ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କଳାକାର ଦମ୍ପତି

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପେସାରେ କଳାକାର। ନିଶା ହେଉଛି ସମାଜରେ ସଚେତନତା ବାର୍ତ୍ତା ବାଣ୍ଟିବା। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ର ଜମ୍ଭାଲିପାଲି ଗାଁର କଳାକାର ଦମ୍ପତି ହରେକୃଷ୍ଣ ବାଗ ଓ ପୂର୍ଣ୍ଣମାସୀ ବାଗଙ୍କ କଥା। ସକାଳ ହେଲେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ମୁହଁରେ ରଙ୍ଗ, ପାଦରେ ଘୁଙ୍ଗୁର ଓ ଢୋଲ ଧରି ବାହାରି ପଡ଼ନ୍ତି। କେତେବେଳେ ଗାଁ ତ’ ଆଉ କେତେବେଳେସହରକୁ ଯାଇ ଟ୍ରାଫିକ ନିୟମ ମାନିବା, ପଲିଥିନ ବ୍ୟବହାର ନ କରିବା […]

sonpur

sonpur

Jyoshna Pradhan
  • Published: Friday, 29 November 2019
  • Updated: 29 November 2019, 02:47 PM IST

Sports

Latest News

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପେସାରେ କଳାକାର। ନିଶା ହେଉଛି ସମାଜରେ ସଚେତନତା ବାର୍ତ୍ତା ବାଣ୍ଟିବା। ଆମେ କହୁଛୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ର ଜମ୍ଭାଲିପାଲି ଗାଁର କଳାକାର ଦମ୍ପତି ହରେକୃଷ୍ଣ ବାଗ ଓ ପୂର୍ଣ୍ଣମାସୀ ବାଗଙ୍କ କଥା। ସକାଳ ହେଲେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ମୁହଁରେ ରଙ୍ଗ, ପାଦରେ ଘୁଙ୍ଗୁର ଓ ଢୋଲ ଧରି ବାହାରି ପଡ଼ନ୍ତି। କେତେବେଳେ ଗାଁ ତ’ ଆଉ କେତେବେଳେସହରକୁ ଯାଇ ଟ୍ରାଫିକ ନିୟମ ମାନିବା, ପଲିଥିନ ବ୍ୟବହାର ନ କରିବା ଓ ପରୀ ପାଇଁ କଥାଟିଏ ପରି ସଚେତନ ବାର୍ତ୍ତାକୁ ଗୀତ ଓ ନାଚ ଦ୍ୱାରା ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରନ୍ତି। ଏଥିସହ ସେମାନେ ଭଜନ ଓ ଦଣ୍ଡଗୀତ ଗାଇ ମଧ୍ୟ ଲୋକଙ୍କୁ ମନୋରଞ୍ଜନ କରିଥା’ନ୍ତି। ତେବେ ଏହି କଳାକାର ଦମ୍ପତି ଏ କାମ କରିବାକୁ କୌଣସି ସରକାରୀ କିମ୍ୱା ବେସରକାରୀ ସଂସ୍ଥା ଦ୍ୱାରା ନିୟୋଜିତ ହୋଇନାହାନ୍ତି।  ସେମାନେ ସ୍ୱଇଚ୍ଛାରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରୁଛନ୍ତି।

ବାହାଘର ପରେ ହରେକୃଷ୍ଣ ଓ ପୂର୍ଣ୍ଣମାସୀ ଦଣ୍ଡନୃତ୍ୟ ଆରମ୍ଭ କରିଥିଲେ। ସେମାନେ ନିଜ ଜିଲ୍ଲା ସହିତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଓ ରାଜ୍ୟ ବାହାରେ ବିଭିନ୍ନ ମଞ୍ଚରେ ତାଙ୍କ ପ୍ରତିଭା ଦେଖାଇଛନ୍ତି। ଏହି କଳା ହିଁ ସେମାନଙ୍କ ଜୀବନ ଜୀବିକା ପାଲଟିଯାଇଛି। ସରକାରୀ ସହାୟତା ଭାବେ ଉଭୟଙ୍କୁ ୧୨ଶହ ଟଙ୍କା ଲେଖାଏ କଳାକାର ଭତ୍ତା ମିଳୁଛି। ହେଲେ ଏଥିରେ ପରିବାର ଚଳିବା କଷ୍ଟ ହେଉଥିବାରୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଏହି କଳାକାର ଦମ୍ପତି ଦାବି କରିଛନ୍ତି।

ହରେକୃଷ୍ଣ ବାଗ କହିଛନ୍ତି, “ଆଜିକୁ ପ୍ରାୟ ୨୨ ବର୍ଷ ହେଲାଣି ଗାଁ ଓ ସହରରେ ବୁଲି ନାଚ ଗୀତ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାରର ସଚେତନା ବାର୍ତ୍ତା ଦେବା ସହ ସେମାନଙ୍କ ମନୋରଞ୍ଜନ କରୁଛୁ। ଆଉ ସେଥିରୁ ଯାହା ରୋଜଗାର ହେଉଛି ଆମେ ଚଳୁଛୁ। ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ, ଭାରତ ନିର୍ମାଣ, ଆମ ଗାଁ ଆମ ବିକାଶ, ପରୀ ପାଇଁ କଥା ଟିଏ, ପଲିଥିନ୍ ଓ ହେଲମେଟ୍‌କୁ ନେଇ ଆମେ ଲୋକଙ୍କୁ ସଚେତନ କରାଉଛୁ। ଚଳିତବର୍ଷରୁ ଆମକୁ ସରକାର ୧୨ଶହ ଟଙ୍କା ଦେଉଛନ୍ତି। ସେଥିରେ ଚଳିବା ଅସୁବିଧା ହେଉଛି। ତେଣୁ ସରକାର ଆଉ କିଛି ସାହାଯ୍ୟ କରିବାକୁ ଆମେ ସବୁବେଳେ ଅନୁରୋଧ କରୁଛୁ। ହେଲେ ଆମକୁ ଆଉ କିଛି ମିଳୁପାରୁ ନାହିଁ।”

ସ୍ୱୟମ୍ଭୁନାଥ ଖଣ୍ଡଗିରୀ ନାମକ ଜଣେ ବୁଦ୍ଧିଜୀବୀ କହିଛନ୍ତି, “ପୂର୍ଣ୍ଣମାସୀ ଓ ହରେକୃଷ୍ଣ ନିଜ କଳା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସାମାଜିକ ସଚେତନତା ନେଇ କାର୍ଯ୍ୟ କରୁଛନ୍ତି। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହେଉ ବା ସଚେତନ ଧର୍ମୀ କାର୍ଯ୍ୟକ୍ରମ ହେଉ- ସେ ସମ୍ପର୍କରେ କିଛି ଧାରଣା ପାଇଲେ ଗୀତ ଓ ନାଚ ମାଧ୍ୟମରେ ଏହାକୁ ପରିବେଷଣ କରି ଲୋକଙ୍କୁ ସଚେତନ କରୁଛନ୍ତି। ତେବେ ସେମାନଙ୍କୁ ଟିକେ ପ୍ରୋତ୍ସାହନ ଦିଆଯିବା ଉଚିତ୍। ତା’ହେଲେ ସେମାନେ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା ସହ ସମାଜର ପରିବର୍ତ୍ତନରେ ସହାୟକ ହେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story