ମରାମତି କଥା ପାସୋରି ଦେଇଛି ପ୍ରଶାସନ: ରାସ୍ତା ପାଲଟିଛି ମରଣଯନ୍ତା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍‌ର ଲଲେଇରୁ ଟାଙ୍କଯୋଡ଼ାକୁ ସଂଯୋଗ କରୁଛି ଚାରି କିଲୋମିଟରର ଏକ ଅଣଓସାରିଆ ମାଟି ରାସ୍ତା। ତେବେ ରାସ୍ତାଟିର ଅବସ୍ଥା ଏକ ଏକଦମ୍ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ଚାରୋଟି ପଞ୍ଚାୟତର ଲୋକେ ନିର୍ଭର କରୁଥିଲେ ହେଁ ରାସ୍ତାରେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡ଼ୁଛି । ବରଂ ପ୍ରାୟ ନିୟମିତ ଘଟୁଥିବା ଦୁର୍ଘଟଣାକୁ ବିଚାରକୁ ନେଲେ, ରାସ୍ତାଟି ଏକ ପ୍ରକାର ମରଣଯନ୍ତା ପାଲଟି ଯାଇଛି ବୋଲି […]

road000

road000

Tapaswini Nayak
  • Published: Friday, 06 March 2020
  • Updated: 06 March 2020, 04:36 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ୍‌ର ଲଲେଇରୁ ଟାଙ୍କଯୋଡ଼ାକୁ ସଂଯୋଗ କରୁଛି ଚାରି କିଲୋମିଟରର ଏକ ଅଣଓସାରିଆ ମାଟି ରାସ୍ତା। ତେବେ ରାସ୍ତାଟିର ଅବସ୍ଥା ଏକ ଏକଦମ୍ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ଚାରୋଟି ପଞ୍ଚାୟତର ଲୋକେ ନିର୍ଭର କରୁଥିଲେ ହେଁ ରାସ୍ତାରେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡ଼ୁଛି । ବରଂ ପ୍ରାୟ ନିୟମିତ ଘଟୁଥିବା ଦୁର୍ଘଟଣାକୁ ବିଚାରକୁ ନେଲେ, ରାସ୍ତାଟି ଏକ ପ୍ରକାର ମରଣଯନ୍ତା ପାଲଟି ଯାଇଛି ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବନାହିଁ।

ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ଏହି ମାଟି ରାସ୍ତାଟି ବଡ଼ ବଡ଼ ଖାଲରେ ଭର୍ତ୍ତି ହୋଇଯାଇଛି। ଫଳରେ ସାଇକେଲ୍ ଓ ବାଇକରେ ଯିବା ଆସିବା କରିବାରେ ବହୁତ ଅସୁବିଧା ହୋଇଥାଏ। ଏହି କାରଣରୁ ଅନେକ ସମୟରେ ଏହି ରାସ୍ତାରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ରାସ୍ତାଟି ଅଣଓସାରିଆ ହୋଇଥିବାରୁ ଏଥିରେ ଚାରି ଚକିଆ ଗାଡ଼ି କି ଆମ୍ବୁଲାନ୍ସ ଯାଇପାରେ ନାହିଁ। ତେଣୁ ରାସ୍ତା ଉପରେ ନିର୍ଭର କରୁଥିବା ଚାରୋଟି ପଞ୍ଚାୟତର ରୋଗୀ ଓ ଗର୍ଭବତୀମାନଙ୍କୁ ଡାକ୍ତରଖାନା ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ରାସ୍ତା ଦେଇ ପିଲାମାନେ ପ୍ରତିଦିନ ସ୍କୁଲ ଯାଇଥାନ୍ତି। କିନ୍ତୁ ରାସ୍ତା ଖରାପ ଯୋଗୁ ପିଲାମାନେ ଏଠାରେ ପଡ଼ି ଖଣ୍ଡିଆ ଖାବରା ହୋଇଥାନ୍ତି।

ଅନ୍ୟ ଦିନଗୁଡ଼ିକ ଅପେକ୍ଷା ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡ଼ିଥାଏ। ରାସ୍ତାଟି ପାଣି, କାଦୁଅରେ ଭର୍ତ୍ତି ହୋଇଯାଏ। ଲୋକେମାନେ ଯିବା ଆସିବା କରିବାରେ ଅସୁବିଧା ହୋଇଥାଏ। ତେବେ ରାସ୍ତାଟିକୁ ପକ୍କା କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। କୁହାଯାଉଛି, କାହିଁକି କେଜାଣି ରାସ୍ତା ମରାମତି କଥା ଯେପରି ସ୍ଥାନୀୟ ପ୍ରଶାସନ ପାସୋରି ଦେଇଛି।

ଟାଙ୍କ ଯୋଡା ଗ୍ରାମବାସୀ ଜୟ ଶଙ୍କର ଷଡଙ୍ଗୀ କହିଛନ୍ତି,“ ଏହି ରାସ୍ତାରେ ୨୦ ବର୍ଷ ତଳେ ମୋରମ ପଡ଼ିଥିଲା। ଏବେ ସେ ସବୁ ଧୋଇଲାଣି। ରାସ୍ତା ଖରାପ ଯୋଗୁ ଯିବା ଆସିବାରେ ବହୁତ ଅସୁବିଧା ହେଉଛି। ବର୍ଷାଦିନେ ମଧ୍ୟ ପିଲାମାନେ ସ୍କୁଲ,କଲେଜ ଯିବାରେ ଅସୁବିଧା ହେଉଛି। ଏହି ରାସ୍ତାରେ ରୋଗୀମାନଙ୍କୁ ମେଡିକାଲ ନେବାକୁ ଭୟ ଲାଗୁଛି। ଭୋଟ ସମୟରେ ରାସ୍ତା ମରାମତି କରିବା ପାଇଁ ସମସ୍ତେ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଭୋଟ୍ ସରିଗଲେ କେହି କିଛି ବି କରୁ ନାହାନ୍ତି। ଆମେ ରାସ୍ତା ମରାମତି ପାଇଁ ସରପଞ୍ଚ, ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛୁ। ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରୁ ନାହିଁ।”

ବଣାଇର ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ଞାନ୍ ରଞ୍ଜନ ନାୟକ କହିଛନ୍ତି,“ ଏହି ରାସ୍ତାଟି ଆର୍‌ଡି ବିଭାଗ ଅଧୀନରେ ଆସୁଛି। ଆର୍‌ଡି ବିଭାଗ ଆମକୁ ହସ୍ତାନ୍ତର କଲେ ଆମେ ରାସ୍ତାର ମରାମତି କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story