ଭୁବନେଶ୍ୱରରେ ରେଂଜରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟଣା । ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ କମିଶନର ଅଫିସ ଘେରିଲା ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ନେତା ୟାସିର୍ ନୱାଜ୍ କହିଛନ୍ତି ଯେ, 'ବିଶାଲ ଦାସ ଗାଡ଼ି ଚଳାଉଥିଲେ । ପୁଲିସ ଏଯାଏ କାହିଁକି ସିସିଟିଭି ଫୁଟେଜ ସାର୍ବଜନୀନ କରୁନି । ପୁଲିସ ଚକ୍ରାନ୍ତ କରି ଗାଡ଼ି ନମ୍ବର ବଦଳାଇ ଦେଇଥିଲା। ବିଜେଡି ବିଧାୟିକାଙ୍କ ଭାଇ ବୋଲି ପୁଲିସ ତାଙ୍କୁ ଖସାଇ ଦେଇଛି। ମୃତକଙ୍କ ପରିବାରକୁ ୧ କୋଟି ଓ ବିଶାଲ ଦାସଙ୍କୁ ଗିରଫ କରାଯାଉ। ଦାବି ପୂରଣ ନହେବା ଯାଏଁ ଛାତ୍ର କଂଗ୍ରେସ ଚୁପ୍ ବସିବନି।' କିଛି ଏଭଳି କହି ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।