ବ୍ରହ୍ମପୁରରେ ଏଥର ବିଗ୍‌ ଫାଇଟ୍‌: ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ ହେବ ଲଢ଼େଇ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଏପ୍ରିଲ୍ ୧୧ର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ଣପୁର ଲୋକସଭା ର୍ନିବାଚନ ମଣ୍ଡଳୀରେ ହେବ ବିଗ୍ ଫାଇଟ୍। ଲଢ଼େଇ ହେବ ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ କଂଗ୍ରେସରୁ ଯାଇ ବିଜେଡିରେ ସାମିଲ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଏଠାରେ ମୈଦାନକୁ ଓହ୍ଲାଇଛି। ଚନ୍ଦ୍ରଶେଖର ସାହୁ ବନାମ୍ ଭି. ଚନ୍ଦ୍ରଶେଖର ନାଇଡୁ । ବିଜେଡି ଓ କଂଗ୍ରେସ ଦୁଇ ଚନ୍ଦ୍ରଙ୍କୁ ମାତ୍ ଦେବା ପାଇଁ ମଇଦାନ୍‌କୁ ଓହ୍ଲାଇଛନ୍ତି ବିଜେପିର ଯୁବ ଚେହେରା ଭୃଗୁ ବକ୍ସିପାତ୍ର। ବ୍ରହ୍ଣପୁର ଲୋକସଭା […]

h90

Tapas Behera
  • Published: Saturday, 06 April 2019
  • , Updated: 06 April 2019, 08:52 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଏପ୍ରିଲ୍ ୧୧ର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ଣପୁର ଲୋକସଭା ର୍ନିବାଚନ ମଣ୍ଡଳୀରେ ହେବ ବିଗ୍ ଫାଇଟ୍। ଲଢ଼େଇ ହେବ ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ କଂଗ୍ରେସରୁ ଯାଇ ବିଜେଡିରେ ସାମିଲ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଏଠାରେ ମୈଦାନକୁ ଓହ୍ଲାଇଛି। ଚନ୍ଦ୍ରଶେଖର ସାହୁ ବନାମ୍ ଭି. ଚନ୍ଦ୍ରଶେଖର ନାଇଡୁ । ବିଜେଡି ଓ କଂଗ୍ରେସ ଦୁଇ ଚନ୍ଦ୍ରଙ୍କୁ ମାତ୍ ଦେବା ପାଇଁ ମଇଦାନ୍‌କୁ ଓହ୍ଲାଇଛନ୍ତି ବିଜେପିର ଯୁବ ଚେହେରା ଭୃଗୁ ବକ୍ସିପାତ୍ର। ବ୍ରହ୍ଣପୁର ଲୋକସଭା ର୍ନିବାଚନ ମଣ୍ଡଳୀରେ ରାଜନୈତିକ ତାତି ଢେର୍ ଅଧିକ ରହିଥିବା ବେଳେ ଏଠାରେ ହେବାକୁ ଯାଉଛି ତ୍ରିମୁଖୀ ଲଢ଼େଇ ।

ଚାଲିଛି ହାଇଭୋଲଟେଜ୍ ପ୍ରଚାର। କମ୍ପୁଛି ବ୍ରହ୍ଣପୁର ସହର।  ପ୍ରଥମଥର ପାଇଁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଭୃଗୁ ନିଜର ଶକ୍ତି ଦେଖାଇବା ପାଇଁ ଜୋରଦାର କସରତ କରୁଥିବାବେଳେ ତାଙ୍କ ପାଇଁ ଭରସା ସାଜିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦିଙ୍କ ପରବର୍ତ୍ତନର ନାରା। କେନ୍ଦ୍ର ସରକାରଙ୍କ ଜନହିତକାର କାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ବାଟମାରଣା ନୀତି ଓ ଚାଷୀ ସମସ୍ୟା ସାମ୍ନାକୁ ଆଣି ଭୋଟ୍ ଭିକ୍ଷା କରୁଛନ୍ତି ଭୃଗୁ। ୨୦୦୯ ଓ ୧୪ରେ ବିଜେପି ଏଠାରୁ ପରାଜିତ ହୋଇଥିବା ବେଳେ ଏଥର ଜିତାପଟ୍ ନେଇ ଆଶା ରଖିଛି ଦଳ।

