ମାଟି ତଳେ ଗାଁ: ଆଈମା’ର କାହାଣୀ ନୁହେଁ ଅଷ୍ଟ୍ରେଲିଆର ସତ

ମେଲବୋର୍ଣ୍ଣ: ଆପଣ ଅଣ୍ଡରଗ୍ରାଉଣ୍ଡ ଘର ସମ୍ପର୍କରେ ଶୁଣିଥିବେ ନିଶ୍ଚୟ। ଯଦି କେହି ଅଣ୍ଡରଗ୍ରାଉଣ୍ଡ ଗାଁ ସମ୍ପର୍କରେ କହେ ଆପଣଙ୍କ ପ୍ରତିକ୍ରିୟା କଣ ରହିବ? ସାଧାରଣତଃ ଆପଣ ଏହା ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ।  ଆଜି ଆମେ ଯେଉଁ ଗାଁ ସମ୍ପର୍କରେ କହିବାକୁ ଯାଉଛୁ ଏହି ଗାଁ ମାଟିତଳେ ରହିଛି। ଦକ୍ଷିଣ ଅଷ୍ଟ୍ରେଲିଆର କୁବର ପେଡ଼ିରେ ମାଟି ଭିତରେ ଗଢ଼ି ଉଠିଛି ଜନବସତି । ଏକ ଗଣମାଧ୍ୟମର ଖବର ଅନୁସାରେ ଏଠାକାର ୬୦ ପ୍ରତିଶତ ଲୋକ ଅଣ୍ଡରଗ୍ରାଉଣ୍ଡ ଘରେ […]

underground-village

underground-village

Rakesh Mallick
  • Published: Friday, 28 April 2017
  • Updated: 28 April 2017, 02:32 PM IST

Sports

Latest News

ମେଲବୋର୍ଣ୍ଣ: ଆପଣ ଅଣ୍ଡରଗ୍ରାଉଣ୍ଡ ଘର ସମ୍ପର୍କରେ ଶୁଣିଥିବେ ନିଶ୍ଚୟ। ଯଦି କେହି ଅଣ୍ଡରଗ୍ରାଉଣ୍ଡ ଗାଁ ସମ୍ପର୍କରେ କହେ ଆପଣଙ୍କ ପ୍ରତିକ୍ରିୟା କଣ ରହିବ? ସାଧାରଣତଃ ଆପଣ ଏହା ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ।  ଆଜି ଆମେ ଯେଉଁ ଗାଁ ସମ୍ପର୍କରେ କହିବାକୁ ଯାଉଛୁ ଏହି ଗାଁ ମାଟିତଳେ ରହିଛି। ଦକ୍ଷିଣ ଅଷ୍ଟ୍ରେଲିଆର କୁବର ପେଡ଼ିରେ ମାଟି ଭିତରେ ଗଢ଼ି ଉଠିଛି ଜନବସତି ।

underground ଏକ ଗଣମାଧ୍ୟମର ଖବର ଅନୁସାରେ ଏଠାକାର ୬୦ ପ୍ରତିଶତ ଲୋକ ଅଣ୍ଡରଗ୍ରାଉଣ୍ଡ ଘରେ ବସବାସ କରନ୍ତି।  ଏହି ଘରେ  ବିଭିନ୍ନ ପ୍ରକାର ସୌଖିନ ଜିନିଷ ରହିଛି। ମାଟିତଳେ ପ୍ରାୟ ୧୫୦୦ ପରିବାରର ୩,୫୦୦ରୁ ଅଧିକ ଲୋକ ରହୁଛନ୍ତି। ଏହି ଘରଗୁଡ଼ିକୁ ଡଗ୍‌ ଆଉଟସ୍‌ କୁହାଯାଉଛି।  ଖରାଦିନେ ଏଠି ଏସି କି ଶୀତ ଦିନେ ରୁମ୍‌ ହିଟର୍‌ ଦରକାର ନାହିଁ। ଏହି ଅଣ୍ଡରଗ୍ରାଉଣ୍ଡ ଗାଁରେ ବିଭିନ୍ନ ହଲିଉଡ୍‌ ଫିଲ୍ମର ସୁଟିଂ ମଧ୍ୟ ହେଉଛି। ଏବେ ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos