ଗଣମାଧ୍ୟମକୁ ନାଲିଆଖି ଦେଖାଇବା ବନ୍ଦ କରନ୍ତୁ ଗୃହମନ୍ତ୍ରୀ: ବିଜେପି, ପଚାରିଲା ୪ ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ପ୍ରେସ୍ ବିବୃତ୍ତି ଜାରି କରିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ଆଉ ମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଗଣମାଧ୍ୟମକୁ ନାଲିଆଖି ଦେଖାଇବାରୁ ବିରତ ରହି ବିଜେପି ପଚାରୁଥିବା ୪ଟି ପ୍ରଶ୍ନର ସିଧାସଳଖ ଜବାବ ଦେବାକୁ କହିଛି । ଏହାସହିତ ୨୧ଦିନ ଧରି ନିରବ ରହି ସବୁ ତଥ୍ୟପ୍ରମାଣକୁ ଗୃହମନ୍ତ୍ରୀ ଶ୍ରୀ ମିଶ୍ର […]

lekhashree

lekhashree

Ordigital Desk
  • Published: Friday, 29 October 2021
  • Updated: 29 October 2021, 10:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ବିବାଦୀୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ପ୍ରେସ୍ ବିବୃତ୍ତି ଜାରି କରିବା ପରେ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି। ଆଉ ମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଗଣମାଧ୍ୟମକୁ ନାଲିଆଖି ଦେଖାଇବାରୁ ବିରତ ରହି ବିଜେପି ପଚାରୁଥିବା ୪ଟି ପ୍ରଶ୍ନର ସିଧାସଳଖ ଜବାବ ଦେବାକୁ କହିଛି । ଏହାସହିତ ୨୧ଦିନ ଧରି ନିରବ ରହି ସବୁ ତଥ୍ୟପ୍ରମାଣକୁ ଗୃହମନ୍ତ୍ରୀ ଶ୍ରୀ ମିଶ୍ର ନଷ୍ଟ କରିସାରିବା ପରେ ଏବେ ପ୍ରେସ୍ ବିବୃତ୍ତି ଜାରି କରି ବିରୋଧୀ ଦଳଗୁଡ଼ିକର ମତ ଓ ମନ୍ତବ୍ୟକୁ ପ୍ରକାଶିତ କରୁଥିବା ଗଣମାଧ୍ୟମ ସଂସ୍ଥାକୁ ନାଲି ଆଖି ଦେଖାଇବାକୁ ପ୍ରୟାସ କରୁଛନ୍ତି। ମନ୍ତ୍ରୀ ସାମ୍ନାକୁ ନଆସି ବିବୃତ୍ତି ଜାରି କରିବା ଅତ୍ୟନ୍ତ ନିନ୍ଦନୀୟ ଓ ବିଭ୍ରାନ୍ତକାରୀ ବୋଲି ବିଜେପି କହିଛି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଦ୍ୱାରା ଜାରି ପ୍ରେସ୍ ବିବୃତ୍ତି ଜାରି କରାଯାଇ ନାଲି ଆଖି ଦେଖାଇବାକୁ ଉଦ୍ୟମ କରାଯିବା ଓ ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ମାନହାନି ମକଦ୍ଦମା ଦାଏର କରାଯିବାକୁ ବିଜେପି କଡ଼ା ନିନ୍ଦା କରୁଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମା’ ମାଣିକେଶ୍ୱରୀ ଓ ଏୟାରଫୋର୍ସ ଚାକିରି କଥା କହି ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ଉଦ୍ୟମ କରୁଛନ୍ତି । ମାତ୍ର କଳାହାଣ୍ଡିବାସୀ ସମେତ ରାଜ୍ୟବାସୀ ଭଲଭାବେ ମନ୍ତ୍ରୀଙ୍କର ସମ୍ପୃକ୍ତିକୁ ଜାଣିସାରିଛନ୍ତି । ତେଣୁ ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳିବାକୁ ମନ୍ତ୍ରୀଙ୍କ ଚାଲ୍ କାମ ଦେବ ନାହିଁ । ସତ୍ୟ ନିଶ୍ଚିତ ଉନ୍ମୋଚନ ହେବ ଓ ଏହାକୁ ଶାସକ ଦଳ କିମ୍ବା ତାଙ୍କ ମନ୍ତ୍ରିମଣ୍ଡଳ କଦାପି ଲୁଚାଇ ପାରିବ ନାହିଁ । ତାଙ୍କୁ ନିଶ୍ଚିତ ଇସ୍ତଫା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ୨୧ଦିନର ନିରବତା ପରେ ଆଜି ଗଣମାଧ୍ୟମକୁ ଗୃହମନ୍ତ୍ରୀ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି । ମମିତା ମେହେର ହତ୍ୟା ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି କହିବା ସହ ଯେଉଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବାସ୍ତବ ସ୍ଥିତିର ଖବର ପ୍ରସାରଣ କରୁଛନ୍ତି ଅବା ବିରୋଧୀ ଦଳଙ୍କ ମତ ଓ ମନ୍ତବ୍ୟକୁ ପ୍ରକାଶିତ କରୁଛନ୍ତି ସେହି ସଂସ୍ଥା ଓ ବ୍ୟକ୍ତିବିଶେଷକଙ୍କୁ ନାଲିଆଖି ଦେଖାଇ ମନ୍ତ୍ରୀ ଚପାଇ ଦେବାକୁ ବସିଛନ୍ତି । ଯଦି ମନ୍ତ୍ରୀ ନିର୍ଦ୍ଦୋଷ ତା’ହେଲେ ୨୧ଦିନ ଧରି କାହିଁକି ନିରବ ରହିଥିଲେ। ମମିତାଙ୍କ ମୃତ୍ୟୁରେ ଯଦି ମର୍ମାହତ ତା’ହେଲେ ଆଜିପର୍ଯ୍ୟନ୍ତ କାହିଁକି ନିଜ ନିର୍ବାଚନମଣ୍ଡଳୀରେ ହୋଇଥିବା ଏପରି ନିର୍ମମ ହତ୍ୟାରେ ପୀଡ଼ିତା ପରିବାରକୁ ଭେଟିବାକୁ ମନ୍ତ୍ରୀ ଚାହିଁଲେ ନାହିଁ । ତଥ୍ୟ ପ୍ରମାଣ ଥିଲେ କୋର୍ଟ ଅବା ପୁଲିସ ନିକଟରେ ଦାଖଲ କରିବାକୁ ମନ୍ତ୍ରୀ କହୁଛନ୍ତି । କିନ୍ତୁ ତଥ୍ୟପ୍ରମାଣ ସଂଗ୍ରହ କରିବା କାର୍ଯ୍ୟ ହେଉଛି ତଦନ୍ତକାରୀ ସଂସ୍ଥା ପୁଲିସର । ମମିତାଙ୍କ ପିତାଙ୍କ ଅଭିଯୋଗ ଓ ସୋସିଆଲ ମିଡିଆରେ ପ୍ରକାଶିତ ଭିଡିଓ ଆଦି ଆଧାରରେ ମନ୍ତ୍ରୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହେଉଛି । ଆଉ ମନ୍ତ୍ରୀ ଯଦି ନିର୍ଦ୍ଦୋଷ ତା’ହେଲେ ଏହି ମାମଲା ସିବିଆଇ ହସ୍ତାନ୍ତର କରିବାରେ ଅସୁବିଧା କେଉଁଠି ବୋଲି ବିଜେପି ପ୍ରଶ୍ନ କରିଛି । ଏହାସହିତ ୪ଟି ପ୍ରସଙ୍ଗରେ ମନ୍ତ୍ରୀ ଜବାବ ରଖନ୍ତୁ ବୋଲି ବିଜେପି ଦାବି କରିଛି ।

