ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ହାଜତ ମୃତ୍ୟୁକୁ ନେଇ ଘେରିଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବରଗଡ଼ ଜିଲ୍ଲା ଗସ୍ତରେ ଯାଉଥିବାବେଳେ ବରଗଡ଼ ପୁଲିସ ହାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଘେରିଛି। ନ୍ୟାୟ ଆଶାରେ ଥିବା ଗୋବିନ୍ଦଙ୍କ ପତ୍ନୀ ରୁବି କୁମ୍ଭାରଙ୍କୁ ପ୍ରଲୋଭିତ କରି ଚୁପ୍ ରହିବା ପାଇଁ କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି କହିବା ସହ ଏସପିଙ୍କୁ ପୁରସ୍କୃତ କରିବେ ନା ରୁବିଙ୍କୁ ନ୍ୟାୟ ପ୍ରଦାନ କରିବେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ […]

BJP

BJP

Ordigital Desk
  • Published: Friday, 12 November 2021
  • Updated: 12 November 2021, 10:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବରଗଡ଼ ଜିଲ୍ଲା ଗସ୍ତରେ ଯାଉଥିବାବେଳେ ବରଗଡ଼ ପୁଲିସ ହାଜତରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଘେରିଛି। ନ୍ୟାୟ ଆଶାରେ ଥିବା ଗୋବିନ୍ଦଙ୍କ ପତ୍ନୀ ରୁବି କୁମ୍ଭାରଙ୍କୁ ପ୍ରଲୋଭିତ କରି ଚୁପ୍ ରହିବା ପାଇଁ କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବିଜେପି କହିବା ସହ ଏସପିଙ୍କୁ ପୁରସ୍କୃତ କରିବେ ନା ରୁବିଙ୍କୁ ନ୍ୟାୟ ପ୍ରଦାନ କରିବେ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବରଗଡ଼ ଜିଲ୍ଲା ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କୁ ଗୋଟିଏ ଘଟଣାର ସାକ୍ଷୀ ଭାବେ ତାଙ୍କୁ ଆଣି ହାଜତରେ ରଖିଥିବାବେଳେ ପୁଲିସର ମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଭଳି ଅଭାବନୀୟ ମୃତ୍ୟୁକୁ ନେଇ ମୃତ ଗୋବିନ୍ଦଙ୍କ ବିଧବା ପତ୍ନୀ ରୁବି କୁମ୍ଭାରଙ୍କ ଏତଲାକୁ ଗ୍ରହଣ ନକରି ଫେରାଇ ଦେଇଥିଲା । ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ନ୍ୟାୟ ପାଇବା ଆଶାରେ ରୁବି କୁମ୍ଭାର ଲଢେଇ ଜାରୀ ରଖିଛନ୍ତି । ରାଜ୍ୟ ପୁଲିସ ଉପରେ ବିଶ୍ୱାସ ହରାଇଥିବା ରୁବି କୁମ୍ଭାର ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଦାବି ମଧ୍ୟ କରିଛନ୍ତି । ଦଳିତ, ଗରିବ ଓ ବିଧବା ରୁବି କୁମ୍ଭାର ନ୍ୟାୟ ପାଇବା ଆଶାରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରିଛନ୍ତି । ପୁଲିସ କିମ୍ବା ପ୍ରଶାସନ ରୁବିଙ୍କ ଦାବୀକୁ ବାରମ୍ବାର ଅଣଦେଖା କରିବାରୁ ସେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ଅବସରରେ ଦେଖା କରି ନ୍ୟାୟ ଭିକ୍ଷା ପାଇଁ ଅନୁରୋଧ କରିବାକୁ ନିଷ୍ପତି ନେଇଥିଲେ । ମାତ୍ର ହାଜତ ମୃତ୍ୟୁ ପ୍ରସଙ୍ଗରେ ଚୁପ୍ ରହିବା ପାଇଁ ଜିଲ୍ଲା ଏସପି ତାଙ୍କୁ ପ୍ରବର୍ତାଉଥିବାର ରୁବି କୁମ୍ଭାରଙ୍କ ସଂଗୀନ ଅଭିଯୋଗ ଆଜି ପୁଣି ପୁଲିସର ବିଶ୍ୱସନୀୟତା ଉପରେ ସିଧାସଳଖ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସପି ରୁବିଙ୍କୁ ଅର୍ଥ, ଚାକିରୀ ଓ ପିଲାମାନଙ୍କ ପାଠପଢାର ପ୍ରଲୋଭନ ଦେଖାଇ ଚୁପ୍ ରହିବାକୁ କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି ଯେ, ବିଜେଡି ଶାସନରେ ମହିଳା ବିପଦରେ । ବାଡ଼ ଯଦି କ୍ଷେତ ଖାଇବ, ତେବେ କ୍ଷେତକୁ ଜଗିବ କିଏ ? ରାଜ୍ୟ ପୁଲିସ ବିଭାଗର ସ୍ଥିତି ବର୍ତ୍ତମାନ ଏହି ସ୍ତରକୁ ଆସିଯାଇଛି । ନିଜ ବିଶ୍ୱସନୀୟତା ହରାଇଥିବା ରାଜ୍ୟ ପୁଲିସ ଏବେ ସାଧାରଣ ଜନତାଙ୍କ ଆସ୍ଥା ହରାଇ ବସିଛନ୍ତିି । ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଭୂମିକା ସନ୍ଦେହଜନକ ଥିବାବେଳେ ବରଗଡ ଜିଲ୍ଲାର ରୁବି କୁମ୍ଭାରଙ୍କ ନ୍ୟାୟ ଦାବି ପ୍ରସଙ୍ଗ ପୁଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ବୋଲି ବିଜେପି ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ବରଗଡ଼ର ବିଜେପୁର ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos