ଉଚ୍ଚ ଶିକ୍ଷିତ ଉପେନ୍ଦ୍ରଙ୍କ ଚାଷ ନିଶା, ବାଡ଼ିରେ ଫଳେଇଛନ୍ତି ଥାଇ କଶ୍ମୀର ରେଡ୍‌ ବେରୀ

ବାସୁଦେବପୁର(କିରୀଟି ଦାସ): କେତେବେଳେ ବଜାର ଦର ତ ଆଉ କେତେବେଳେ ସରକାରଙ୍କ ଉଦାସୀନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ। ହେଲେ ଅଧ୍ୟାପକ ହେବାର ନିଶା ଛାଡ଼ି ଚାଷ ମୋହର ପଡ଼ିଛନ୍ତି ଉପେନ୍ଦ୍ର ବିଶ୍ୱାଳ। ନିଜ ବାଡ଼ିରେ ଥାଇ କଶ୍ମୀର ରେଡ୍‌ ବେରୀ (ଏକ ପ୍ରକାର ବର କୋଳି) ଫଳାଇ ଚର୍ଚ୍ଚାକୁ ଆସିଛନ୍ତି। ଉପେନ୍ଦ୍ରଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଆରୁହା ପଞ୍ଚାୟତ ତୁଳମତୁଳା ଗାଁରେ। ୧୯୯୭ ମସିହାରେ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ […]

Red Berry

Red Berry

Tapaswini Nayak
  • Published: Tuesday, 04 January 2022
  • Updated: 04 January 2022, 09:55 AM IST

Sports

Latest News

ବାସୁଦେବପୁର(କିରୀଟି ଦାସ): କେତେବେଳେ ବଜାର ଦର ତ ଆଉ କେତେବେଳେ ସରକାରଙ୍କ ଉଦାସୀନତା ପାଇଁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ। ହେଲେ ଅଧ୍ୟାପକ ହେବାର ନିଶା ଛାଡ଼ି ଚାଷ ମୋହର ପଡ଼ିଛନ୍ତି ଉପେନ୍ଦ୍ର ବିଶ୍ୱାଳ। ନିଜ ବାଡ଼ିରେ ଥାଇ କଶ୍ମୀର ରେଡ୍‌ ବେରୀ (ଏକ ପ୍ରକାର ବର କୋଳି) ଫଳାଇ ଚର୍ଚ୍ଚାକୁ ଆସିଛନ୍ତି। ଉପେନ୍ଦ୍ରଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଆରୁହା ପଞ୍ଚାୟତ ତୁଳମତୁଳା ଗାଁରେ।

୧୯୯୭ ମସିହାରେ ଇତିହାସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଉପେନ୍ଦ୍ର। ଅଧ୍ୟାପକ ହେବା ପାଇଁ ସୁଯୋଗ ମଧ୍ୟ ପାଇଥିଲେ। ହେଲେ  ଅଧ୍ୟାପକ ଚାକିରି ପାଇଁ ଲାଞ୍ଚ ମଗା ଯିବାରୁ ସ୍ୱାଭିମାନୀ ଉପେନ୍ଦ୍ର ଚାକି଼ରି ମୋହ ଛାଡ଼ି ଘରକୁ ଫେରି ଆସିଥିଲେ। ଘରେ କିଛିଦିନ ବସିବା ପରେ ନିଜେ ସ୍ୱାଧୀନ ଭାବେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସରକାରୀ ପୋଖରୀକୁ ଲିଜ୍ ସୁତ୍ରରେ ନେଇ ମାଛ ଚାଷ ଆରମ୍ଭ କରିଥିଲେ। ୨୦୦୫ ମସିହାରେ ସ୍ଥାନୀୟ ଏକ ଟ୍ରଷ୍ଟ ଅଧୀନରେ ଥିବା ୭ ଏକର ଜମିକୁ ଲିଜ୍‌ରେ ନେଇଥିଲେ। ଆଉ ଏହି ଜମିରେ ମାଛ, ପନିପରିବା ଓ ହଳଦୀ ଚାଷ ସହିତ କୁକୁଡ଼ା ଓ ଗୋପାଳ ଆରମ୍ଭ କରିଥିଲେ। ଏଥରୁ ଭଲ ଲାଭ ପାଇବା ସହ ଆଉ କିଛି ନୂଆ ଚାଷ କରିବାର ଯୋଜନା କରିଥିଲେ।

[caption id="attachment_702608" align="aligncenter" width="650"]THAI_ ଉପେନ୍ଦ୍ର ବାଡ଼ିରୁ ତୋଳୁଛନ୍ତି ଥାଇ କାଶ୍ମୀର ରେଡ ବେରୀ[/caption]