ପ୍ରଥମତଃ, ଯେଉଁ ଭିଡିଓ ପାଇଁ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଛି ସେହି ଭିଡିଓରେ କ’ଣ ଥିଲା ଓ ତାକୁ ନଷ୍ଟ କରିବା ପାଇଁ କାହିଁକି ଉଦ୍ୟମ କରାଗଲା। ମମିତାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ନିଜେ ଓ ତାଙ୍କ ବନ୍ଧୁମାନେ କଲେଜକୁ ଆସି ରାତ୍ରିଯାପନ କରୁଥିଲେ। ସେ ସମ୍ପର୍କରେ ମନ୍ତ୍ରୀ ନିରବ କାହିଁକି? ଦ୍ୱିତୀୟତଃ, ମନ୍ତ୍ରୀ ତାଙ୍କର ରାୟପୁରସ୍ଥିତ ବାସଭବନକୁ ମମିତା ଓ ଗୋବିନ୍ଦଙ୍କୁ ଡକାଇ ସେମାନଙ୍କ ମଧ୍ୟରେ କ’ଣ ସମାଧାନ କରିବାକୁ ଚାହୁଁଥିଲେ। ସେଠାରେ ମମିତାଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ ହୋଇନାହିଁ ତ? ତୃତୀୟତଃ, ହତ୍ୟାକାରୀ ଗୋବିନ୍ଦ ସାହୁ ପୁଲିସ ବାରାକରୁ ଫେରାର ହୋଇଯିବା ଓ ଧରାପଡ଼ିବା, ଲାଇନ କଟିବା ଘଟଣାରେ ମନ୍ତ୍ରୀଙ୍କ ଭୂମିକା କ’ଣ ? ଗୃହମନ୍ତ୍ରୀ ଭାବେ ଶ୍ରୀ ମିଶ୍ର ଏହାର ଜବାବ ଦେବା ଆବଶ୍ୟକ। ପୁଲିସ କାହିଁକି ଫେଲ୍ ମାରିଲା। ଚତୁର୍ଥତଃ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେଉଁ ଉଚ୍ଚପଦସ୍ଥ ଅଧିକାରୀ ସେହି ଶିକ୍ଷାନୁଷ୍ଠାନକୁ ଗୋବିନ୍ଦ ସାହୁଙ୍କ ସହ ନିୟମିତ ଯାଉଥିଲେ। କଥା ନବୁଲାଇ ସିଧାସଳଖ ମନ୍ତ୍ରୀ ଜବାବ ରଖନ୍ତୁ।

ଆଉ ବିରୋଧୀ ଦଳ ଓ ଗଣମାଧ୍ୟମ ସଂସ୍ଥାକୁ ନାଲିଆଖି ଦେଖାଇବାରୁ ବିରତ ରୁହନ୍ତୁ। ବିଜେପିକୁ ଲାଗୁଛି ଯେ, ଗୃହମନ୍ତ୍ରୀ ଶ୍ରୀ ମିଶ୍ର ୨୧ଦିନ ଧରି ତଥ୍ୟପ୍ରମାଣକୁ ନଷ୍ଟ କରିସାରିବା ପରେ ଏବେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ଏଭଳି ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story