ସେପଟେ ନିର୍ବାଚନୀ ଯୁଦ୍ଧରେ ନୂଆ ଏଣ୍ଟ୍ରି କରିଥିବା ଶିଳ୍ପପତି ଭି. ଚନ୍ଦ୍ରଶେଖର ନାଇଡୁ ବି ପ୍ରତିପକ୍ଷକୁ ଟକ୍କର ଦେବା ପାଇଁ ସମରସଜ୍ଜା କରିଛନ୍ତି।  ଦିନେ କଂଗ୍ରେସର ଗଡ଼ ଥିବା ବ୍ରହ୍ମପୁରରୁ ୨୦୦୪ରେ ଚନ୍ଦ୍ରଶେଖର ସାହୁ ର୍ନିବାଚନ ଜିଣି ୟୁପିଏ ସରକାରରେ ମନ୍ତ୍ରୀ ହୋଇଥିଲେ । ତେଣୁ କଂଗ୍ରେସର ପକେଟ୍ ଭୋଟ ଉପରେ ଭରସା କରିଛନ୍ତି ନାଇଡୁ।  ତା’ସହ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ  ୭ ବିଧାନସଭା ର୍ନିବାଚନ ମଣ୍ଡଳୀରେ ଥିବା ତେଲୁଗୁ ଭାଷାଭାଷୀ ଭୋଟର୍ ଉପରେ ବି ରହିଛି ନାଇଡୁଙ୍କ ନଜର।

ସେପଟେ ୨୦୦୯ ଓ ୧୪ରେ ବିଜେଡି ଏହି ଆସନକୁ ନିଜ ଦଖଲକୁ ନେଇଥିଲା ଦୁଇଥର ସାଂସଦ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର ହେଲେ। ଏଥର ସିଦ୍ଧାନ୍ତଙ୍କୁ ବଦଳାଇ, ତାଙ୍କ ସ୍ଥାନରେ କଂଗ୍ରେସ୍‌ର ବିଜେଡିକୁ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ମଇଦାନକୁ ଉତାରିଛି ଦଳ।  ବ୍ରହ୍ଣପୁର ମାଟିର ପୁଅ କାର୍ଡ ଖେଳି ଭୋଟରକୁ ଆକୃଷ୍ଟ କରୁଛନ୍ତି ଚନ୍ଦ୍ରଶେଖର। କାଉନସିଲରରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିବା ଚନ୍ଦ୍ରଶେଖର ମ୍ୟୁନିସ୍‌ପାଲଟି ଚେୟାରମ୍ୟାନ୍, ପରେ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ତୃଣମୂଳ ସ୍ତରରେ ବି ତାଙ୍କ ସଂଗଠନ ବେଶ୍ ମଜଭୁତ୍ ରହିଛି।

ଗୋଟିଏ ପଟେ ବିଜେଡି ଏହି ଆସନକୁ ନିଜ କବ୍‌ଜାରେ ରଖିବାକୁ ଜୋରଦାର ଉଦ୍ୟମ କରୁଥିବାବେଲେ ବିଜେପି ମଧ୍ୟ ଏଠାରେ ପରବର୍ତ୍ତନ ନାରା ଦେଇ ସିଟ୍ ଦଖଲ ପାଇଁ ଉଦ୍ୟମ କରୁଛି। ଦୁହିଁଙ୍କୁ ଟକ୍କର ଦେଇ ଆଗକୁ ବଢ଼ିବା ଯୋଜନାରେ ଅଛି କଂଗ୍ରେସ।  ଆସନ୍ତା ୧୧ ତାରିଖରେ ବ୍ରହ୍ମପୁରରେ ଭୋଟ୍ ଗ୍ରହଣ କରାଯିବ।

Related story