ବିଦେଶ ଯାଉଛନ୍ତି ତ ଭୁଲନ୍ତୁନି ଦେଖିବାକୁ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ
ସମୁଦ୍ର କୂଳରେ ସମୟ ବିତାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଖାସ୍ କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟୋସ୍ତ ଦେଖିବାର ସୁଯୋଗ କେହି ହାତଛଡା କରିବେ ନାହିଁ। କେବେ ଶୁଣିଛନ୍ତି ସମୁଦ୍ରର ପାଣିରୁ ନୀଳ ରଙ୍ଗର କିରଣ ବାହାରିବା, ଅଥବା ହଜାର ଫୁଟ ଉପରେ ବାଦଳକୁ ଚିରି ଉଦୟ ହେଉଥିବା ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଦେଖିବା। ଏପରି କିଛି ମନୋରମ ସ୍ଥାନ ଏ ଦୁନିଆରେ ଅଛି, ଯେଉଁଠି ଆପଣ ପ୍ରକୃତିର ମଜା ନେଇ ପାରିବେ। ଆସନ୍ତୁ ଜାଣିବା ଏମିତି କିଛି ସ୍ଥାନ ବିଷୟରେ।
ମସ୍କିଟୋ ବୋ: ପୁର୍ଟୋ ରିକୋରେ ରହିଛି ମସ୍କିଟୋ ବୋ। ଯେଉଁଠି ପାଣିରେ ଦେଖିବାକୁ ମିଳିଥାଏ ନୀଳ ରଙ୍ଗର କିରଣ। ଏହାକୁ ବାୟୋଲୁମିନେଷ୍ଟିଂ ପ୍ଲେନକୋଟ କୁହାଯାଇଥାଏ। ପୁର୍ଟୋ ରିକୋରେ ଏପରି ବହୁତ ସ୍ଥାନ ଅଛି। ହେଲେ ମସ୍କିଟୋ ବୋକୁ ୨୦୦୮ରେ ଗ୍ରିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିଥିଲା।
ଗ୍ଲୋ ୱାର୍ମ କେବ: ନ୍ୟୁଜିଲାଣ୍ଡର ୱାଇଟୋମୋରେ ରହିଛି ଏହି ଆକର୍ଷଣୀୟ ଗୁମ୍ଫା। ଏହା ୧୫୦ ଫୁଟ ମାଟି ତଳେ ରହିଛି। ଗୁମ୍ଫାର ଛାତରେ ଆପଣଙ୍କୁ ଆକାଶରେ ଚମକିବା ଭଳି ତାରା ଦେଖିବାକୁ ମିଳିବେ। ଏଠାରେ ବହୁ ପ୍ରଜାତିର ଜୀବ ବାସ କରନ୍ତି। ଏହି ଜୀବଙ୍କ ଶରୀରର ଉର୍ଜାରୁ ଏହା ଚମକି ଥାଏ।