ସିନ୍ଧିଆ ପରିବାର ବିରୋଧରେ କାହିଁକି କିଛି କହୁ ନଥିଲେ ବାଜପେୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ଗତକାଲି କଂଗ୍ରେସ ଛାଡ଼ି ଆଜି ବିଜେପିରେ ମିଶିବା ମଧ୍ୟରେ ତାଙ୍କୁ ଓ ତାଙ୍କ ପରିବାରକୁ ନେଇ ଅନେକ କଥା ଆଲୋଚନା ହେଉଛି। ତା’ଭିତରେ ରହିଛି- ତାଙ୍କ ଜେଜେ ମା’ ବିଜୟା ରାଜେ ସିନ୍ଧିଆ କଂଗ୍ରେସ ଛାଡ଼ିବା ଓ ଜନସଂଘରେ ଯୋଗ ଦେବା, ତାଙ୍କ ବାପା ଜନ ସଂଘ ଛାଡ଼ି କଂଗ୍ରେସରେ ମିଶିବା ଓ ମୁଖ୍ୟମନ୍ତ୍ରୀ ନ ହୋଇପାରିବା […]

vajpayee

vajpayee

Jitendra Garnayak
  • Published: Wednesday, 11 March 2020
  • Updated: 12 March 2020, 07:35 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ ଗତକାଲି କଂଗ୍ରେସ ଛାଡ଼ି ଆଜି ବିଜେପିରେ ମିଶିବା ମଧ୍ୟରେ ତାଙ୍କୁ ଓ ତାଙ୍କ ପରିବାରକୁ ନେଇ ଅନେକ କଥା ଆଲୋଚନା ହେଉଛି। ତା’ଭିତରେ ରହିଛି- ତାଙ୍କ ଜେଜେ ମା’ ବିଜୟା ରାଜେ ସିନ୍ଧିଆ କଂଗ୍ରେସ ଛାଡ଼ିବା ଓ ଜନସଂଘରେ ଯୋଗ ଦେବା, ତାଙ୍କ ବାପା ଜନ ସଂଘ ଛାଡ଼ି କଂଗ୍ରେସରେ ମିଶିବା ଓ ମୁଖ୍ୟମନ୍ତ୍ରୀ ନ ହୋଇପାରିବା ଇତ୍ୟାଦି ଇତ୍ୟାଦି। ଆଉ ତା’ ଭିତରେ ସିନ୍ଧିଆ ପରିବାର ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସଂପର୍କ ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି। ଏ ସଂପର୍କରେ ୨୦୧୮ ଅଗଷ୍ଟ ୧୭ ତାରିଖରେ ଅର୍ଥାତ୍ ବାଜପେୟୀଙ୍କ ପରଲୋକର ଗୋଟିଏ ଦିନ ପରେ ‘ଦ ୱିକ୍‌’ରେ ଏକ ଲେଖା ପ୍ରକାଶ ପାଇଥିଲା। ଏହାକୁ ଲେଖିଥିଲେ ବରିଷ୍ଠ ସାମ୍ବାଦିକ ଦୀପକ ତିୱାରୀ। ଆଜି ଏହାକୁ ଜଣେ ବରିଷ୍ଠ ସ୍ତମ୍ଭକାର ତଥା ଲେଖକ ତାଙ୍କ ଟ୍ୱିଟରରେ ଶେଆର୍ କରିଥିଲେ।

