ବିରୋଧୀଙ୍କୁ କଡ଼ା ଜବାବ, ନୂଆ ସ୍କିମରେ ପୁଣି ଶଙ୍ଖ

  • Published: Wednesday, 29 November 2023
  • , Updated: 29 November 2023, 11:40 AM IST

ନା ଅଛି ବିରୋଧୀଙ୍କୁ ଖାତିର, ନା ନୀତି ନୈତିକତା। ନିର୍ବାଚନ ଯେତିକି ପାଖୋଉଛି ସରକାରୀ ଯୋଜନା ସେତିକି ସେତିକି ବଢୁଛି। ଆଉ ତାକୁ ଢାଲ କରି ଶାସକ ବିଜେଡି, ଦଳୀୟ ପ୍ରଚାର ବି କରୁଛି। ଏଭଳି ମାଳ ମାଳ ଅଭିଯୋଗକୁ ନେଇ ବିରୋଧୀ ଖଡ୍ଗହସ୍ତ। 'ଆମ ଓଡିଶା ନବୀନ ଓଡିଶା' ଠାରୁ ଆରମ୍ଭ କରି ଆମ ବ୍ୟାଙ୍କ ଭଳି ଯୋଜନା ଯାଏଁ। ସବୁଥିରେ ଲାଗିଛି ବିଜେଡି ଚିହ୍ନ ଶଙ୍ଖ। ଏପରିକି ସ୍କୁଲ କଲେଜ ପାଇଁ ଉଦ୍ଦିଷ୍ଟ ଯୋଜନାରେ ବି ଦଳୀୟ ଚିହ୍ନର ବ୍ୟାପକ ବ୍ୟବହାର ଦେଖିବାକୁ ମିଳୁଛି। 

Related story