ଦିନେ ଉପେନ୍ଦ୍ରଙ୍କ ସ୍ତ୍ରୀ ପ୍ରଜ୍ଞା ଫେସବୁକରୁ ଥାଇ କଶ୍ମୀର ରେଡ ବେରୀ ଚାଷ ସଂପର୍କିତ ଏକ ରିପୋର୍ଟ ଦେଖିଥିଲେ। ଆଉ ଏ ସମ୍ପର୍କରେ ସେ ସ୍ୱାମୀ ଉପେନ୍ଦ୍ରଙ୍କୁ କହିଥିଲେ। ଏହାପରେ ଉଭୟେ ସ୍ୱାମୀସ୍ତ୍ରୀ ମିଳିତ ଭାବେ ଏହି ନିଆରା କୋଳିକୁ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ସମ୍ପର୍କରେ ୟୁଟ୍ୟୁବରୁ ସେମାନେ ଆହୁରି ଅଧିକ ତଥ୍ୟ ଯୋଗାଡ଼ କରିଥିଲେ। ଏହା ପରେ କୋଲକାତାକୁ ଯାଇ ୪ଟି କିସମର ୨୦୦ ଚାରା ସଂଗ୍ରହ କରିଥିଲେ ଓ ନିଜ କ୍ଷେତରେ ଲଗାଇଥିଲେ।

ଗତ ଏପ୍ରିଲ ୨୨ ତାରିଖରେ ନିଜ ବଗିଚାରେ ସେମାନେ ଚାରା ଲଗାଇଥିଲେ। ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଚାଷ କରିଥିଲେ। ଏହି ଗଛରେ ଜୁଲାଇରେ ଫୁଲ ଆସିଥିଲା। ଆଉ ଏବେ ସବୁ ଗଛରେ ଫଳ  ଭର୍ତ୍ତି ହୋଇଯାଇଛି। ଥାକ ଥାକ ହୋଇ ଥାଇ କଶ୍ମୀର ରେଡ ବେରୀ ଓହଳିଛି।

[caption id="attachment_702607" align="aligncenter" width="650"]THAI_BERRY ଥାଇ କାଶ୍ମୀର ରେଡ ବେରୀ[/caption]

ଏହି ସୁଆଦିଆ କୋଳିର ବଜାର ଚାହିଦା ମଧ୍ୟ ରହିଛି। ଏହା କିଲୋ ପ୍ରତି ୧୦୦ଟଙ୍କାରେ ବିକ୍ରି ହେଉଥିବା ଉପେନ୍ଦ୍ର କହିଛନ୍ତି। ଏହି କୋଳି ଚାଷ ଦେଖିବାକୁ ଉପେନ୍ଦ୍ରଙ୍କ ଫାର୍ମରେ ଲୋକଙ୍କ ଭିଡ଼ ଜମୁଛି। ଉପେନ୍ଦ୍ରଙ୍କ ଫାର୍ମରେ କିଛି ଲୋକ କାମ କରି ଆୟର ପନ୍ଥା ପାଇଛନ୍ତି।

ଉପେନ୍ଦ୍ର କହିଛନ୍ତି, ପ୍ରଥମ ଥର ପାଇଁ ଆମେ ଥାଇ କଶ୍ମୀର ରେଡ୍‌ ବେରୀର ଚରୋଟି ଭେରାଇଟ୍‌ ଲଗାଇଛୁ। ଏହାସହ କଳାଧାନ ଓ କଳା ଟମାଟୋ ଚାଷ କରିଛୁ।  ଆହୁରି କିଛି ନୂଆ ଜିନିଷ ଚାଷ କରିବାକୁ ଲକ୍ଷ୍ୟ ରଖିଛୁ। ଥାଇ କଶ୍ମୀର ରେଡ୍‌ ବେରୀ ଗଛ ୧୫ ବର୍ଷ ବଞ୍ଚିବ। ପ୍ରଥମ ବର୍ଷ ପ୍ରତି ଗଛରୁ ୨୦ କେଜି ଫଳ ଅମଳ ହେବ। ପରେ ପ୍ରତିବର୍ଷ ଏହା ଅମଳ ବଢ଼ିବ। ପ୍ରତି ଗଛରୁ ୧୦୦ କେଜି ପର୍ଯ୍ୟନ୍ତ ଫଳ ଅମଳ ହେବ।

[caption id="attachment_702606" align="aligncenter" width="650"]THAI_BERRY ଉପେନ୍ଦ୍ରଙ୍କ ବାଡ଼ିରେ ଫଳିଛି ଥାଇ କାଶ୍ମୀର ରେଡ ବେରୀ[/caption]

ସ୍ଥାନୀୟ ବାସିନ୍ଦା ଦୟାନିଧୀ ବେହେରା କହିଛନ୍ତି, ଉପେନ୍ଦ୍ରଙ୍କ ବାଡ଼ିରେ ଥାଇ କଶ୍ମୀର ରେଡ୍ ବେରୀ ହୋଇଥିବା ଆମେ ଜାଣିବାକୁ ପାଇଲୁ। ଏହି କୋଳି ଭାରି ସୁଆଦିଆ। ଆମେ ତାଙ୍କ ଠାରୁ କୋଳି କିଣୁଛୁ।
https://youtu.be/dvgYYpLLruU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story