୧୫ ପର୍ଯ୍ୟନ୍ତ ବଢ଼ିଲା ବିଜେଡିର ପଦଯାତ୍ରା ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧିକୁ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହୋଇଥାନ୍ତା । ରାଜ୍ୟବାସୀ ବିଭିନ୍ନ ପର୍ବପର୍ବାଣୀରେ ବ୍ୟସ୍ତ ଥିବାରୁ ଏହି ଜନସମ୍ପର୍କ ପଦଯାତ୍ରା ସବୁ ସ୍ଥାନରେ ଠିକ୍ ଭାବେ କରାଯାଇ ପାରିନି ବୋଲି ବିଜେଡି ଦର୍ଶାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟକ୍ଷେକ, ଜିଲ୍ଲା, […]

BjD-flag

Ordigital Desk
  • Published: Monday, 31 October 2022
  • , Updated: 31 October 2022, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବଧିକୁ ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ପଦଯାତ୍ରା ନଭେମ୍ବର ୨ତାରିଖରେ ଶେଷ ହୋଇଥାନ୍ତା । ରାଜ୍ୟବାସୀ ବିଭିନ୍ନ ପର୍ବପର୍ବାଣୀରେ ବ୍ୟସ୍ତ ଥିବାରୁ ଏହି ଜନସମ୍ପର୍କ ପଦଯାତ୍ରା ସବୁ ସ୍ଥାନରେ ଠିକ୍ ଭାବେ କରାଯାଇ ପାରିନି ବୋଲି ବିଜେଡି ଦର୍ଶାଇଛି ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ପର୍ଯ୍ୟକ୍ଷେକ, ଜିଲ୍ଲା, ବ୍ଲକ ଓ ନଗର ସଭାପତି, ସାଂସଦ,ବିଧାୟକ, ଓ ବିଧାୟକ ପ୍ରାର୍ଥୀଙ୍କୁ ଚିଠି ଲେଖି ଦଳର ଜନସମ୍ପର୍କ ପଦଯାତ୍ରା ଅବଧି ନଭେମ୍ବର ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛନ୍ତି । ଏହାସହିତ ନଭେମ୍ବର ୧୫ରେ ପ୍ରତ୍ୟେକ ଜିଲ୍ଲା ସ୍ତରରେ ସମସ୍ତ ଦଳୀୟ କର୍ମକର୍ତ୍ତା ତଥା କର୍ମୀମାନେ ଉପସ୍ଥିତ ରହି ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ‘ସମୂହ ଶପଥ’ ଗ୍ରହଣ କରିବେ ଓ ଏହି ପଦଯାତ୍ରାର ପରିସମାପ୍ତି ଘୋଷଣା କରାଯିବ । ଦଳର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଏହି ପଦଯାତ୍ରାରେ ସାମିଲ ହୋଇ ୱାର୍ଡସ୍ତରରେ ଘରେଘରେ ରାଜ୍ୟ ସରକାରଙ୍କ ବିକାଶ ଓ ଜନସେବାର ବାର୍ତ୍ତା ପହଂଚାଇବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Related story