ଏହି ଆଲେଖ୍ୟକୁ ଶ୍ରୀ ତିୱାରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଠାରୁ ଆରମ୍ଭ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ଖବର ଆସିବା ଦିନ ସେ ଭୋପାଲ୍‌ ଠାରୁ ୯୦ କି.ମି ଦୂର ଗୈରତଗଞ୍ଜରେ ଏକ ରାଲି କରୁଥିଲେ। ଏ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଉକ୍ତ ରାଲିକୁ ଏକ ଶୋକସଭାରେ ପରିଣତ କରି ଦେଇଥିଲେ ଏବଂ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଚାଲି ଯାଇଥିଲେ। ସେଠାରେ ସେ ମୁଣ୍ଡିଆ ମାରି ଏହି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଗ୍ୱାଲିଅରରେ ଜନ୍ମିତ ବାଜପେୟୀଙ୍କର ସେଠାକାର ସିନ୍ଧିଆ ରାଜପରିବାର ସହିତ ଭଲ ସଂପର୍କ ଥିଲା। ଛୁଆ ବେଳୁ ତାଙ୍କର ଏହି ରାଜ ପରିବାର ସହ ଭଲ ସଂପର୍କ ଥିଲା। ଗ୍ୱାଲିଅରର ଶେଷ ରାଜା ଜିୱାଜି ରାଓ ବ୍ୟକ୍ତିଗତ ଭାବେ ତାଙ୍କୁ ଭାରି ପ୍ରଶଂସା କରୁଥିଲେ। ୧୯୬୭ରେ ଯେତେବେଳେ ରାଜମାତା ବିଜୟାରାଜେ ସିନ୍ଧିଆ କଂଗ୍ରେସ ଛାଡ଼ି ମଧ୍ୟ ପ୍ରଦେଶରେ ପ୍ରଥମ ଅଣ-କଂଗ୍ରେସ ସରକାର (ସଂଯୁକ୍ତ ବିଧାୟକ ଦଳ) ଗଠନ କଲେ ସେତେବେଳେ ବାଜପେୟୀ ହିଁ ତାଙ୍କୁ ବିଜେପି (ତତ୍‌କାଳୀନ ଜନସଂଘ)କୁ ଆଣିଥିଲେ। ସେତେବେଳେ ସେ ଦଳର ଜଣେ ପ୍ରମୁଖ ସଦସ୍ୟ ହୋଇଥିଲେ।

ଯଦିଓ ବାଜପେୟୀ ମଧ୍ୟ ପ୍ରଦେଶର ମୂଳବାସିନ୍ଦା ଥିଲେ ତଥାପି ସେ ଉତ୍ତର ପ୍ରଦେଶକୁ ନିଜର ରାଜନୀତିକ କ୍ଷେତ୍ର ଭାବେ ବାଛିଥିଲେ। ସେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ମାତ୍ର ଥରେ ଗ୍ୱାଲିଅରରୁ ଲୋକସଭାକୁ ଯାଇଥିଲେ। ୧୯୭୧ରେ ସେ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରେ ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହିତ ମଧ୍ୟ ପ୍ରଦେଶର ବିଦିଶା ଆସନରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନ ଜିତିବା ପରେ ସେ ବିଦିଶା ଆସନକୁ ଛାଡ଼ି ଦେଇଥିଲେ। ୧୯୮୪ ଲୋକସଭା ନିର୍ବାଚନରେ ବାଜପେୟୀ ଗ୍ୱାଲିଅର ଆସନରୁ ଲଢ଼ିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ମାଧବରାଓ ସିନ୍ଧିଆ ଗୁନା ପରିବର୍ତ୍ତେ ଏହି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବାଜପେୟୀ କେବେ ବି ସିନ୍ଧିଆ ପରିବାରର କୌଣସି ସଦସ୍ୟଙ୍କ ବିରୋଧରେ ଲଢ଼ିବାକୁ ଚାହୁଁ ନଥିଲେ। ବାଜପେୟୀ ତାଙ୍କ ପୁସ୍ତକ ‘ନା ଦୈନ୍ୟଂ ନା ପଲାୟନମ୍‌’ରେ ଲେଖିଛନ୍ତି ଯେ ତାଙ୍କୁ ଗ୍ୱାଲିଅରରେ ବ୍ୟସ୍ତ ରଖିବାକୁ ଓ ଦେଶର ଅନ୍ୟ କୌଣସି ସ୍ଥାନରେ ପ୍ରଚାର କରିବାକୁ ନ ଦେବାକୁ କିଛି ନିର୍ଦ୍ଦିଷ୍ଟ ରାଜନୀତିକ ବ୍ୟକ୍ତି ଏହି ଯୋଜନା କରିଥିଲେ।

