ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ବର୍ଷିଲେ ଅପରାଜିତା ଓ ସୁର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପରିବେନି ଗଣମାଧ୍ୟମ ପ୍ରତିନିଧି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍‌ ଶିକ୍ଷାଧିକାରୀଙ୍କ ଏପରି ଚିଠି ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ବିଭାଗ ଦୋଷ ଓ ଦୁର୍ବଳତାକୁ ସଜାଡିବା ପରିବର୍ତ୍ତେ ସବୁ ଦୋଷ ୱେବ ମିଡ଼ିଆ ଉପରେ ଲଦିଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତକୁ ନେଇ ଆଜି ବର୍ଷିଛନ୍ତି ବିଜେପି ଓ କଂଗ୍ରେସ। ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ […]

Aparajita-and-Suta

Manoranjan Sial
  • Published: Sunday, 10 July 2022
  • , Updated: 10 July 2022, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପରିବେନି ଗଣମାଧ୍ୟମ ପ୍ରତିନିଧି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ୍‌ ଶିକ୍ଷାଧିକାରୀଙ୍କ ଏପରି ଚିଠି ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜ ବିଭାଗ ଦୋଷ ଓ ଦୁର୍ବଳତାକୁ ସଜାଡିବା ପରିବର୍ତ୍ତେ ସବୁ ଦୋଷ ୱେବ ମିଡ଼ିଆ ଉପରେ ଲଦିଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତକୁ ନେଇ ଆଜି ବର୍ଷିଛନ୍ତି ବିଜେପି ଓ କଂଗ୍ରେସ।

ସ୍କୁଲ କ୍ୟାମ୍ପସକୁ ଗଣମାଧ୍ୟମକୁ ମନା ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏ ସମ୍ପର୍କରେ ଶୁଣି ମୁଁ ହତବାକ। ଏବେ ସରକାର ଯେଉଁ ନିର୍ଦ୍ଦେଶନାମା ଦେଇଛନ୍ତି, ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପ୍ରବେଶ କରାଇ ନଦେବା ହାସ୍ୟାସ୍ପଦ ଘଟଣା। ସ୍କୁଲ ଭିତରେ କଣ ଭୁଲ୍‌, ଠିକ୍ ହେଉଛି ପଦାକୁ ଆଣିବା ସାମ୍ବାଦିକଙ୍କ ଅଧିକାର। ଏଭଳି କରି ସରକାର ସାମ୍ବାଦିକଙ୍କ ଗଣତାନ୍ତ୍ରିକ ଅଧିକାରରେ ବାଧା ଦେଉଛନ୍ତି। ମୁଁ ଶିକ୍ଷା ସଚିବ ଥିବା ବେଳେ ସ୍କୁଲ୍‌ ନୋ ପନିସମେଣ୍ଟ ଜୋନ କରାଯାଇଥିଲା ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ରୋକ୍‌ ଲଗାଇବା ଠିକ୍‌ ନୁହେଁ। ଦୁର୍ନୀତିକୁ ଚାପିବା ପାଇଁ ଗଣମାଧ୍ୟମ ଉପରେ ପଦକ୍ଷେପ ନିଆଯାଉଛି। ପ୍ରଥମେ ଏସ୍‌ସିବି ମେଡିକାଲ, ପରେ ସଚିବାଳୟ, ତା’ପରେ ବିଧାନସଭାକୁ ମନା କଲେ। ଏବେ ସ୍କୁଲକୁ ମନା କରୁଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ନିନ୍ଦନୀୟ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

Related story