ଲୋକଙ୍କୁ ମିଳୁନି ପାଣି; ସରପଞ୍ଚଙ୍କ ବାଡ଼ିରେ ସରକାରୀ ନଳକୂପ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଗାଁରେ ନାହିଁ ଆବଶ୍ୟକ ମୁତାବକ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଖୁବ୍‌ ହଇରାଣ ହେଉଛନ୍ତି । ହେଲେ ଲୋକଙ୍କ ଦୁଃଖ ବୁଝିବାକୁ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କର ଏଥିରୁ କିଛି ଫରକ ପଡ଼ୁଥିବାର ଅନୁଭବ ହେଉନାହିଁ। କାରଣ ଏପରି ସ୍ଥିତିରେ ସରପଞ୍ଚଙ୍କ ଘର ଆଗରେ ଅଛି ନଳକୂପ, ଆଉ ବାଡ଼ି ପଟେ ବି ତିଆରି ହୋଇଛି ନଳକୂପ। ଏହି ଜାଗା ସରପଞ୍ଚଙ୍କ ବାପାଙ୍କ ନାମରେ ଥିବା ବେଳେ ଏଥିନିମନ୍ତେ ସରକାରୀ ରାଜକୋଷରୁ ଖର୍ଚ୍ଚ ହୋଇଛି […]

kendrapada-2-1

kendrapada-2-1

Niharika Rout
  • Published: Tuesday, 26 November 2019
  • Updated: 26 November 2019, 11:16 AM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଗାଁରେ ନାହିଁ ଆବଶ୍ୟକ ମୁତାବକ ନଳକୂପ। ପାନୀୟ ଜଳ ପାଇଁ ଲୋକେ ଖୁବ୍‌ ହଇରାଣ ହେଉଛନ୍ତି । ହେଲେ ଲୋକଙ୍କ ଦୁଃଖ ବୁଝିବାକୁ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କର ଏଥିରୁ କିଛି ଫରକ ପଡ଼ୁଥିବାର ଅନୁଭବ ହେଉନାହିଁ। କାରଣ ଏପରି ସ୍ଥିତିରେ ସରପଞ୍ଚଙ୍କ ଘର ଆଗରେ ଅଛି ନଳକୂପ, ଆଉ ବାଡ଼ି ପଟେ ବି ତିଆରି ହୋଇଛି ନଳକୂପ। ଏହି ଜାଗା ସରପଞ୍ଚଙ୍କ ବାପାଙ୍କ ନାମରେ ଥିବା ବେଳେ ଏଥିନିମନ୍ତେ ସରକାରୀ ରାଜକୋଷରୁ ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା।

ଏ ସମ୍ପର୍କରେ ଗ୍ରାମବାସୀ ଅଭିଯୋଗ କରିବା ପରେ ଏହାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି।  କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଷ ବ୍ଲକର ନହଙ୍ଗ ଗ୍ରାମପଞ୍ଚାୟତର ମାଣିପୁର ଗାଁରେ ଏପରି ଅନିୟମିତତା ସାମ୍ନାକୁ ଆସିବା ପରେ ଆଜି ଏଥିରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ସରୋଜ ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ସରପଞ୍ଚ ଉମାକାନ୍ତ ନାୟକଙ୍କ ନାମରେ ମାମଲା ରୁଜୁ ହୋଇ ସାରିଥିବା ବେଳେ  ସେ ଫେରାର ଥିବା ଜଣାଯାଇଛି।

ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନଳକୂପ ଖନନ କରୁଛନ୍ତି ସରକାର । କିନ୍ତୁ ତାହା ସାମୁହିକ ସ୍ୱାର୍ଥରେ ବିନିଯୋଗ ନ ହୋଇ ବ୍ୟକ୍ତିଗତ ଭାବେ ବ୍ୟବହାର ହେବାରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। କାହାର ବ୍ୟକ୍ତିଗତ ସ୍ଥାନରେ ନଳକୂପ ଖନନ ହେବ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଛି । ହେଲେ ମାଣିପୁର ଗାଁରେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ।

ମାଣିପୁର ସରପଞ୍ଚଙ୍କ ଘର ସମ୍ମୁଖରେ ପ୍ରାୟ ୨ ବର୍ଷ ପୂର୍ବେ ସରକାରୀ ଜାଗାରେ ନିର୍ମିତ ହୋଇଥିଲା ନଳକୂପ। ଏହାକୁ ତାଙ୍କ ପରିବାର ଲୋକେ ବ୍ୟବହାର କରୁଥିଲେ। ଏହାସତ୍ତ୍ୱେ କ୍ଷମତାର ଅପବ୍ୟବହାର କରି ପ୍ରାୟ ୪ ମାସ ପୂର୍ବେ ସରପଞ୍ଚ  ନିଜ ବ୍ୟକ୍ତିଗତ ଜାଗାରେ ବଡ଼ିପଟେ ଖୋଳାଛନ୍ତି ନଳକୂପ ।  ଜନପ୍ରତିନିଧୀ ହୋଇ ସରପଞ୍ଚ ସରକାରୀ ଯୋଜନାର ଫାଇଦା ଉଠାଇଥିବା ଅଭିଯୋଗ ହୋଇଆସୁଛି।

ଏ ସମ୍ପର୍କରେ ସରପଞ୍ଚଙ୍କ ସ୍ତ୍ରୀ କହିଛନ୍ତି, ଲୋକଙ୍କ ସହମତି ଭିତ୍ତିରେ ନଳକୂପ ଖୋଳା ଯାଇଛି। ଏହି ଜାଗା ଶ୍ୱଶୁରଙ୍କ ନାଁରେ ରହିଛି।   ପଡୋଶୀମାନେ ପାଣି ପାଇଁ ହଇରାଣ ହେଉଥିବାରୁ ଏହି ଜାଗାରେ ନଳକୂପ କରିବା ଲାଗି ଶ୍ୱଶୁର ଅନୁମତି ଦେଇଥିଲେ । ପାଣି ଦାନ ନ କରି ଆମେ ବନ୍ଦ କାହିଁକି କରିବୁ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି,  ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏଫଆଇଆର୍‌ କରାଯାଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story