ଦୁଇ ଦିନ ହେଲା ବିଜେଡି ଫ୍ୟୁଜ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାମ୍ର କ୍ଷେତ୍ରରେ ବାଇ-ଲ’କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଟ୍ୱିଟ୍‌ କରିଥିଲେ। ପ୍ରଥମ ଟ୍ୱିଟ୍‌ରେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର କଥା ଉଠାଇଥିଲେ ମଧ୍ୟ ଲିଙ୍ଗରାଜ କଥା କହି ନଥିଲେ। ଅବଶ୍ୟ ଦ୍ୱିତୀୟ ଟ୍ୱିଟ୍‌ରେ ଲିଙ୍ଗରାଜ ସେବାୟତଙ୍କ ପେଟପାଟଣା କଥା କହିବା ପରେ ପ୍ରସଙ୍ଗ ଟିକେ ଗୋଳିଆ ଲାଗିଲା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଟ୍ୱିଟ୍‌ କରି ଅପରାଜିତାଙ୍କୁ ଟାର୍ଗେଟ କରି ତାଙ୍କ ନିରବତାକୁ ନେଇ […]

TH

Tapas Behera
  • Published: Tuesday, 16 February 2021
  • , Updated: 16 February 2021, 06:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାମ୍ର କ୍ଷେତ୍ରରେ ବାଇ-ଲ’କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଟ୍ୱିଟ୍‌ କରିଥିଲେ। ପ୍ରଥମ ଟ୍ୱିଟ୍‌ରେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର କଥା ଉଠାଇଥିଲେ ମଧ୍ୟ ଲିଙ୍ଗରାଜ କଥା କହି ନଥିଲେ। ଅବଶ୍ୟ ଦ୍ୱିତୀୟ ଟ୍ୱିଟ୍‌ରେ ଲିଙ୍ଗରାଜ ସେବାୟତଙ୍କ ପେଟପାଟଣା କଥା କହିବା ପରେ ପ୍ରସଙ୍ଗ ଟିକେ ଗୋଳିଆ ଲାଗିଲା ।

ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଟ୍ୱିଟ୍‌ କରି ଅପରାଜିତାଙ୍କୁ ଟାର୍ଗେଟ କରି ତାଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ସିଧାସଳଖ ଲିଙ୍ଗରାଜ ମନ୍ଦିର କଥା ଉଠାଇ ନଥିଲେ ମଧ୍ୟ ଏକାମ୍ର କ୍ଷେତ୍ର ବିକାଶର ବାଧକକୁ ନେଇ ଅଙ୍ଗୁଳି ଉଠାଇଥିଲେ। ଅର୍ଥାତ ମନ୍ତ୍ରୀଙ୍କ ଅଭିଯୋଗର ଇସାରା ହଁ ଲିଙ୍ଗରାଜ ମନ୍ଦିର ପ୍ରସଙ୍ଗକୁ ଦର୍ଶାଉଥିଲା। କାରଣ ମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ସେବାୟତମାନେ ଆସି ଲିଙ୍ଗରାଜ ମନ୍ଦିର ବାଇ-ଲ ପ୍ରତ୍ୟାହାର ପାଇଁ ଦାବି କରି ହୋହଲ୍ଲା କରିଥିଲେ। ଏମିତିକି ଲିଙ୍ଗରାଜ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଜଣକ ପରେ ଜଣେ ବିଜେଡି ନେତା ତୁମ୍ଭିତୋଫାନ କରିଥିଲେ। ଆଉ ଟାର୍ଗେଟରେ ଥିଲେ ଅପରାଜିତା।

https://twitter.com/Naveen_Odisha/status/1360177028092207108?s=20

ଏହି ତାଲିକାରେ ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଅଛନ୍ତି। ଶ୍ରୀମୟୀ ଲେଖିଥିଲେ ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ୱିକ ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟକରଣ ଚାଲିଥିବାବେଳେ ଏଥିରେ କିଏ ଷଡ଼ଯନ୍ତ୍ର କରି ବାଧକ ସାଜିଛି? ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଉଭାନ୍। ବିକାଶର ଏଭଳି ଦୋମୁହାଁ ପରିଭାଷା କାହିଁକି? ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରତି ଇଏ କ’ଣ ଅନ୍ୟାୟ, ଉପେକ୍ଷା ନୁହେଁ କି?