ଏହି ନିର୍ବାଚନରେ ବାଜପେୟୀ ହାରି ଯାଇଥିଲେ। ସେ ଏମିତି ପଦୁଟିଏ ବି କହି ନଥିଲେ ଯାହା ସିନ୍ଧିଆ ପରିବାର ପ୍ରତି ଅସମ୍ମାନ ହେବ। ଲୋକେ ତାଙ୍କୁ ଏ ବିଷୟରେ ପଚାରିଥିଲେ ଯେ କାହିଁକି ସେ ଆକ୍ରମଣାତ୍ମକ ଢଙ୍ଗରେ ଏହି ନିର୍ବାଚନକୁ ଓହ୍ଲାଇଲେ ନାହିଁ। କିନ୍ତୁ ସେ କିଛି କହି ନଥିଲେ। ପରେ ତାଙ୍କ ବହିରେ ସେ ଏ କଥା ଉଲ୍ଲେଖ କରିଥିଲେ।

ବାଜପେୟୀ ଲେଖିଥିଲେ ଯେ ସିନ୍ଧିଆ ପରିବାର ସହଯୋଗର ହାତ ବଢ଼ାଇ ନଥିଲେ ସେ ଉଚ୍ଚଶିକ୍ଷା ଲାଭ କରିପାରି ନଥା’ନ୍ତେ। ହାଇସ୍କୁଲ୍‌ରେ ପାଠ ପଢ଼ିଲା ବେଳୁ ଗ୍ୱାଲିଅର ମହାରାଜ ଜିୱାଜିରାଓ ସିନ୍ଧିଆ ତାଙ୍କୁ ଜାଣିଥିଲେ। ଉଚ୍ଚଶିକ୍ଷା ପାଇଁ ଏହି ରାଜ ପରିବାର ତାଙ୍କୁ ମାସିକ ୭୫ ଟଙ୍କାର ବୃତ୍ତି ପ୍ରଦାନ କରିଥିଲା। ଏହି ବୃତ୍ତି ସହାୟତାରେ ବାଜପେୟୀ ଆଇନ ଶିକ୍ଷା ଶେଷ କରିଥିଲେ।

ବାଜପେୟୀ ସବୁବେଳେ ସିନ୍ଧିଆ ପରିବାରର ସହଯୋଗକୁ ସ୍ୱୀକାର କରିଥିଲେ। ଯେତେବେଳେ ମାଧବରାଓ ସିନ୍ଧିଆ ଓ ତାଙ୍କ ମା’ଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ସଂପର୍କରେ ତିକ୍ତତା ଦେଖାଯାଇଥିଲା, ବାଜପେୟୀ ସେଥିରେ ହସ୍ତକ୍ଷେପ କରି ନଥିଲେ। ୧୯୮୪ ନିର୍ବାଚନକୁ ଛାଡ଼ି ଦେଲେ କେବେ ବି ସେ ସିନ୍ଧିଆ ପରିବାରର ସହିତ ମୁହାଁମୁହିଁ ସ୍ଥିତିର ସମ୍ମୁଖୀନ ହୋଇ ନଥିଲେ। ବିମାନ ଦୁର୍ଘଟଣାରେ ମାଧବରାଓଙ୍କ ମୃତ୍ୟୁ ଘଟିବା ପରେ ବାଜପେୟୀ ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଗ୍ୱାଲିଅର ଯାଇଥିଲେ।

୨୦୧୮ ଅଗଷ୍ଟ ୧୬ରେ ବାଜପେୟୀଙ୍କ ପରଲୋକ ପରେ ଆଉ ଜଣେ ବରିଷ୍ଠ ସାମ୍ବାଦିକ ରାକେଶ ପାଠକ ‘ଦ ଇକୋନୋମିକ୍ ଟାଇମ୍ସ’କୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ ଯେ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପରାମର୍ଶକ୍ରମେ ମାଧବରାଓ ସିନ୍ଧିଆ ଗ୍ୱାଲିଅରରୁ ବାଜପେୟୀଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ। ଶେଷ ମୁହୂର୍ତ୍ତରେ ସିନ୍ଧିଆ ପ୍ରାର୍ଥୀ ହେବାରୁ ବାଜପେୟୀ ଭିଣ୍ଡ୍‌ ଆସନରୁ ପ୍ରାର୍ଥୀ ହେବାକୁ ଚାହିଁଥିଲେ। ସେ କାର୍‌ରେ ସେଠାକୁ ଯାତ୍ରା ମଧ୍ୟ କରିଥିଲେ। କିନ୍ତୁ ଠିକ୍ ସମୟ ମଧ୍ୟରେ ପହଞ୍ଚି ପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story