ପିଲା ଅଛନ୍ତି, ଶିକ୍ଷକ ଅଛନ୍ତି, କିନ୍ତୁ ଶ୍ରେଣୀ ଗୃହ ନାହିଁ

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ ଖଲାଡ଼ି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଏଥିପାଇଁ ୩ ଜଣ ଶିକ୍ଷକ ଅଛନ୍ତି। ହେଲେ ପିଲାମାନେ ବସି ପାଠପଢ଼ିବା ପାଇଁ ଶ୍ରେଣୀ ଗୃହ ନାହିଁ। ସ୍କୁଲ୍‌ର ଯେଉଁ ଦୁଇଟି ଶ୍ରେଣୀ ଗୃହ ଥିଲା, ସେଗୁଡ଼ିକ ଭାଙ୍ଗିରୁଜି ପଡ଼ିଛି। ୨୦୧୦ରୁ ସେଗୁଡ଼ିକୁ ଭାଙ୍ଗିରୁଜି ପଡ଼ିଥିବା ବେଳେ ପିଲାମାନେ ଅଫିସ୍‌ ରୁମ୍‌ରେ ବସି ପାଠ ପଢ଼ୁଛନ୍ତି। ଆଉ ବାରଣ୍ଡାରା ଚାଲୁଛି ଅଫିସ୍। […]

school

school

Jyoshna Pradhan
  • Published: Monday, 02 December 2019
  • Updated: 02 December 2019, 02:49 PM IST

Sports

Latest News

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍‌ ଖଲାଡ଼ି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୦ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଏଥିପାଇଁ ୩ ଜଣ ଶିକ୍ଷକ ଅଛନ୍ତି। ହେଲେ ପିଲାମାନେ ବସି ପାଠପଢ଼ିବା ପାଇଁ ଶ୍ରେଣୀ ଗୃହ ନାହିଁ। ସ୍କୁଲ୍‌ର ଯେଉଁ ଦୁଇଟି ଶ୍ରେଣୀ ଗୃହ ଥିଲା, ସେଗୁଡ଼ିକ ଭାଙ୍ଗିରୁଜି ପଡ଼ିଛି। ୨୦୧୦ରୁ ସେଗୁଡ଼ିକୁ ଭାଙ୍ଗିରୁଜି ପଡ଼ିଥିବା ବେଳେ ପିଲାମାନେ ଅଫିସ୍‌ ରୁମ୍‌ରେ ବସି ପାଠ ପଢ଼ୁଛନ୍ତି। ଆଉ ବାରଣ୍ଡାରା ଚାଲୁଛି ଅଫିସ୍।

ଗୋଟିଏ ରୁମ୍‌ରେ ବିଭିନ୍ନ ଶ୍ରେଣୀର ୫୦ ପିଲାଙ୍କୁ ତିନି ଜଣ ଶିକ୍ଷକ କେମିତି ଅବସ୍ଥାରେ ପାଠ ପଢ଼ାଉଥିବା, ତାହା ବେଶ୍ ଭଲ ଭାବେ ଅନୁମାନ କରି ହେଉଛି।  କେବଳ ଏତିକିରେ ସ୍କୁଲର ସମସ୍ୟା ସରି ନାହିଁ। ଛାତ୍ରଛାତ୍ରୀମାନେ ମଧ୍ୟାହ୍ଣ ଭୋଜନ ବସି ଖାଇବାକୁ ମଧ୍ୟ ଜାଗା ନାହିଁ। ଖୋଲା ଆକାଶ ତଳେ ବସି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି। ଆଉ ଯେଉଁଠି ଛାତ୍ରଛାତ୍ରୀମାନେ ବସି ଖାଉଛନ୍ତି, ତାହା ହେଉଛି କୁକୁର, ଘୁଷୁରି ଓ କୁକୁଡ଼ାଙ୍କ ଚରାଭୂଇଁ।

ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଗିରିଶ ପାତ୍ର କହିଛନ୍ତି, “ଶ୍ରେଣୀ ଗୃହ ନଥିବାରୁ ଠିକ୍ ଭାବେ ପାଠ ପଢ଼ା ହୋଇପାରୁ ନାହିଁ। ଜଣେ ଶିକ୍ଷକ ପଢ଼ାଇ ସାରିବା ପରେ ଆଉ ଜଣେ ଶିକ୍ଷକ ପଢ଼ାଉଛନ୍ତି। ଏ ପ୍ରକାର ସମସ୍ୟା ନେଇ ବିଇଓ ଓ ଡିଇଓ ଜଣାଇଛୁ। ହେଲେ କିଛି ବ୍ୟବସ୍ଥା କରାଯାଇ ନାହିଁ।”

ନାରାୟଣ ସିଂ ନାମକ ଜଣେ ଅଭିଭାବକ କହିଛନ୍ତି, “ସ୍କୁଲ ଘର ଭାଙ୍ଗି ଯାଇଛି। ସରକାର ନୂଆ ଘର ତିଆରି କରୁ ନାହାନ୍ତି। ଗୋଟିଏ ଶ୍ରେଣୀ ଗୃହରେ ବସି ଛାତ୍ରଛାତ୍ରୀମାନେ ପାଠ ପଢ଼ୁଥିବାରୁ ଭଲ ଭାବେ ପାଠପଢ଼ା ହୋଇ ପାରୁନାହିଁ।”

ସେହିପରି  ଉଦଳା ବ୍ଲକ୍‌ରେ ଥିବା ଚନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ରହିଛି। ହେଲେ ଦୁଇଟି ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ୨୦୧୦ ମସିହାରେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲା। ଏହା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ୯ ବର୍ଷ ପରେ ବି ଶ୍ରେଣୀ ଗୃହ ନିର୍ମାଣ କାର୍ଯ୍ୟ ସରିପାରିନି। ଫଳରେ ବର୍ଷ ବର୍ଷ ଧରି ପିଲାଙ୍କର ପାଠପଢ଼ାରେ ଅସୁବିଧା ହେଉଛି।

ଶ୍ରୀକୃଷ୍ଣ ବେହେରା ନାମକ ଜଣେ ଛାତ୍ର କହିଛନ୍ତି ଯେ ଆମ ସ୍କୁଲ୍‌ରେ ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ପାଠ ପଢ଼ିବାରେ ଭାରି ଅସୁବିଧା ହେଉଛି।

ଶିକ୍ଷକ ସଚିନ୍ଦ୍ର ନାଥ ହେମ୍ରମ୍‌ କହିଛନ୍ତି, “ଗୋଟିଏ କଠୋରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ବସନ୍ତି। ଆଉ ଗୋଟିଏ କଠୋରୀରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବସି ପାଠ ପଢ଼ନ୍ତି। ତେଣୁ ପାଠ ପଢ଼ିବାରେ ଅସୁବିଧା ହେଉଛି। ନୂଆ ଶ୍ରେଣୀ ଗୃହ କାମ ଶୀଘ୍ର କରାଗଲେ ପିଲାମାନେ ସୁବିଧାରେ ପାଠ ପଢ଼ି ପାରନ୍ତେ।”

ଉଦଳା ବିଇଓ ସୁଧାକର ବେହେରା କହିଛନ୍ତି, “ଏହି ଦୁଇ ସ୍କୁଲର ସମସ୍ୟା ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ହେଲେ ବର୍ତ୍ତମାନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପଇସା ଆସୁନାହିଁ। ପଞ୍ଚାୟତକୁ ପଇସା ଯାଉଛି। ତେଣୁ ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟମରେ ଯାହା ହୋଇ ପାରିବ।”

ଶିକ୍ଷାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଉଚିତ୍ ଭିତ୍ତିଭୂମି ଯୋଗାଇ ଦେବାରେ ବର୍ଷ ବର୍ଷ ଧରି ଏଭଳି ସ୍ଥାଣୁତା ପ୍ରଶାସନିକ ଉଦାସୀତନା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବର ଫଳ ବୋଲି କହିଲେ ଭୁଲ୍ ହେବ ନାହିଁ। ଏ ଦୁଇଟି ସ୍କୁଲ୍ ଆଉ କେତେ ବର୍ଷ ପରେ ଏକ ଉପଯୁକ୍ତ ଭିତ୍ତିଭୂମି ପାଇପାରିବେ, ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story