ବିଜେପିରେ ମିଶିଲେ ଖଇରା ବ୍ଲକ ଅଧ୍ୟକ୍ଷା ଓ ଶତାଧିକ ବିଜେଡି କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନର ପଲାସା ପଂଚାୟତ ସମିତି ସଭ୍ୟା ଅଭିଲିପ୍ସା ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ସାହୁ, ଝିଙ୍କିରିଆ ପଂଚାୟତ ସମିତି ସଭ୍ୟା ରଶ୍ମିତା ଜେନା, ଖଇରା ବ୍ଲକର ପୂର୍ବତନ […]

BJP

Ordigital Desk
  • Published: Tuesday, 08 March 2022
  • , Updated: 08 March 2022, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନର ପଲାସା ପଂଚାୟତ ସମିତି ସଭ୍ୟା ଅଭିଲିପ୍ସା ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ସାହୁ, ଝିଙ୍କିରିଆ ପଂଚାୟତ ସମିତି ସଭ୍ୟା ରଶ୍ମିତା ଜେନା, ଖଇରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁପଦ ସାହୁ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମସ୍ତ ବିଜେଡି କର୍ମୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ ପୁରନ୍ଦେଶ୍ୱରୀ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନୀତି ଆଦର୍ଶ ଓ କାର୍ଯ୍ୟକ୍ରମକୁ ସମର୍ଥନ କରି ଏହି ନେତାମାନେ ଆଜି ବିଜେପିରେ ସାମିଲ ହୋଇଥିବା କହିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ବିଜେପି ନେତ୍ରୀ ପିଙ୍କି ପ୍ରଧାନ, ଠାକୁର ରଣଜିତ୍ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଗଜେନ୍ଦ୍ର ଦାସ ଓ ରାଜେଶ ମହାକୁଡ଼, ନୀଳମାଧବ ପଣ୍ଡା, ପତିତପାବନ କର, ଆନନ୍ଦ ନାୟକ, ସନ୍ତୋଷ ଶତପଥୀ, ସୁଶାନ୍ତ ମହାକଡ଼, ବୁଲୁ ଲେଙ୍କା, କୈଳାସ ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ ।

Related story