ନିଷିଦ୍ଧ ସଂପର୍କ...ଯେଉଁଠି ଶ୍ୱଶୁର ଦେଉଛି ବୋହୂ ମଥାରେ ସିନ୍ଦୁର

କୁହାଯାଏ ପ୍ରେମ ହେଉଛି ଅନ୍ଧ। ଉଚ୍ଚ, ନୀଚ୍ଚ, ବୟସ, ସର୍ମ୍ପକ ସବୁକିଛି ହାର ମାନିଥାଏ ପ୍ରେମ ଆଗରେ। ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ ସାରା ଦୁନିଆକୁ ପର କରି ଦିଅନ୍ତି। ମାତ୍ର ନିଜ ପ୍ରେମକୁ ପାଇବା ପାଇଁ ଶ୍ୱଶୁର କେବେ ବୋହୂ ବିବାହ କରିବା କଥା ଶୁଣିଛନ୍ତି କି ? ହଁ ଆଜ୍ଞା କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ନିଷିଦ୍ଧ ପ୍ରେମ କାହାଣୀ ଦେଖିବାକୁ ମିଳିଛି ବିହାରର ବେଗମପୁର ଜିଲ୍ଲାରେ।। କୁହାଯାଏ […]

marriage 1

marriage 1

Rakesh Mallick
  • Published: Friday, 28 April 2017
  • Updated: 28 April 2017, 01:18 PM IST

କୁହାଯାଏ ପ୍ରେମ ହେଉଛି ଅନ୍ଧ। ଉଚ୍ଚ, ନୀଚ୍ଚ, ବୟସ, ସର୍ମ୍ପକ ସବୁକିଛି ହାର ମାନିଥାଏ ପ୍ରେମ ଆଗରେ। ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ ସାରା ଦୁନିଆକୁ ପର କରି ଦିଅନ୍ତି। ମାତ୍ର ନିଜ ପ୍ରେମକୁ ପାଇବା ପାଇଁ ଶ୍ୱଶୁର କେବେ ବୋହୂ ବିବାହ କରିବା କଥା ଶୁଣିଛନ୍ତି କି ? ହଁ ଆଜ୍ଞା କଥାଟା ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ନିଷିଦ୍ଧ ପ୍ରେମ କାହାଣୀ ଦେଖିବାକୁ ମିଳିଛି ବିହାରର ବେଗମପୁର ଜିଲ୍ଲାରେ।। କୁହାଯାଏ ଶ୍ୱଶୁର ହେଉଛନ୍ତି ବାପା ସମାନ। ଶ୍ୱଶୁର-ବୋହୂର ସର୍ମ୍ପକ ବାପ-ଝିଅର ସର୍ମ୍ପକ ଭଳି। ତେବେ ଶ୍ୱଶୁର ଓ ବୋହୂ ବିବାହ ବନ୍ଧନରେ ବାନ୍ଧି ହୋଇ ଏହି ପବିତ୍ର ସର୍ମ୍ପକରେ ଲଗାଇଛନ୍ତି କଳଙ୍କ।

ବିହାରର ବୀରେନ୍ଦ୍ର ମେହେତା ନିଜ ବୋହୂକୁ ବିବାହ କରି ଏବେ ଚର୍ଚ୍ଚାରେ। କିଛି ବର୍ଷ ପୂର୍ବେ ବୀରେନ୍ଦ୍ରଙ୍କ ପୁତୁରା ବିବାହ କରିଥିଲେ ଉଷା ଦେବୀଙ୍କୁ। ବିବାହର କିଛି ଦିନ ପରେ ଦାଦା ଶ୍ୱଶୁରଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା ବୋହୂ ଉପରେ। ପରେ ଉଭୟ ଉଭୟଙ୍କୁ ମନ ଦେଇ ବସିଥିଲେ ଏବଂ କିଛିଦିନ ଲୁଚିଛପି  ମିଳାମିଶା କରିବା ପରେ ମନ୍ଦିରରେ ବିବାହ କରିଥିଲେ।

ସତ କେବେ ଲୁଚି ରୁହେନି। ଠିକ୍ ସେହିପରି ଏମାନଙ୍କ ବିବାହ କଥା ପଡ଼ିଲା ପୁଅ ରବୀନ୍ଦ୍ରଙ୍କ କାନରେ। ଏହି କଥା ଜାଣିବା ପରେ ରବୀନ୍ଦ୍ର ନିଜ କକାଙ୍କ ନାଁରେ ଥାନାରେ ଅଭିଯୋଗ କଲେ। ପୋଲିସ ମଧ୍ୟ ଦାଦା ବିରେନ୍ଦ୍ରଙ୍କୁ ଗିରଫ କରି ଜେଲ ପଠାଇଦେଲା, ହେଲେ ଏକଥା ପ୍ରେମିକା ବୋହୂ ଜାଣିବା ପରେ ନିଜ ପ୍ରେମିକକୁ ବଞ୍ଚାଇବାକୁ ସିଧା ପହଞ୍ଚିଗଲା ଥାନାରେ। ନିଜ ପ୍ରେମିକକୁ ମୁକୁଳାଇବାକୁ ଥାନାବାବୁଙ୍କୁ ଗୁହାରି କରିବା ସହ ଓ ଦୁଇଜଣ ଏକାସାଙ୍ଗରେ ଜୀବନସାଥୀ ହୋଇ ରହିବାକୁ ପ୍ରତିଜ୍ଞା କରିଛନ୍ତି। ହୁଏତ ଏହା ସେମାନଙ୍କ ପାଇଁ ପ୍ରେମ, ହେଲେ ସମାଜ ପାଇଁ ଲଜ୍ଜା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos