ବାରିପଦା(ମାଣିକଲାଲ ପାଣି): ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବିଜେପିକୁ ଲାଗିଛି ଜୋରଦାର ଝଟ୍କା। ଏକାସଙ୍ଗେ ଇସ୍ତଫା ଦେଇଛନ୍ତି ବିଜେପିର ୧୫ ଜଣ ଜିଲ୍ଲା ପରିଷଦ ସଦସ୍ୟ। କେବଳ ଜିଲ୍ଲା ପରିଷଦ ନୁହେଁ, ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସମସ୍ତେ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଆଜି ଜିଲ୍ଲା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ଆଜି ମୟୂରଭଞ୍ଜ ଜିଲ୍ଲାର ୧୧ ତମ ଜିଲ୍ଲା ପରିଷଦ ବୈଠକ ବସିଥିଲା। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଆଲୋଚନା ଚାଲିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଠକକୁ ଅଧାରୁ ସ୍ଥଗିତ ରଖିଥିଲେ। ଏହାକୁ ନେଇ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ଆଉ ସନ୍ଧ୍ୟା ବେଳେ ଏକ ହୋଟେଲରେ ବିଜେପିର କେତେକ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ଏକତ୍ର ହୋଇଥିଲେ। ପରେ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ବର୍ଷିଥିଲେ।
ତେବେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ସମୟରୁ ଦଳରେ ଥାଇ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଏମାନଙ୍କୁ ବହିଷ୍କାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବଜେଟରେ ଘୋଷଣାର ୭ ମାସ ପରେ ୨ଟି ‘ଯୋଜନା’କୁ କ୍ୟାବିନେଟ ମୋହର: ପୁଣି ଫେରିଲା ‘ଗ୍ରାମସଭା’
କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ପ୍ରସ୍ତାବକୁ ମୋହର ବାଜିଛି । ପ୍ରଥମ ପ୍ରସ୍ତାବ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ‘ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’କୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଗତ ସରକାର ସମୟରେ ‘ଫାଇଭ-ଟି’ ସ୍କୁଲ ନାଁରେ ସ୍ମାର୍ଟ ସ୍କୁଲ କରାଯାଇଥିଲା ।
Politics
ଗୋଲାପୀ ରଙ୍ଗକୁ ଘୃଣା କରନ୍ତି ନବୀନ!
ପ୍ରକାଶ ମିଶ୍ର ତାଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ରେ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ବ୍ୟକ୍ତିତ୍ବ ଉପରେ କିଛି ମଜାଦାର କଟାକ୍ଷ କରିଛନ୍ତି। ଅନେକ ନେତା ଓ ଅଫିସରଙ୍କୁ କିଭଳି ଭିନ୍ନ ଭିନ୍ନ ଡାକ ନାମ ଦେଇଥିଲେ ନବୀନ ତାର ବର୍ଣ୍ଣନା କରିଛନ୍ତି ଲେଖକ।
Politics
ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!
ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ହାସଲ କରିପାରି ନାହିଁ।
Politics
ପ୍ରକାଶ ମିଶ୍ରଙ୍କ ପୁସ୍ତକ ‘କମେଡି ଇନ୍ ଖାକି’ ଉନ୍ମୋଚିତ: ନବୀନଙ୍କ ନାଁ ନନେଇ ଦେଇଛନ୍ତି ବହୁ ତଥ୍ୟ
ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଲିଖିତ ପୁସ୍ତକ ‘କମେଡି ଇନ୍ ଖାକି’ ପୁସ୍ତକ ଉନ୍ମୋଚିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ତାଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି ଶ୍ରୀ ମିଶ୍ର। ୧୭୯ ପୃଷ୍ଠାର ଏହି ପୁସ୍ତକର ମୋଟ ୧୦ଟି ଅଧ୍ୟାୟ ମଧ୍ୟରୁ ସବୁଠୁ ଅଧିକ ରୋଚକ ଅଧ୍ୟାୟ ‘ଦି ଅନକାନି ବସ’ ହୋଇଛି ।
Politics
ପାଣ୍ଡିଆନଙ୍କ ପାଇଁ ଖୋଲିଲା ବାଟ, ଦଳୀୟ ସମ୍ବିଧାନ ଉଲ୍ଲଙ୍ଘନ କରି ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କଲେ ନବୀନ
ସୋମବାର ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଜାରି ଏକ ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ “ବିଜୁ ଜନତା ଦଳର ସମ୍ବିଧାନର ଧାରା-ଏକ୍ସଏକ୍ସ୩(୨)ର ପ୍ରାବଧାନ ଅନୁସାରେ ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ଦଳର ସାଂଗଠନିକ ନିର୍ବାଚନର ସୁପରିଚାଳନା ପାଇଁ ‘ରାଜ୍ୟ ରିଟର୍ଣ୍ଣିଂ ଅଫିସର’ ଭାବେ ତତ୍କାଳ ପ୍ରଭାବରୁ ନିଯୁକ୍ତି ଦିଆଯାଉଛି।”