କଂଗ୍ରେସକୁ ବଳିଗଲା ବିଜେଡି: ୧୫୬ ଜଣ କର୍ମକର୍ତ୍ତା, ତଥାପି ଭୟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଇତିହାସରେ ପ୍ରଥମଥର ବିଜେଡି ନିଜର ରାଜ୍ୟ ସାଂଗଠନିକ କର୍ମକର୍ତ୍ତାଙ୍କର ବିଶାଳ ଟିମ୍ ଗଠନ କରିଛି। ଯାହାକି ରାଜ୍ୟରେ ଗୋଷ୍ଠୀକନ୍ଦଳରେ ସର୍ବଦା ଲିପ୍ତ ରହୁଥିବା କଂଗ୍ରେସର ସାଂଗଠନିକ ଟିମକୁ ମଧ୍ୟ ଟପି ଯାଇଛି। ୨୦୧୫ରେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସର ୯୬ଜଣିଆ ଟିମ୍ ଓ ୨୦୧୮ରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୩୮ଜଣିଆ କର୍ମକର୍ତ୍ତା ଟିମ୍ ଗଠନ ହୋଇଥିଲା। କିନ୍ତୁ ଚଳିତଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମକର୍ତ୍ତା ଟିମ୍ ୧୫୬ରେ ପହଂଚିଛି। […]

cm

cm

Manoranjan Sial
  • Published: Thursday, 20 August 2020
  • Updated: 21 August 2020, 08:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଇତିହାସରେ ପ୍ରଥମଥର ବିଜେଡି ନିଜର ରାଜ୍ୟ ସାଂଗଠନିକ କର୍ମକର୍ତ୍ତାଙ୍କର ବିଶାଳ ଟିମ୍ ଗଠନ କରିଛି। ଯାହାକି ରାଜ୍ୟରେ ଗୋଷ୍ଠୀକନ୍ଦଳରେ ସର୍ବଦା ଲିପ୍ତ ରହୁଥିବା କଂଗ୍ରେସର ସାଂଗଠନିକ ଟିମକୁ ମଧ୍ୟ ଟପି ଯାଇଛି। ୨୦୧୫ରେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସର ୯୬ଜଣିଆ ଟିମ୍ ଓ ୨୦୧୮ରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୩୮ଜଣିଆ କର୍ମକର୍ତ୍ତା ଟିମ୍ ଗଠନ ହୋଇଥିଲା। କିନ୍ତୁ ଚଳିତଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମକର୍ତ୍ତା ଟିମ୍ ୧୫୬ରେ ପହଂଚିଛି। ଯଦିଓ ଏପର୍ଯ୍ୟନ୍ତ କୋଷାଧ୍ୟକ୍ଷ ପଦବୀ ଖାଲି ରହିଛି। ତେବେ କର୍ମକର୍ତ୍ତାଙ୍କ ଏତେ ବିଶାଳ ଟିମ୍ ଗଠନ ଓ ଅଧିକାଂଶ ନବାଗତ ତଥା ଅନଭିଜ୍ଞଙ୍କୁ ପଦାଧିକାରୀ ଭାବେ ସାମିଲ କରି ଦଳରେ ସବୁକିଛି ଠିକ୍ ନାହିଁ ବୋଲି ସନ୍ଦେଶ ଦେବା ସହ ଅସନ୍ତୋଷକୁ ପ୍ରଶମିତ କରିବାକୁ ପ୍ରୟାସ ହୋଇଥିବା ଜଣାପଡ଼ିଛି। ବିଶେଷକରି ଦୀର୍ଘ ଦେଢ଼ ଦଶନ୍ଧି ଧରି ଦଳରେ ପ୍ରଭାବଶାଳୀ ଥିବା ତ୍ରିମୂର୍ତ୍ତି ଯଥା- ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସାଂଗଠନିକ କାର୍ଯ୍ୟରେ ଆବଶ୍ୟକ ଗୁରୁତ୍ୱ ମିଳୁନଥିବାରୁ ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ କାଉଣ୍ଟର କରିବା ଓ ସଂଗଠନର ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ନିମନ୍ତେ ଏଭଳି ଏକ ଜୁମ୍ବୋ ଟିମ୍ ଗଠନ ହୋଇଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ସାଂଗଠନିକ ନିର୍ବାଚନରେ ନବୀନଙ୍କ ନେତୃତ୍ୱରେ ବିଜେଡିରେ ୯ଜଣ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ, ୧୦ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ରହିଥିଲେ। କିନ୍ତୁ ଚଳିତ ସାଂଗଠନିକ ନିର୍ବାଚନରେ ଦଳର ପଦାଧିକାରୀଙ୍କ ଏହି ସଂଖ୍ୟା ୫ଗୁଣ ବୃଦ୍ଧି ପାଇଛି। ଦଳ ବରିଷ୍ଠ ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭଳି ନୂଆ ପଦବୀମାନ ସୃଷ୍ଟି କରି ବହୁ ନେତାଙ୍କୁ ଥଇଥାନ କରିଛି। ନବୀନଙ୍କ ନେତୃତ୍ୱରେ ଚଳିତଥର ୮ଜଣ ବରିଷ୍ଠ ଉପସଭାପତି, ୯ଜଣ ଉପସଭାପତି, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ସଂଗଠନ ଓ ମୁଖ୍ୟାଳୟ ସାଧାରଣ ସମ୍ପାଦକଙ୍କୁ ମିଶାଇ ମୋଟ ୩୮ଜଣ ସାଧାରଣ ସମ୍ପାଦକ, ୪୫ଜଣ ସମ୍ପାଦକ ଓ ୪୧ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି। ଏସବୁକୁ ମିଶାଇଲେ କର୍ମକର୍ତ୍ତାଙ୍କ ସଂଖ୍ୟା ୧୫୬ରେ ପହଂଚିଛି।

ଏଥର କର୍ମକର୍ତ୍ତା ଭାବେ ଅଧିକାଂଶ ଯୁବ ଓ ଛାତ୍ର ନେତାଙ୍କୁ ଦଳର ମୁଖ୍ୟ ସଂଗଠନରେ ସାମିଲ କରାଯାଇଛି। ଏପରିକି ସାଂଗଠନିକ ଦକ୍ଷତା ନଥିବା ଅଧିକାଂଶ ନେତାଙ୍କୁ ମଧ୍ୟ ଏହି ପଦାଧିକାରୀ ତାଲିକାରେ ସାମିଲ କରାଇବାକୁ ଦଳ ପଛାଇ ନାହିଁ। ଦଳ କ୍ଷମତାରେ ଥାଇ ମଧ୍ୟ ‘ଛାୟା କ୍ୟାବିନେଟ’ ଭଳି ବିଭିନ୍ନ କ୍ଷେତ୍ର ପାଇଁ ପ୍ରଭାରୀ ନିଯୁକ୍ତି କରିଛି। ୮ରୁ ୧୦ଟି କ୍ଷେତ୍ରକୁ ଚିହ୍ନଟ କରି ତା’ର ପ୍ରଭାରୀ ଭାବେ ୮ରୁ ୧୫ଜଣ ମଧ୍ୟରେ ସିନିୟର ଓ ଜୁନିୟର ନେତାଙ୍କୁ ଦଳ ସାମିଲ କରିଛି। ଯାହାକି ସରକାରରେ ଥିବା ମନ୍ତ୍ରୀମାନେ(ଦଳର ନେତା) ନିଜର ଦାୟିତ୍ୱ ତୁଲାଇବାରେ ଅକ୍ଷମ ବୋଲି ପରୋକ୍ଷରେ ସନ୍ଦେଶ ଦିଆଯାଇଛି। ଭବିଷ୍ୟତରେ ଏହି ପ୍ରଭାରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ବି ଦଳ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହୋଇପାରେ। କେବଳ ସେତିକି ନୁହେଁ, ନବୀନଙ୍କ ସାମ୍ରାଜ୍ୟକୁ ଦୀର୍ଘ ଦେଢ଼ ଦଶନ୍ଧି ଧରି ସମଗ୍ର ଓଡ଼ିଶାରେ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନେଇଥିବା ଅରୁଣ,ସଞ୍ଜୟ ଓ ଅତନୁଙ୍କୁ ଅଚାନକ ଯୁବ ଓ ଛାତ୍ର ସଂଗଠନ(ୱେବିନାର)ରୁ ଦୂରେଇ ରଖାଯିବା ବି ଦଳ ମଧ୍ୟରେ ଚାପା ଅସନ୍ତୋଷ ସୃଷ୍ଟି କରିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, କ୍ୟାଡ଼ରଭିତ୍ତିକ ହେବାକୁ ଲକ୍ଷ୍ୟ ରଖିଥିବା ବିଜେଡିର କର୍ମୀ ସଂଖ୍ୟା ବଢ଼ି ଏବେ ପ୍ରାୟ ୮୦ଲକ୍ଷରେ ପହଂଚିଥିବାବେଳେ ଦୀର୍ଘବର୍ଷ ଧରି ସଂଗଠନ ପାଇଁ କାର୍ଯ୍ୟ କରୁଥିବା ନେତାମାନଙ୍କୁ କର୍ମକର୍ତ୍ତା ତାଲିକାରେ ନରଖି ଭୁବନେଶ୍ୱରରେ ମୁହଁ ଦେଖାଉଥିବା(ସାଂଗଠନିକ ଦକ୍ଷତା ନଥିବା ଗୋଡ଼ଣିଆ) ଅନେକ ତୋଷାମଦକାରୀଙ୍କୁ ସଂଗଠନରେ ଥଇଥାନ କରିବାକୁ ଦଳ ପଛାଇ ନାହିଁ। ଟିମରେ ସାମିଲ ଥିବା ନେତାମାନଙ୍କୁ ଦେଖିଲେ ପ୍ରଥମଥର ପାଇଁ ଦଳର କର୍ମକର୍ତ୍ତା ପଦବୀର ଗାରିମାକୁ ପ୍ରଭାବିତ କରିଛି। ଏହି ଜୁମ୍ବୋ ଟିମ୍ ମାଧ୍ୟମରେ ଦଳୀୟ ସଂଗଠନର ହସ୍ତାନ୍ତରଣ ପ୍ରକ୍ରିୟାକୁ ସଫଳ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି। ସଂଗଠନ ହସ୍ତାନ୍ତରଣ ପ୍ରକ୍ରିୟାରେ ଏହି ୩ ନେତା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ବିଶାଳ ଟିମ୍ ମାଧ୍ୟମରେ ସେମାନଙ୍କୁ କାଉଣ୍ଟର କରିବାକୁ ଏବେଠୁ ରଣନୀତି ପ୍ରସ୍ତୁତ ହୋଇଛି।

ସୂଚନାଯୋଗ୍ୟ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗତ ଜୁନ୍ ମାସରେ ରାଜ୍ୟ କର୍ମକର୍ତ୍ତା ଭାବେ ଦଳରେ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ, ୯ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos