‘ବିଜେଡି ସଦସ୍ୟଙ୍କୁ ଗିରଫ କରାଯାଉ’

  • Published: Thursday, 11 January 2024
  • , Updated: 11 January 2024, 12:47 PM IST

ସୋଶାଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ବିଜେଡି କର୍ମୀ ଓ ନେତାମାନେ ଅସଭ୍ୟ ଭାଷାରେ ଗାଳି କରିବା ଅଭିଯୋଗରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛି ରାଜ୍ୟ ବିଜେପି । ଆଜି ଦଳର ନେତାମାନେ ଭୁବନେଶ୍ୱରସ୍ଥିତ ସାଇବର ଥାନା ଯାଇ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଦାବି କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନକୁ ଓଡ଼ିଶାବାସୀ ସହିବେ ନାହିଁ । ରାଜ୍ୟର ବିଜେଡି ସରକାର ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତା’ହେଲେ ବିଜେପି ନ୍ୟାୟିକ ଲଢ଼େଇ ସହ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

Related story