ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଶାଳୀନ ଆକ୍ଷେପକୁ ବିରୋଧ, ନିଃସର୍ତ୍ତ କ୍ଷମା ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଆକ୍ଷେପମୂଳକ ବୟାନକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି । କଂଗ୍ରେସର ଏଭଳି ଆକ୍ଷେପକୁ ବିଜେପି ପକ୍ଷରୁ ଓଡ଼ିଶା ସମେତ ଦେଶବ୍ୟାପୀ ବିରୋଧ କରାଯିବା ସହ ଏହି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ନେତା ରାହୁଲ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀ ନିଃସର୍ତ୍ତ କ୍ଷମା […]

BJP

Ordigital Desk
  • Published: Thursday, 28 July 2022
  • , Updated: 28 July 2022, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ନାଗରିକ ତଥା ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଆକ୍ଷେପମୂଳକ ବୟାନକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି । କଂଗ୍ରେସର ଏଭଳି ଆକ୍ଷେପକୁ ବିଜେପି ପକ୍ଷରୁ ଓଡ଼ିଶା ସମେତ ଦେଶବ୍ୟାପୀ ବିରୋଧ କରାଯିବା ସହ ଏହି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ନେତା ରାହୁଲ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ।

କଂଗ୍ରେସ ସଂସଦୀୟ ଦଳ ନେତା ଶ୍ରୀ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି ଅପଶବ୍ଦ କହିବାକୁ ବିଜେପି କଡ଼ା ବିରୋଧ କରିଛି । ଏହା କଂଗ୍ରେସର ଅସହିଷ୍ଣୁ ମନୋଭାବ ଓ ହୀନ ମାନସିକତାକୁ ପ୍ରମାଣିତ କରୁଛି । ଏପରିକି ନିଜ ଭୁଲକୁ ସ୍ୱୀକାର କରି କ୍ଷମା ମାଗିବା ପରିବର୍ତ୍ତେ କଂଗ୍ରେସର ନେତୃବୃନ୍ଦ ପୁଣି ମିଛ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ଶ୍ରୀ ଚୌଧୁରୀ ‘ରାଷ୍ଟ୍ରପତ୍ନୀ' କହି କେବଳ ରାଷ୍ଟ୍ରପତିଙ୍କୁ ଉପହାସ କରିନାହାନ୍ତି ବରଂ ରାଷ୍ଟ୍ରର ସମ୍ବିଧାନ, ରାଷ୍ଟ୍ରର ଗଣତନ୍ତ୍ର, ରାଷ୍ଟ୍ରର ମର୍ଯ୍ୟାଦା ଏବଂ ରାଷ୍ଟ୍ରବାସୀଙ୍କୁ ଉପହାସ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ବିଧାୟକମାନେ ବ୍ୟାନର ଧରି ଆଜି ବିଧାନସଭା ପରିସରରେ ପ୍ରତିବାଦ ଜଣାଇଥିବାବେଳେ ଦଳର କର୍ମୀ ଓ ନେତାମାନେ ରାଜଧାନୀ ଭବୁନେଶ୍ୱର ସମେତ ମୟୁରଭଂଜ, କେଉଁଝର, କଟକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ବ୍ରହ୍ମପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୈାଦ୍ଧ, ସୋନପୁର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହାସହିତ ଶ୍ରୀ ଚୌଧୁରୀଙ୍କ ସମେତ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ନିସର୍ତ୍ତଃ କ୍ଷମା ପ୍ରାର୍ଥନା କରିବାକୁ ବିଜେପି ଦାବି କରିଛି ।

Related story