https://twitter.com/Naveen_Odisha/status/1360177032152248321?s=20

ଅନୁଭବ ଟ୍ୱିଟ୍‌ କରି ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ୱର ପାଇଁ ଆସିଥିବା ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ର ନିକଟରେ ଦାବି ଜଣାଇଥିବା କହିଥିଲେ। ତେବେ ମୋଟାମୋଟି ଭାବେ ବାଇ-ଲ’କୁ ନେଇ ଲିଙ୍ଗରାଜ ମନ୍ଦିର ହିଁ କେନ୍ଦ୍ରବିନ୍ଦୁ ଥିଲା। ମୁଖ୍ୟତଃ ପୁରୀ ଶ୍ରୀମନ୍ଦିରରୁ ବାଇ-ଲ ଡ୍ରାଫ୍ଟି ପ୍ରତ୍ୟାହାର ହେବା ପରେ ଲିଙ୍ଗରାଜ ମନ୍ଦିର କଥା ଉଠିଥିଲା। ତେବେ NMA ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚିଠା ବାଇ-ଲ’ରେ ଓଡ଼ିଶାର ୫ଟି ଐତିହ୍ୟସ୍ଥଳୀ ଥିଲା। ସେଗୁଡ଼ିକ ହେଉଛି ପୁରୀ ଜଗନ୍ନାଥ, ମୁକ୍ତେଶ୍ୱର, ବ୍ରହ୍ମେଶ୍ୱର, ଅନନ୍ତ ବାସୁଦେବ, ଗ୍ରାମେଶ୍ୱର ମନ୍ଦିର। ତେବେ ଏହି ତାଲିକାରେ ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଆସୁଥିବା ବେଳେ ଲିଙ୍ଗରାଜ ମନ୍ଦିର ନାହିଁ। ଅର୍ଥାତ ବାଇ-ଲ ଅଧୀନରେ ଲିଙ୍ଗରାଜ ମନ୍ଦିର କଥା ଆଦୌ ନଥିଲା।

https://twitter.com/Ashokpandabbsr/status/1359341133214543878?s=20

ହେଲେ ଲିଙ୍ଗରାଜ ମନ୍ଦିରକୁ ନେଇ ଶାସକ ଦଳର ନେତାମାନେ କମ୍ପମାନ କରିଥିଲେ। ତେବେ ଏହି ପ୍ରସଙ୍ଗରେ ଅପରାଜିତା ଦିଲ୍ଲୀରୁ ଫେରି ଗତକାଲି ଜବାବ ରଖିଥିଲେ। ସେ କହିଥିଲେ ଯେ, ରାଜ୍ୟର ଯେଉଁ ୫ଟି ହେରିଟେଜ୍‌କୁ ନେଇ ବାଇ-ଲ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଜଗନ୍ନାଥ ମନ୍ଦିର ଥିଲା। କିନ୍ତୁ ଲିଙ୍ଗରାଜ ମନ୍ଦିର ନଥିଲା। ଯାହା NMA ୱେବସାଇଟ୍‌ରେ ଉଲ୍ଲେଖ ଥିଲା। ତେବେ ଆପତ୍ତି ଅଭିଯୋଗ ଉଠିବା ପରେ ଜଗନ୍ନାଥ ମନ୍ଦିର ସମ୍ପର୍କରେ ବାଇ-ଲ ଡ୍ରାଫ୍ଟକୁ ପ୍ରତ୍ୟାହାର କରାଯାଇଛି। ମୁଖ୍ୟତଃ ଲିଙ୍ଗରାଜ ମନ୍ଦିରର ବାଇ-ଲ ଡ୍ରାଫ୍ଟ ତିଆରି ହୋଇ ନଥିବା ସେ ସ୍ପଷ୍ଟ କରିଥିଲେ। ଏଥିସହ ଅପରାଜିତା ଶାସକ ଦଳର ନେତା ଓ ଅମଲାତନ୍ତ୍ରକୁ ନିଶାନା କରି କଡ଼ା ସମାଲୋଚନା କରିଥିଲେ।
https://twitter.com/AnubhavMohanty_/status/1360482897279422464?s=20

ତାଙ୍କ କହିବା ଅନୁଯାୟୀ, ଯାହା ସବୁ ଘଟିଲା ଏହା ଅଜ୍ଞାନତା, ଅପରିପକ୍ୱତାର ପରିଚୟ। ତେବେ ଅପରାଜିତା ମାରିଥିବା ବାଣର କୌଣସି କାଉଣ୍ଟର ବିଜେଡି ପକ୍ଷରୁ କରାଯାଇ ନଥିବା ବେଳେ ଶ୍ରୀ ଲିଙ୍ଗରାଜ ସେବାୟତଙ୍କ ପକ୍ଷରୁ ପ୍ରେସମିଟ କରି ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରାଯାଇଛି। ସେମାନଙ୍କ କହିବା ଅନୁଯାୟୀ, କିଛି ନ ବୁଝି ନବିଚାରି ଅପରାଜିତା ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି।
https://twitter.com/ShreemayeeM/status/1359353437406646274?s=20
ଏଥିସହ ସେମାନେ ପୁରୁଣା ପ୍ରସଙ୍ଗକୁ ଦୋହରାଇଛନ୍ତି। ହେଲେ ଦୁଇଦିନ ହେଲା ଏବାବଦରେ ବିଜେଡିର ନୀରବତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ।

Related story