ବସୁଛନ୍ତି। ଏଥିସହ ଅଙ୍ଗନବାଡ଼ି କର୍ମୀ ମଧ୍ୟ ନିୟମିତ ଭାବେ ଆସୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। କେବଳ ରନ୍ଧା ଖାଦ୍ୟ ଖାଇ ପିଲାମାନେ ଘରକୁ ଫେରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ମୋଟ ୩୦ ଜଣ ପିଲା ଆସୁଛନ୍ତି।

ଅଙ୍ଗନବାଡ଼ି କେନ୍ଦ୍ର ହସ୍ତାନ୍ତର କରିବାକୁ ଗାଁ ଲୋକେ ବିଡିଓ, ସିଡିପିଓ ଓ ଉପ-ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ଦୁଲି ମୁର୍ମ କହିଛନ୍ତି, “ଆମ ଗାଁରେ ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରି ହୋଇଛି। ହେଲେ ସେଥିରେ ତାଲା ପଡ଼ିଛି। ବର୍ତ୍ତମାନ ପିଲାମାନେ ବାରଣ୍ଡାରେ ବସୁଛନ୍ତି। ବାରମ୍ୱାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି।”

ୱାର୍ଡ ମେମ୍ୱର ରାମଦାସ ବସ୍କେ କହିଛନ୍ତି,“ଅଙ୍ଗନବାଡ଼ି କେନ୍ଦ୍ର ହେବାର ବର୍ଷେ ହେଲାଣି, ହେଲେ ଏଯାଏ ଖୋଲାଯାଉନି। ତେଣୁ ଛୁଆମାନେ ବାରଣ୍ଡାରେ ବସି ପଢୁଛନ୍ତି। ଏନେଇ ଆମେ ବିଡିଓଙ୍କୁ ଦରଖାସ୍ତ ଦେଇଥିଲୁ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ।”

ଏନେଇ ବହଳଦା ବ୍ଲକ୍‌ ବିଡିଓ ଚନ୍ଦ୍ରକାନ୍ତ ମଲ୍ଲିକ କହିଛନ୍ତି, “ଅତିଶୀଘ୍ର ଅଙ୍ଗନବାଡ଼ି କେନ୍ଦ୍ରର ବକେୟା ବିଲ୍‌କୁ ପୈଠ କରାଯିବା ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ହସ୍ତାନ୍ତର କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos