ନବୀନଙ୍କ ଦୁଇ ଆଖିର ଖୁଲାସା କଲେ ସୌମ୍ୟ, ଏବେ ତୃତୀୟ ନୟନ ସନ୍ଧାନରେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଛି। ଆଉ ଶାସନ ବ୍ୟବସ୍ଥାରେ ସବୁ କିଛି ଠିକ୍‌ଠାକ୍‌ ଅଛି ବୋଲି ଦଳୀୟ ନେତା ଓ କର୍ମୀ କହୁଛନ୍ତି। ଯଦି ଶାସନ ବ୍ୟବସ୍ଥାରେ ସବୁ ଠିକ୍‌ଠାକ୍‌ ଚାଲିଛି ବୋଲି କୁହାଯାଉଛି, ତାହାହେଲେ ହଠାତ୍‌ କଣ ପାଇଁ ତୃତୀୟ ନୟନ ଆବଶ୍ୟକ ପଡ଼ିଲା? ଏକଥା ଆମେ କହୁନୁ, କହୁଛନ୍ତି ରାଜ୍ୟ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବବି ଓ ପାଣ୍ଡିଆନ ନବୀନଙ୍କ ଦୁଇ […]

Soumaya

Manoranjan Sial
  • Published: Tuesday, 10 August 2021
  • , Updated: 10 August 2021, 05:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଛି। ଆଉ ଶାସନ ବ୍ୟବସ୍ଥାରେ ସବୁ କିଛି ଠିକ୍‌ଠାକ୍‌ ଅଛି ବୋଲି ଦଳୀୟ ନେତା ଓ କର୍ମୀ କହୁଛନ୍ତି। ଯଦି ଶାସନ ବ୍ୟବସ୍ଥାରେ ସବୁ ଠିକ୍‌ଠାକ୍‌ ଚାଲିଛି ବୋଲି କୁହାଯାଉଛି, ତାହାହେଲେ ହଠାତ୍‌ କଣ ପାଇଁ ତୃତୀୟ ନୟନ ଆବଶ୍ୟକ ପଡ଼ିଲା? ଏକଥା ଆମେ କହୁନୁ, କହୁଛନ୍ତି ରାଜ୍ୟ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ବବି ଓ ପାଣ୍ଡିଆନ ନବୀନଙ୍କ ଦୁଇ ଆଖି ହୋଇଥିବା ବେଳେ ତୃତୀୟ ନୟନର ଆବଶ୍ୟକତା ରହିଛି ବୋଲି ସୌମ୍ୟ କହିଛନ୍ତି।

କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୌମ୍ୟ କହିଛନ୍ତି- “ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଦୁଇଟି ଆଖି ରହିଛି। ଅମିତ ଶାହ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କର ଗୋଟିଏ ଆଖି। ଠିକ୍‌ ସେମିତି ବବି ବାବୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ଆଖି। ଅନ୍ୟ ଆଖିଟି ହେଉଛି ପ୍ରଶାସନିକ ବ୍ୟବସ୍ଥା। ନରେନ୍ଦ୍ର ମୋଦିଙ୍କର ଦ୍ୱିତୀୟ ଆଖି ହେଉଛି ପି.କେ. ମିଶ୍ର ଓ ଅନ୍ୟ ପ୍ରଶାସକମାନେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଦ୍ୱିତୀୟ ଆଖି ହେଉଛନ୍ତି ମିଷ୍ଟର ପାଣ୍ଡିଆନ୍‌।”

ସେ ଆହୁରି କହିଛନ୍ତି- “ପ୍ରଶାସକମାନେ ଶାସନ ବ୍ୟବସ୍ଥାର ଭଲ ଖରାପ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥାଆନ୍ତି। ଦଳୀୟ କର୍ମୀମାନେ ମଧ୍ୟ ଖବର ଦିଅନ୍ତି। ଯଦି କୌଣସି କାରଣରୁ ନିଜ ସ୍ୱାର୍ଥରୁ ଏହି ଦୁଇ ଆଖି ଅଲଗା କିଛି ଦେଖିବାକୁ ଚେଷ୍ଟା କରନ୍ତି, କାଉକୁ ଧଳା ବୋଲି କୁହନ୍ତି; ଆଉ ମଣିମା ଯଦି ଚାହିଲେ, ହଁ କାଉଗୁଡ଼ିକ କେବେ ଧଳା ହେବାକୁ ଆରମ୍ଭ କଲେଣି, ତାହାହେଲେ ଜାଣିବ ଶାସନ ନିଶ୍ଚିତ ଭାବରେ ବିଭ୍ରାଟରେ ପହଞ୍ଚିଛି। ଏହି ଦୁଇ ଆଖି ସବୁବେଳେ ସତ କଥା କହିପାରେ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ଚାଲାକ୍‌ ଚତୁର ଶାସକମାନଙ୍କୁ ଗୋଟିଏ ତୃତୀୟ ନୟନର ଆବଶ୍ୟକତା ରହିଛି। ରାଜା ଓ ମହାରାଜାମାନେ ଅନ୍ଧାରୀ ବିଜେ କରନ୍ତି।”

ଶ୍ରୀ ପଟ୍ଟନାୟକ କହିଛନ୍ତି- “ରାଜ୍ୟରେ କେମିତି ଶାସନ ଚାଲିଛି, ସେ ବିଷୟରେ ଜାଣିବା ପାଇଁ ରାଜା ଓ ମହାରାଜାମାନେ ଛଦ୍ମବେଶରେ ବୁଲି ଥାଆନ୍ତି। ଆମ ଗଣମାଧ୍ୟମ ତୃତୀୟ ନୟନର ଭୂମିକା ନେଇ ପାରିବ କି?”

ପୂର୍ବରୁ ରାଜ୍ୟରେ ପ୍ରକୃତ କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ନେଇ ସୌମ୍ୟଙ୍କ ଏକ ସଂପାଦକୀୟ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ସତ ତଥ୍ୟ ଦେଲେ କଣ ଅସୁବିଧା ଥିଲା ବୋଲି ସଂପାଦକୀୟରେ ଲେଖିଥିଲେ ସୌମ୍ୟ।

https://youtu.be/xic1a5LxkRA

Related story