ଅନୁଭବଙ୍କୁ ଜବାବ ଦେଲେ ଅପରାଜିତା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଓ ଭୁବନେଶ୍ୱର ସାଂସଦ ମୁହାମୁହିଁ। ଅନୁଭବ ଓ ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ୱାର। ଲିଙ୍ଗରାଜ ମନ୍ଦିର ପ୍ରସଙ୍ଗରେ ବାଇ-ଲକୁ ନେଇ ରାଜନୀତି ତେଜୁଥିବା ବେଳେ ଟ୍ୱିଟ୍‌ ଲଢ଼େଇରେ ସାମ୍ନାସାମ୍ନି ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ଅନୁଭବ  ଯେଉଁ ଅଭିଯୋଗ ଆଣିଥିଲେ ଏହାର ଜବାବ ମଧ୍ୟ ଦେଇଛନ୍ତି ଅପରାଜିତା। ଆଜି ଅନୁଭବ ଟ୍ୱିଟ୍‌ କରି ସେଥିରେ ସେ ଲେଖିଛନ୍ତିଲେ ଯେ, ବିଜେଡିର ଏକ […]

PP-909

Tapas Behera
  • Published: Saturday, 13 February 2021
  • , Updated: 13 February 2021, 07:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଓ ଭୁବନେଶ୍ୱର ସାଂସଦ ମୁହାମୁହିଁ। ଅନୁଭବ ଓ ଅପରାଜିତାଙ୍କ ମଧ୍ୟରେ ଟ୍ୱିଟ୍‌ ୱାର। ଲିଙ୍ଗରାଜ ମନ୍ଦିର ପ୍ରସଙ୍ଗରେ ବାଇ-ଲକୁ ନେଇ ରାଜନୀତି ତେଜୁଥିବା ବେଳେ ଟ୍ୱିଟ୍‌ ଲଢ଼େଇରେ ସାମ୍ନାସାମ୍ନି ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ଅନୁଭବ  ଯେଉଁ ଅଭିଯୋଗ ଆଣିଥିଲେ ଏହାର ଜବାବ ମଧ୍ୟ ଦେଇଛନ୍ତି ଅପରାଜିତା।

ଆଜି ଅନୁଭବ ଟ୍ୱିଟ୍‌ କରି ସେଥିରେ ସେ ଲେଖିଛନ୍ତିଲେ ଯେ, ବିଜେଡିର ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଓ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ୱର ପାଇଁ ଆସିଥିବା ବାଇ-ଲକୁ ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ଏ ପ୍ରସଙ୍ଗରେ ଆଲୋଚନା କରିଥିଲୁ। ତେଣୁ ମୁଁ ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ଏମପି  ଅପରାଜିତା ଷଡ଼ଙ୍ଗୀଙ୍କୁ ଏଥିରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲି। ହେଲେ ସେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ।

ଏହା ଏକ ଅଣରାଜନୈତିକ ପ୍ରସଙ୍ଗ ହୋଇଥିବା ବେଳେ ଏକ ଆଧ୍ୟାତ୍ମିକ ଭାବନା ସହିତ ଜଡ଼ିତ ଥିଲା। ତେବେ ଅନୁଭବଙ୍କ ଏହି ଟ୍ୱିଟ୍‌ର ଜବାବ ଦେଇଛନ୍ତି ଅପରାଜିତା। ସେ ରି-ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ବିନା କାରଣରେ କିଛି ଘଟି ନାହିଁ। ମୁଁ ଯଥା ସୟମରେ ଏହି ପ୍ରସଙ୍ଗ ଉଠାଇବି। ପ୍ଲିଜ୍‌ ୱେଟ୍‌ ଆଣ୍ଡ ୱାଚ୍‌।
https://twitter.com/AprajitaSarangi/status/1360542367774744579?s=20

ଏକାମ୍ର କ୍ଷେତ୍ରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଗତକାଲି ଟ୍ୱିଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାର ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କେନ୍ଦ୍ର ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ସବୁ ଓଡ଼ିଆ ସାଂସଦଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ। ସେ ଟ୍ୱିଟ୍‌ କରି କହିଥିଲେ ଯେ, ଏହା ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ହ ଜଡ଼ିତ। ତେଣୁ ଏହି ବାଇ-ଲକୁ ପ୍ରତ୍ୟାହାର କରାଯାଉ। ବାଇ ଲ’କୁ ନେଇ ଲିଙ୍ଗରାଜ ସେବାୟତଙ୍କ ବିରୋଧ ପରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ବିରୋଧ କରାଯାଇ ଥିଲା ।

ଜନ ଜାଗରଣ ମଞ୍ଚ  ପକ୍ଷରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଏହି ବାଇ ଲ’ ଦ୍ୱାରା ଏକାମ୍ର କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବୋଲି ଅଭିଯୋଗ କରାଯାଇଥିଲା । ସେହିପରି ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା। ବାଇ-ଲ ଲଗାଯାଇ ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି। ଏହି ପ୍ରସଙ୍ଗରେ ଅପରାଜିତା ନିରବତାକୁ ନେଇ  ସେ ପ୍ରଶ୍ନ ଉଠାଇଥିଲେ। ସେହିପରି ରାଜଧାନୀରେ ସାଂସଦ ନିଖୋଜ ନେଇ ମଧ୍ୟ ବିବାଦୀୟ ପୋଷ୍ଟର ଲଗାଯାଇଥିଲା।

Related story