ଜୀବନଠୁ ବଳି ପଡ଼ିଲା ଗରିବୀର ଜ୍ୱାଳା: ବାପ ଛେଉଣ୍ଡ ଦୁଇ ପିଲାଙ୍କୁ ବିଷ ପିଆଇ ନିଜେ ଜୀବନ ହାରିଲା ମା’

ମାଲକାନଗିରି(ବିକ୍ରମ ପାଢ଼ୀ): ଉପାନ୍ତରେ ଉପହାସ ସାଜିଛି ଗରୀବଙ୍କ ପାଇଁ ସରକାରୀ ଯୋଜନା । ଦିନ ଦରିଦ୍ରଙ୍କ ଭୋକିଲା ପେଟକୁ ନା ଯୁଟୁଛି ଦାନା, ନା ମିଳୁଛି ମୁଠାଏ ଆହାରର ସନ୍ଧାନ। ଶେଷରେ ଅନ୍ନ ଚିନ୍ତାରେ ଜୀବନ ହାରୁଛି ଗରୀବ ମଣିଷଟିଏ। ଦାରିଦ୍ର୍ୟର କରୁଣ କାହାଣୀର ଏମିତି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଗୋରିଗୁଡ଼ା ଗାଁରୁ । ସ୍ୱାମୀ ଚାଲିଯିବା ପରଠୁ ଦୁଇ କଅଁଳ ଶିଶୁଙ୍କୁ ନେଇ ଦୁର୍ଦ୍ଦିନରେ ଜୀବନ ଜୀଉଁଥିବା ବିଧବା ମା’ଟିଏ ଜୀବନ […]

547

547

Tapas Behera
  • Published: Sunday, 30 June 2019
  • Updated: 01 July 2019, 09:39 PM IST

Sports

Latest News

ମାଲକାନଗିରି(ବିକ୍ରମ ପାଢ଼ୀ): ଉପାନ୍ତରେ ଉପହାସ ସାଜିଛି ଗରୀବଙ୍କ ପାଇଁ ସରକାରୀ ଯୋଜନା । ଦିନ ଦରିଦ୍ରଙ୍କ ଭୋକିଲା ପେଟକୁ ନା ଯୁଟୁଛି ଦାନା, ନା ମିଳୁଛି ମୁଠାଏ ଆହାରର ସନ୍ଧାନ। ଶେଷରେ ଅନ୍ନ ଚିନ୍ତାରେ ଜୀବନ ହାରୁଛି ଗରୀବ ମଣିଷଟିଏ। ଦାରିଦ୍ର୍ୟର କରୁଣ କାହାଣୀର ଏମିତି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଗୋରିଗୁଡ଼ା ଗାଁରୁ । ସ୍ୱାମୀ ଚାଲିଯିବା ପରଠୁ ଦୁଇ କଅଁଳ ଶିଶୁଙ୍କୁ ନେଇ ଦୁର୍ଦ୍ଦିନରେ ଜୀବନ ଜୀଉଁଥିବା ବିଧବା ମା’ଟିଏ ଜୀବନ ହାରିଦେଇଛି ବିଷ ପିଇ । ଭାଗ୍ୟକୁ ଦୁଇ ଶିଶୁ ମରଣ ମୁହଁରୁ ବର୍ତ୍ତିଯାଇଛନ୍ତି ସିନା, ଏବେ ସେମାନଙ୍କ ଆଗାମୀ ଭବିଷ୍ୟତକୁ ନେଇ ଛିଡ଼ା ହୋଇଛି ବଡ଼ପ୍ରଶ୍ନ।

ଦାରିଦ୍ର୍ୟର କରୁଣ କାହାଣୀ। ଗରିବୀ ମାଡ଼ରେ ଘାଇଲା ମାତୃତ୍ୱ । ନିଜେ ଜନ୍ମକଲା ଦୁଇ ସନ୍ତାନଙ୍କୁ ନିଜ ହାତରେ ବିଷ ଦେଇ ଜୀବନ ହାରିଦେଇଛି ମା’।  ଏପଟେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଦୁଇ ଶିଶୁ ମେଡ଼ିକାଲରେ। ମାଲକାନଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଏହି ଦୁଇ ଶିଶୁ ହେଉଛନ୍ତି ଗୋରିଗୁଡ଼ା ଗାଁର। ଗତ ରାତିରେ ମା’ ସୀତା ମାଡ଼କାମୀଙ୍କ ସହ ବିଷମିଶା ଖାଦ୍ୟ ଖାଇଥିଲେ ଏମାନେ। ରାତିରେ ପେଟ ଯନ୍ତ୍ରଣାରେ ଚିତ୍କାର କରିଥିଲେ ଏହି ଦୁଇ ଶିଶୁ । ଏହାଶୁଣି ପଡୋଶୀ ଧାଇଁ ଆସିବା ସହ ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ମା’ର ମୃତ୍ୟୁ ହୋଇଯାଇଥିବାବେଳେ ବର୍ତ୍ତିଯାଇଛନ୍ତି ୨ ଶିଶୁ । ଗ୍ରାମବାସୀଙ୍କ କହିବା କଥା, ୨ ମାସ ତଳେ ରୋଗଦୁଃଖରେ ଆରପାରିକୁ ଚାଲିଯାଇଥିଲେ ସ୍ୱାମୀ।

ଏହାପରେ ୫ ବର୍ଷର ଗୋଟିଏ ଝିଅ ଓ ୪ ବର୍ଷର ପୁଅକୁ ଧରି କୁଲିମଜୁରୀ କରି ପେଟ ପୋଷୁଥିଲେ ସୀତା । ସରକାରୀ ସୁବିଧା କହିଲେ ମିଳୁଥିଲା କେବଳ ୩୫ କେଜି ପିଡିଏସ୍ ଚାଉଳ । ସ୍ୱାମୀ ଯିବା ପରଠୁ ସେଥିରେ ଭାଗବସାଇଥିଲେ ଶାଶୁ ଓ ଶ୍ୱଶୁର । ନା ଘରଦ୍ୱାର ନା କୌଣସି ଆର୍ଥିକ ସହାୟତା। ଏମିତିକି ବିଧବା ଭତ୍ତା ବି ମିଳୁନଥିଲା ସୀତାଙ୍କୁ । ଫଳରେ ଘୋର ଆର୍ଥିକ ଅନଟନ ଭିତରେ ଭାଙ୍ଗିପଡ଼ିଥିଲେ ସୀତା । ଶେଷରେ ଗତ ରାତିରେ ୨ ପିଲାଙ୍କ ସହ ସୀତା ନିଜେ କୀଟନାଶକ ପିଇ ଦେଇଥିଲେ ବୋଲି କହିଛନ୍ତି ଗ୍ରାମବାସୀ।

ତେବେ ବର୍ଷ ବର୍ଷ ଧରି ଆର୍ଥିକ ଅନଟନ ଭିତରେ ଗତି କରୁଥିବା ଏହି ଗରୀବ ପରିବାର ପ୍ରତି ଜିଲ୍ଲା ପ୍ରଶାସନର କେମିତି ଶୁଭଦୃଷ୍ଟି ପଡ଼ିଲାନି ? ସ୍ୱାମୀ ଯିବାର ୨ ମାସ ପରେ ବି କାହିଁକି ଦିଆଯାଇନଥିଲା ବିଧବା ଭତ୍ତା ? ଏବେ ବିଭିନ୍ନ ମହଲରୁ ଏମିତି ନାନା ପ୍ରଶ୍ନ ଉଠିଥିବାବେଳେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ତେବେ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ଦୁଇ ଶିଶୁଙ୍କ ସୁରକ୍ଷା କେମିତି ହେବ, ତାଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମାଲକାନଗିରି ବିଡ଼ିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story