ଇନ୍‌ସ୍ୟୁରାନ୍ସ ନଥିବା ଗାଡ଼ିରେ ଯାଇଥିଲେ ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯେଉଁ କାରରେ ଡ୍ରାଇଭିଂ କରି ନେଇଥିଲେ, ସେହି ଗାଡ଼ିର ଦସ୍ତାବିଜ ଠିକ୍ ନଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ ଏ ସମ୍ପର୍କରେ ସୋଶାଲ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯେଉଁ ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କୁ ବସେଇ ନେଇ […]

sonali-saho

sonali-saho

Manoranjan Sial
  • Published: Saturday, 15 August 2020
  • Updated: 15 August 2020, 06:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯେଉଁ କାରରେ ଡ୍ରାଇଭିଂ କରି ନେଇଥିଲେ, ସେହି ଗାଡ଼ିର ଦସ୍ତାବିଜ ଠିକ୍ ନଥିବା ବିଜେପି ଅଭିଯୋଗ କରିଛି।

ରାଜ୍ୟ ବିଜେପି ମୁଖପାତ୍ର ସୋନାଲି ସାହୁ ଏ ସମ୍ପର୍କରେ ସୋଶାଲ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯେଉଁ ଗାଡ଼ିରେ ମୁଖ୍ୟମନ୍ତ୍ରୀଙ୍କୁ ବସେଇ ନେଇ ଯାଇଥିଲେ ସେହି ଗାଡ଼ିର ଇନ୍ୟୁରାନ୍ସ ନାହିଁ। ସାଧାରଣ ଲୋକଙ୍କ ଗାଡ଼ିର କାଗଜପତ୍ର ପୁଲିସ୍ ଯାଂଚ କରି ଜୋରିମାନା ନେଉଥିବାବେଳେ ମୁଖ୍ୟମନ୍ତ୍ରୀ ଯେଉଁ ଗାଡ଼ିରେ ଯାଉଥିଲେ ତା’ର ଇନ୍ୟୁରାନ୍ସ ନଥିଲେ ବି ପୁଲିସ୍ କାହିଁକି ୨ହଜାର ଟଙ୍କା ଜୋରିମାନ ଆଦାୟ କଲାନି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ସମସ୍ତଙ୍କ ପାଇଁ ଆଇନ ଗୋଟିଏ ହୋଇଥିଲାବେଳେ ନବୀନ ପଟ୍ଟନାୟକଙ୍କ ପାଇଁ କ’ଣ ଆଇନ ଅଲଗା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ଆଜି ଯେଉଁ ଗାଡ଼ିରେ ଯାଇଥିଲେ ତା’ର ବିସ୍ତୃତ ବିବରଣୀ ଦେଇ ବିଜେପି ନେତ୍ରୀ ସୋନାଲି ସାହୁ କହିଛନ୍ତି ଯେ, ସେହି ଗାଡ଼ିଟି ମାରୁତି ଏସଏକ୍ସ୪(ପେଟ୍ରୋଲ) ଓ ତା’ର ନମ୍ବର ଓଆର୦୨ବିୟୁ୧୦୦୭। ଗାଡ଼ିଟି ଏକଜ୍ୟୁଟିଭ ଇଞ୍ଜିନିୟର ଅଫିସଙ୍କ ନାଁରେ ରହିଛି। ଗାଡ଼ଟିର ପଞ୍ଜିକରଣ ଅବଧି ୨୦୨୬ ଡିସେମ୍ବର ୨ତାରିଖରେ ଶେଷ ହେବ। ସେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ସୌଜନ୍ୟରୁ ଏହି ତଥ୍ୟ ଦେଇଛନ୍ତି ବୋଲି ବିଜେପି ନେତ୍ରୀ ସୋନାଲି ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆଜି ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ କାର ଡ୍ରାଇଭିଂ କରି ନେବାଆଣିବା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story